ETV Bharat / international

ଜାପାନରେ ଲଗାଣ ବର୍ଷାରୁ ବନ୍ୟା ପରିସ୍ଥିତି, ମୃତ୍ୟୁ ସଂଖ୍ୟା 37କୁ ବୃଦ୍ଧି - ଜାପାନରେ ପ୍ରାକୃତିକ ବିପର୍ଯ୍ୟୟ

ଜାପାନରେ ଗତ 3 ଦିନ ହେବ ଲଗାଣ ବର୍ଷାରୁ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଏଥିରେ 37 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ୟୁସୁ ଦ୍ବୀପରେ 13 ଜଣ ନିଖୋଜ ରହିଛନ୍ତି ।

flood in japan, weather in japan, japan latest news, japan flood update, natural disaster in japan, ଜାପାନରେ ବନ୍ୟା, ଜାପାନ ଲାଟେଷ୍ଟ ନ୍ୟୁଜ୍‌, ଜାପାନ ପାଣିପାଗ, ଜାପାନରେ ପ୍ରାକୃତିକ ବିପର୍ଯ୍ୟୟ, ଜାପାନ ବନ୍ୟା ଅପଡେଟ
ଜାପାନରେ ଲଗାଣ ବର୍ଷାରୁ ବନ୍ୟା ପରିସ୍ଥିତି, ମୃତ୍ୟୁ ସଂଖ୍ୟା 37କୁ ବୃଦ୍ଧି
author img

By

Published : Jul 6, 2020, 10:45 PM IST

ଟୋକିଓ: ଜାପାନରେ ଗତ 3 ଦିନ ହେବ ଲଗାଣ ବର୍ଷାରୁ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଶନିବାର ଓ ରବିବାର ଏଠାରେ ମୂଷଳ ଧାରାରେ ବର୍ଷା ହେବା ପରେ ସୋମବାର ମଧ୍ୟ ସମାନ ସ୍ଥିତି ଲାଗି ରହିଛି । ଏମିତିରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏଥିରେ 37 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ୟୁସୁ ଦ୍ବୀପରେ 13 ଜଣ ନିଖୋଜ ରହିଛନ୍ତି ।

ଲଗାଣ ବର୍ଷା ଯୋଗୁଁ କୁମାମୋଟୋ ଓ କୋଗୋସିମାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଫଳରେ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ତେବେ ବନ୍ୟାରେ ଫସି ରହିଥିବା ବାସିନ୍ଦାଙ୍କୁ ଉଦ୍ଧାର କରିବା ପାଇଁ ପାଖାପାଖି 40,000 ଉଦ୍ଧାରକାରୀ କର୍ମକର୍ତ୍ତା ନିୟୋଜିତ ରହିଛନ୍ତି । ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଏବେ ବି ସନ୍ଧାନ ପ୍ରକ୍ରିୟା ଜାରି ରହିଛି ।

ସୋମବାର ଜାପାନରେ 30 ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଆହୁରି ଦୁଇ ଦିନ ବର୍ଷା ଲାଗି ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସାଧାରଣତଃ ପଶ୍ଚିମାଞ୍ଚଳରେ ଅତ୍ୟଧିକ ବର୍ଷା ସହ୍ୟ କରିବାର କ୍ଷମତା ରହିଥିବା ବେଳେ ଗତ ତିନି ଦିନ ହେବ ଲାଗିରହିଥିବା ବର୍ଷା ଯୋଗୁଁ ଏଠାରେ ଥିବା କ୍ୟୁସୁ ଦ୍ବୀପରେ ଅବସ୍ଥା ଅସମ୍ଭାଳ ହୋଇ ପଡିଛି । ଜାପାନରେ ଏପରି ବର୍ଷା ପୂର୍ବରୁ କେବେ ହୋଇନଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.