ମସ୍କୋ: ସାରା ବିଶ୍ବକୁ କବଳିତ କରି ରଖିଛି କୋରୋନା । ବିଶ୍ବର ଅନେକ ଶକ୍ତିଶାଳୀ ରାଷ୍ଟ୍ର କୋରୋନାର ବିସ୍ତାରକୁ ରୋକିବାରେ ଏକଦମ ବିଫଳ । କୋରୋନା ଆଗରେ ସମସ୍ତେ ନାଚାର । ଆମେରିକା, ଫ୍ରାନ୍ସ, ସ୍ପେନ, ଇଟାଲୀ, ବ୍ରିଟେନ ପରି ଅନେକ ରାଷ୍ଟ୍ର ଦେଖିଛନ୍ତି କୋରୋନାର ଚରମ ସ୍ଥିତି । ଏବେ କୋରୋନାର ନୂଆ ଗଡ ପାଲଟିବାକୁ ବସିଲାଣି ଶକ୍ତିଶାଳୀ ଋଷ । କୋରୋନା ଏବେ ଘାତକ ସାଜିଛି ଋଷରେ । ଗତ 24 ଘଣ୍ଟା ମଧ୍ୟରେ ଋଷରେ 10,102 ନୂତନ COVID-19 ମାମଲା ଆସିଛି । ଏହାକୁ ମିଶାଇ ଦେଶରେ ଖୁବ କମ ସମୟରେ 155,370 ସଂକ୍ରମଣ ରିପୋର୍ଟ ରହିଛି । ମଙ୍ଗଳବାର ଦେଶର କୋରୋନୋ ଭାଇରସ ରେସପନ୍ସ ସେଣ୍ଟର ରିପୋର୍ଟ କରିଛି ।
ଏହାସହ ଏହି ମହାମାରୀରେ ମୃତ୍ୟୁ ସଂଖ୍ୟା 95 ରୁ 1,451 କୁ ବୃଦ୍ଧି ପାଇଛି । ଏହାସହ ଗତ 24 ଘଣ୍ଟା ମଧ୍ୟରେ 1,770 ଜଣ ଆରୋଗ୍ୟ ହେବାସହ ଦେଶରେ ମୋଟ 19,865 ଜଣ ଡିସଚାର୍ଜ ହୋଇଛନ୍ତି । ଦେଶର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳ ରାଜଧାନୀ ମସ୍କୋ ପାଲଟିଛି । ଗତ 24 ଘଣ୍ଟା ମଧ୍ୟରେ 5,714 ଟି ନୂଆ ମାମଲା ଆସିଛି । ଯାହା ସମୁଦାୟ କୋରୋନା ସଂକ୍ରମଣ ରିପୋର୍ଟକୁ 80,115 ରେ ପହଞ୍ଚାଇଛି ।
ରୁଷର ଖାଉଟି ଅଧିକାର ଏବଂ ମାନବ କଲ୍ୟାଣ ନିରୀକ୍ଷକ ମଙ୍ଗଳବାର କହିଛନ୍ତି ଯେ ସୋମବାର ପର୍ଯ୍ୟନ୍ତ ଦେଶରେ 222,510 ଲୋକ ଡାକ୍ତରୀ ଯାଞ୍ଚରେ ହୋଇଛି । ସୂଚନା ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ COVID-19 ପାଇଁ 4.4 ମିଲିୟନରୁ ଅଧିକ ଲାବୋରେଟୋରୀ କୋରୋନା ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
@IANS