ETV Bharat / international

RAW ମୁଖ୍ୟଙ୍କ ସହ ବୈଠକ କରି ସମାଲୋଚନାର ସାମ୍ନା କଲେ ନେପାଳ ପ୍ରଧାନମନ୍ତ୍ରୀ - ନେପାଳ ପ୍ରଧାନମନ୍ତ୍ରୀ

ଭାରତର ଗୁଇନ୍ଦାସଂସ୍ଥା RAW ମୁଖ୍ୟ ସାମନ୍ତ ଗୋଏଲଙ୍କ ସହ ବୈଠକ କରି ନିଜ ଦେଶରେ ସମାଲୋଚନାର ସାମ୍ନା କରିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ଅଧିକ ପଢନ୍ତୁ...

RAW ମୁଖ୍ୟଙ୍କ ସହ ବୈଠକ କରି ସମାଲୋଚନାର ସାମ୍ନା କଲେ ନେପାଳ ପ୍ରଧାନମନ୍ତ୍ରୀ

author img

By

Published : Oct 23, 2020, 8:02 PM IST

କାଠମାଣ୍ଡୁ: ଗୋଟିଏ ପକ୍ଷରେ ଚୀନ ସହ ଉତ୍ତେଜନା ଲାଗି ରହିଥିବା ବେଳେ ଅନ୍ୟପକ୍ଷେ ଏହାର ପ୍ରରୋଚନାରେ ଆସି ଭାରତ ସହ ସମ୍ପର୍କ ତିକ୍ତ କରିବାରେ ଲାଗିଛି ନେପାଳ । ଏପରିସ୍ଥିତିରେ ଭାରତର ଗୁଇନ୍ଦାସଂସ୍ଥା RAW ମୁଖ୍ୟ ସାମନ୍ତ ଗୋଏଲଙ୍କ ସହ ବୈଠକ କରି ନିଜ ଦେଶରେ ସମାଲୋଚନାର ସାମ୍ନା କରିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ତେବେ ବୁଧବାର ନେପାଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏହି ବୈଠକ ବସିଥିଲା ।

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଓ ର' ମୁଖ୍ୟଙ୍କ ମଧ୍ୟରେ ହୋଇଥିବା ବୈଠକକୁ ସହଜରେ ଗ୍ରହଣ କରିପାରିନାହାନ୍ତି କ୍ଷମତାସୀନ ନେପାଳ କମ୍ୟୁନିଷ୍ଟ ପାର୍ଟିର ନେତାମାନେ । ର' ମୁଖ୍ୟ ଗୋୟଲ ଓ ନେପାଳ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବସିଥିବା ଏହି ବୈଠକ କୂଟନୀତି ନିୟମର ବିରୋଧୀ ବୋଲି କହିଛନ୍ତି ନେପାଳ କମ୍ୟୁନିଷ୍ଟ ପାର୍ଟିର ନେତା ଭୀମ ରାୱାଲ ।

ରାୱାଲ କହିଛନ୍ତି, ଯେହେତୁ ଏହି ବୈଠକ ବୈଦେଶିକ ମନ୍ତ୍ରଣାଳୟର ଅଗୋଚରରେ ହୋଇଛି, ଏଥିପାଇଁ ଏହା ଦେଶର ଶାସନତନ୍ତ୍ରକୁ ଦୁର୍ବଳ କରିବ । ସେହିପରି କୂଟନୈତିକ ମାମଲାରେ ରାଜନେତା ହସ୍ତକ୍ଷେପ କରିବା ଉଚିତ ନୁହେଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ନେପାଳ ଉପ ବୈଦେଶିକମନ୍ତ୍ରୀ । ତେବେ କୂଟନୀତି ସର୍ବଦା କୂଟନୈତିଜ୍ଞଙ୍କ ଦ୍ବାରା ପରିଚାଳିତ ହେବା ଦରକାର ବୋଲି ସେ କହିଛନ୍ତି ।

ନେପାଳ ଉପ ବୈଦେଶିକମନ୍ତ୍ରୀ କହିଛନ୍ତି, ର ମୁଖ୍ୟଙ୍କ ନେପାଳ ଗସ୍ତ ଦ୍ବନ୍ଦ ସୃଷ୍ଟି କରିବା ସହ କୂଟନୀତିକୁ ରାଜନେତାଙ୍କୁ ହାତକୁ ଟେକି ଦିଆଯାଇଛି । ଅନ୍ୟପକ୍ଷେ ଏହି ବୈଠକ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ନେପାଳି କଂଗ୍ରେସ ସେଣ୍ଟ୍ରାଲ ନେତା ଗଗନ ଥାପ୍ପା ପ୍ରତିକ୍ରିୟା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.