ETV Bharat / international

ୟୁଏସ, ୟୁକେ-କାନାଡାର ଭ୍ୟାକ୍ସିନ ଟ୍ରାଏଲ ଉପରେ ଋଷିଆନ ହ୍ୟାକର୍ସଙ୍କ ନଜର - ଭ୍ୟାକ୍ସିନ ଟ୍ରାଏଲ

ବ୍ରିଟେନର ଜାତୀୟ ସାଇବର ସୁରକ୍ଷା କେନ୍ଦ୍ର ଗୁରୁବାର ଆମେରିକା ଏବଂ କାନାଡା ପ୍ରତିପକ୍ଷଙ୍କ ସହ ମିଳିତ ଭାବେ ଘୋଷଣା କରିଛି ଯେ ଋଷରେ ଅବସ୍ଥିତ ହ୍ୟାକର୍ସ ମାନେ କୋରୋନାଭାଇରସ୍ ପାଇଁ ଟିକା ପ୍ରସ୍ତୁତ ସହ ଜଡିତ ଅନୁସନ୍ଧାନକାରୀ ଦଳ ଏବଂ ସଂଗଠନଗୁଡ଼ିକୁ ଟାର୍ଗେଟ କରୁଛନ୍ତି ।

Russian hackers targeting vaccine trials

author img

By

Published : Jul 16, 2020, 8:31 PM IST

Updated : Jul 16, 2020, 9:00 PM IST

ଇଂଲଣ୍ଡ: କୋରୋନା ଭାଇରସ କବଳରୁ ରକ୍ଷା ପାଇଁ ଅହରହ ଉଦ୍ୟମ ଜାରି ରହିଛି । ଏହି ଦିଗରେ ଅନେକ ଦେଶ, ଅନେକ ପ୍ରତିଷ୍ଠାନ କୋରୋନା ଟିକା ପରୀକ୍ଷଣ ସଂକ୍ରନ୍ତାରେ ସଫଳତା ଆଡକୁ ଗତି କରୁଛନ୍ତି । ଏପରିସ୍ଥଳେ ଏକ ଖବର ସାମ୍ନାକୁ ଆସିଛି ଯାହା ଅନେକ ଦେଶର ପାଇଁ ଚିନ୍ତାଜନକ ରହିଛି । ବ୍ରିଟେନର ଜାତୀୟ ସାଇବର ସୁରକ୍ଷା କେନ୍ଦ୍ର ଗୁରୁବାର ଆମେରିକା ଏବଂ କାନାଡା ପ୍ରତିପକ୍ଷଙ୍କ ସହ ମିଳିତ ଭାବେ ଘୋଷଣା କରିଛି ଯେ ଋଷରେ ଅବସ୍ଥିତ ହ୍ୟାକର୍ସ ମାନେ କୋରୋନାଭାଇରସ୍ ପାଇଁ ଟିକା ପ୍ରସ୍ତୁତ ସହ ଜଡିତ ଅନୁସନ୍ଧାନକାରୀ ଦଳ ଏବଂ ସଂଗଠନଗୁଡ଼ିକୁ ଟାର୍ଗେଟ କରୁଛନ୍ତି ।

ତିନି ଦେଶ ସମନ୍ବିତ ଅନୁସନ୍ଧାନରେ କହିଛନ୍ତି ଯେ, APT29 ନାମକ ଏକ ଗୋଷ୍ଠିକୁ (ଯାହାକୁ ‘ଡୁକସ୍’ ବା ‘କୋଜି ବିଅର’ ମଧ୍ୟ କୁହାଯାଏ) ଏମାନେ ଏହି ହ୍ୟାକର୍ସ ଗୋଷ୍ଠି ବୋଲି ଚିହ୍ନଟ ହୋଇଛନ୍ତି । ଏହି ସାଇବର ଗୋଷ୍ଠୀ ନିଶ୍ଚିତ ଭାବରେ ଋଷର ଗୁପ୍ତଚର ସେବାଗୁଡିକର ଏକ ଅଂଶ ବୋଲି ଅନୁମାନ କରଯାଉଥିବା କୁହାଯାଉଛି ।

ବ୍ରିଟେନ ଜାତୀୟ ସାଇବର ଏକ ରିପୋର୍ଟ ପ୍ରକାଶ କରି କହିଛି ଯେ, IP ଆଡ୍ରେସ ଏବଂ ଅନ୍ୟାନ୍ୟ ବିବରଣୀ ପ୍ରକାଶ କରି ଏହା ଋଷରୁ ପରିଚାଳିତ ବୋଲି ନିଶ୍ଚିତ କରିଛି । ସେହିପରି କାନାଡାର କମ୍ୟୁନିକେସନ ସିକ୍ୟୁରିଟି ଏଷ୍ଟାବ୍ଲିସମେଣ୍ଟ (CSE) ଏବଂ ୟୁଏସ ସିକ୍ୟୁରିଟି ଏଜେନ୍ସି (NSA) ମଧ୍ୟ ସମାନ ସିଦ୍ଧାନ୍ତରେ ପହଞ୍ଚିଛନ୍ତି ।

ସୂଚନା ଯେ, ବର୍ତ୍ତମାନ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଇମ୍ପେରିଆଲ୍ କଲେଜ ଲଣ୍ଡନରେ ଦୁଇଟି ପ୍ରମୁଖ ଟିକା ପରୀକ୍ଷା ଜାରି ରଖିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯ, 2020ରେ, APT29 କାନାଡା, ଆମେରିକା ଏବଂ ବ୍ରିଟେନର କୋଭିଡ -19 ଟିକା ବିକାଶରେ ଜଡିତ ବିଭିନ୍ନ ସଂଗଠନକୁ ଟାର୍ଗେଟ କରିଛ । ଯାହାକି କୋଭିଡ -19 ଟିକା ବିକାଶ ଏବଂ ପରୀକ୍ଷଣ ସହ ଜଡିତ ।

Last Updated : Jul 16, 2020, 9:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.