ETV Bharat / international

ତାଲିବାନର ପଞ୍ଜଶୀର କବଜାକୁ ଖଣ୍ଡନ କଲେ ଆଫଗାନିସ୍ତାନ ପୂର୍ବତନ ଉପରାଷ୍ଟ୍ରପତି

author img

By

Published : Sep 4, 2021, 4:02 PM IST

ପଞ୍ଜଶୀରକୁ ତାଲିବାନଙ୍କ କବଜା ଖବରକୁ ଖଣ୍ଡନ କଲେ ପୂର୍ବତନ ଆଫଗାନିସ୍ତାନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ । ମୁଁ ମୋ ଦେଶରେ ଅଛି ଏବଂ ଦେଶ ଛାଡି କେଉଁ ଆଡେ ଯିବିନାହିଁ ବୋଲି ଟ୍ବିଟ ଯୋଗେ ଦେଲେ ସୂଚନା । ଅଧିକ ପଢନ୍ତୁ...

ତାଲିବାନର ପଞ୍ଜଶୀର କବଜାକୁ ଖଣ୍ଡନ କଲେ ଆଫଗାନିସ୍ତାନ ପୂର୍ବତନ ଉପରାଷ୍ଟ୍ରପତି
ତାଲିବାନର ପଞ୍ଜଶୀର କବଜାକୁ ଖଣ୍ଡନ କଲେ ଆଫଗାନିସ୍ତାନ ପୂର୍ବତନ ଉପରାଷ୍ଟ୍ରପତି

କାବୁଲ: ଆଫଗାନିସ୍ତାନକୁ ତାଲିବାନର ଦଖଲ ପରେ ସରକାର ଗଠନ ନେଇ ଦିନକୁ ଦିନ ବୃଦ୍ଧି ପାଉଛି ଚର୍ଚ୍ଚା । ଏପଟେ କାବୁଲ ଦଖଲର ପ୍ରାୟ 20 ଦିନ ପରେ ତାଲିବାନ ପଞ୍ଜଶୀର ଉପତ୍ୟକାକୁ କବଜା କରିଥିବା ଦାବି କରିଛି, କିନ୍ତୁ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ସାଲେହ ଏହି ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, 'ପଞ୍ଜଶୀରରେ ଯୁଦ୍ଧ ଜାରି ରହିଛି । ଗତ କିଛି ଦିନ ହେବ ଅହମ୍ମଦ ମାସୁଦ ଏବଂ ମୁଁ ଉଭୟ ମିଳିତ ଭାବେ ପଞ୍ଜଶୀର ପ୍ରଦେଶରେ ତାଲିବାନ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛୁ । ତାଲିବାନ ଏବଂ ମାସୁଦ ମଧ୍ୟରେ କଥାବାର୍ତ୍ତା ପ୍ରଥମ କିଛି ଦିନ ଧରି ଚାଲିଥିଲା, କିନ୍ତୁ କୌଣସି ସମାଧାନ ହୋଇପାରିଲା ନାହିଁ । ଏହା ପରେ ତାଲିବାନ ପଞ୍ଜଶୀରକୁ କବଜା କରିବା ପାଇଁ ଯୁଦ୍ଧବିମାନ ପଠାଇଥିଲା । ମାତ୍ର କବଜା କରିବାକୁ ସକ୍ଷମ ହୋଇନାହିଁ ।'

  • The RESISTANCE is continuing and will continue. I am here with my soil, for my soil & defending its dignity. https://t.co/FaKmUGB1mq

    — Amrullah Saleh (@AmrullahSaleh2) September 3, 2021 " class="align-text-top noRightClick twitterSection" data=" ">

ଅନ୍ୟପଟେ ଆଫଗାନିସ୍ତାନ ପୂର୍ବତନ ରାଷ୍ଟ୍ରପତି ଅମରୁଲ୍ଲା ଟ୍ବିଟ କରି କହିଛନ୍ତି ଯେ, 'ଏବେ ବି ତାଲିବାନ ସହ ବିଦ୍ରୋହ ଜାରି ରହିଛି ଏବଂ ଏହା ଆଗକୁ ମଧ୍ୟ ଜାରି ରହିବ । ମୁଁ ମୋ ମାତୃଭୂମି ଛାଡି କେଉଁଆଡେ ଯିବି ନାହିଁ, ମୋର ମାତୃଭୂମି ପାଇଁ ଏବଂ ଏହାର ସମ୍ମାନ ରକ୍ଷା କରିବାକୁ ଏଠାରେ ଅଛି ।' ତାଙ୍କ ପୁଅ ଇବାଦୁଲ୍ଲା ସାଲେହ ମଧ୍ୟ କହିଛନ୍ତି ଯେ, ପଞ୍ଜଶୀର ଏବେ ବି ତାଲିବାନ କବଜାକୁ ଆସିନାହିଁ ।

ସେପଟେ ତାଲିବାନ ପଞ୍ଜଶୀର କବଜା କରିନେଇଥିବା ନେଇ ନ୍ୟୁଜ୍ ଏଜେନ୍ସି ରଏଟର୍ସ ପ୍ରକାଶ କରିଛି । ତିନୋଟି ତାଲିବାନ ସୂତ୍ରରୁ ଖବର ଅନୁଯାୟୀ, ବର୍ତ୍ତମାନ ତାଲିବାନ ଯୁଦ୍ଧବିମାନ ପଞ୍ଜଶୀର ସମେତ ସମଗ୍ର ଆଫଗାନିସ୍ତାନକୁ କାବୁ କରିଛି । ପଞ୍ଜଶୀର ଉପତ୍ୟକାରେ ତାଲିବାନ ଏବଂ ବିରୋଧୀ ଦଳ ମଧ୍ୟରେ ସଂଘର୍ଷ ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.