ମସ୍କୋ: ଋଷର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ । ବିମାନରେ ଥିବା 6 ଜଣ କ୍ରୁ ମେମ୍ବରଙ୍କ ସମେତ 29 ନିଖୋଜ । ଏନେଇ ସ୍ପୁଟନିକ ପକ୍ଷରୁ ସୂଚନା ମିଳିଛି । ଯାତ୍ରୀଙ୍କୁ ଖୋଜାଖୋଜି ଅଭିଯାନ ଜାରି ରହିଛି ।
ସୂଚନା ଅନୁଯାୟୀ ଆଜି(ମଙ୍ଗଳବାର) ସକାଳେ ଏନ-26 ନାମକ ଏକ ବିମାନ ଠିକ୍ ସମୟରେ ଅବତରଣ କରିନଥିବା ନେଇ କାମଛଟସ୍କିକୁ ଖବର ଆସିଥିଲା । ଯାତ୍ରୀବାହୀ ବିମାନଟି ପେଟ୍ରୋପାଭ୍ଲୋଭାସ୍କ-କାମଛଟସ୍କି ରୁ ପାଲାନା ଯାଉଥିଲା । ମାତ୍ର ଉଡାଣର କିଛି ସମୟ ପରେ ବିମାନ କର୍ମଚାରୀଙ୍କ ସହ ଯୋଗାଯୋଗ ହୋଇନପାରିବାରୁ ଜରୁରୀକାଳୀନ ମନ୍ତ୍ରାଳୟ ଏନେଇ କାମଛଟସ୍କିକୁ ସୂଚନା ଦେଇଥିଲା ।
@ANI