ମସ୍କୋ: ରୁଷର ସଂସ୍କୃତି ମନ୍ତ୍ରୀ ଓଲଗା ଲ୍ୟୁମିମୋଭା କୋରୋନା ଭାଇରସ ସଂକ୍ରମିତ ହୋଇଛନ୍ତି । ତାଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ରୁଷ କ୍ୟାବନେଟର 3 ଜଣ ସଦସ୍ୟ କୋରୋନା ପଜେଟିଭ ହେଲେଣି ।
ଲ୍ୟୁମିମୋଭାଙ୍କ ସାମାନ୍ୟ ଲକ୍ଷଣ ରହିଛି । ଏବେ ସେ ଅନଲାଇନ୍ ବୈଠକ ଆୟୋଜନ କରି ନିଜ କାର୍ଯ୍ୟ ଜାରି ରଖିଛନ୍ତି ବୋଲି ତାଙ୍କ ପ୍ରେସ ସଚିବ ଆନା ଉଷେଭା କହିଛନ୍ତି । ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁଷ୍ଟିନ ଗତ ସପ୍ତାହରେ କୋରୋନା ସଂକ୍ରମିତ ହୋଇଥିଲା ।
ପ୍ରଥମ ଉପପ୍ରଧାନମନ୍ତ୍ରୀ ଆଣ୍ଡ୍ରେଇ ବେଲାସୋଭ ତାଙ୍କ ଅନୁପସ୍ଥିତିରେ ମିଶୁଷ୍ଟିନଙ୍କ ସ୍ଥାନରେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ସେହିପରି ନିର୍ମାଣ ମନ୍ତ୍ରୀ ଭ୍ଲାଦିମିର ୟାକୁଶେଭ ମଧ୍ୟ ଗତ ସପ୍ତାହରେ ସେ ଏହି କୋରୋନାରେ ଆକ୍ରାନ୍ତ ହୋଇଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ରୁଷର କ୍ରମାଗତ ଚତୁର୍ଥ ଦିନ ପାଇଁ ମାମଲା ସଂଖ୍ୟା 10,000 ରୁ ଅଧିକ ବୃଦ୍ଧି ପାଇଛି । ବର୍ତ୍ତମାନ ସଂକ୍ରମଣ ରିପୋର୍ଟ 165,929 ରେ ପହଞ୍ଚିଛି । ରୁଷରେ 1,537 ମୃତ୍ୟୁ ରେକର୍ଡ ରହିଛି ।