ETV Bharat / international

ଶ୍ରୀଲଙ୍କାରେ କୋରୋନା ସୁସ୍ଥ ସଂଖ୍ୟା 1500 ପାର - କୋରୋନା ଭାଇରସ ନ୍ୟୁଜ୍‌

ମାର୍ଚ୍ଚ ମାସରେ ଦେଶରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତ ସଂଖ୍ୟା 1950ରେ ପହଞ୍ଚିଛି । ଏଥିରୁ ଗତ 24 ଘଣ୍ଟା ମଧ୍ୟରେ 28 ଜଣ ସୁସ୍ଥ ହୋଇ ଘରକୁ ଫେରିବା ସହ ଦେଶରେ ମୋଟ ସୁସ୍ଥ ସଂଖ୍ୟା 1526ରେ ପହଞ୍ଚିଛି ।

corona effect in srilanka, corona update in srilanka, coronavirus news, corona latest news, ଶ୍ରୀଲଙ୍କାରେ କୋରୋନା ପ୍ରଭାବ, ଶ୍ରୀଲଙ୍କାରେ କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଲାଟେଷ୍ଟ ନ୍ୟୁଜ୍‌
ଶ୍ରୀଲଙ୍କାରେ କୋରୋନା ସୁସ୍ଥ ସଂଖ୍ୟା 1500 ପାର
author img

By

Published : Jun 22, 2020, 8:14 PM IST

କଲମ୍ବୋ: ମାର୍ଚ୍ଚ ମାସରେ ଦେଶରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତ ସଂଖ୍ୟା 1950ରେ ପହଞ୍ଚିଛି । ଏଥିରୁ ଗତ 24 ଘଣ୍ଟା ମଧ୍ୟରେ 28 ଜଣ ସୁସ୍ଥ ହୋଇ ଘରକୁ ଫେରିବା ସହ ଦେଶରେ ମୋଟ ସୁସ୍ଥ ସଂଖ୍ୟା 1526ରେ ପହଞ୍ଚିଛି । ସେପଟେ ମାତ୍ର 424ଟି ମାମଲା ବର୍ତ୍ତମାନ ସକ୍ରିୟ ରହିଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ଦେଶରେ କୋରୋନା ବିରୋଧରେ ଲଢେଇ ଜାରି ରହିଥିବା ବେଳେ ଏଥିରେ ମିଳିଥିବା ସଫଳତା ଦେଶବାସୀଙ୍କୁ ଉତ୍ସାହିତ କରିଛି । ସେପଟେ ସଂକ୍ରମଣରୁ ରକ୍ଷା ପାଇଁ ଦେଶରେ ଲାଗୁ କଟକଣା ସବୁକୁ ପାଳନ କରି ଦେଶବାସୀ ଭରପୂର ସହଯୋଗ କରିଥିବା ସରକାର ପ୍ରକାଶ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ 11 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ଗତ ସପ୍ତାହ ଶ୍ରୀଲଙ୍କା ସରକାର ସ୍ପଷ୍ଟତ କରିଥିଲେ କି ଦେଶରେ ସାମ୍ପ୍ରଦାୟିକ ସଂକ୍ରମଣର କୌଣସି ସୂଚନା ନାହିଁ । ଏପ୍ରିଲ 30ରୁ ଏନେଇ କୌଣସି ତଥ୍ୟ ନଥିଲେ ମଧ୍ୟ ଦେଶବାସୀଙ୍କୁ ଜାରି ରହିଥିବା କଟକଣାର ପାଳନ କରିବାକୁ ହେବ । ସଂକ୍ରମଣରୁ ରକ୍ଷା ପାଇଁ ଅନ୍ୟ ଦେଶଙ୍କ ପରି ଶ୍ରୀଲଙ୍କାରେ ମଧ୍ୟ ଫେସ ମାସ୍କ ଓ ସାମାଜିକ ଦୂରତ୍ବ ନିୟମକୁ କଡାକଡି ଭାବେ ଲାଗୁ କରାଯାଇଛି ।

କଟକଣାର କଡାକଡି ପାଳନ ଓ ସଫଳ ଚିକିତ୍ସା ଯୋଗୁଁ ଦେଶ ଧିରେ ଧିରେ ସ୍ବାଭାବିକ ସ୍ଥିତକୁ ଫେରୁଥିବା ଦେଖାଯାଉଛି । ସେପଟେ ଦୁଇ ମାସର ବିରତି ପରେ ରାଜଧାନୀ କଲମ୍ବୋରେ ମେ’ ମାସରୁ ଅର୍ଥନୈତିକ କାରବାର ପୁଣି ସ୍ବାଭାବିକ ହୋଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.