ETV Bharat / international

ପାକିସ୍ତାନ ବାୟୁସେନାରେ ପ୍ରଥମ ହିନ୍ଦୁ ପାଇଲଟ ରାହୁଲ ଦେବ - ରାହୁଲ ଦେବ

ପାକିସ୍ତାନ ଇତିହାସରେ ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ଯୁବକଙ୍କୁ ବାୟୁସେନାରେ ପାଇଲଟ ଭାବେ ମନୋନୀତ କରାଯାଇଛି । ରାହୁଲ ଦେବ ନାମକ ଯୁବକଙ୍କୁ ପାକିସ୍ତାନୀ ବାୟୁସେନାରେ ଜିଡି (ଜେନେରାଲ ଡ୍ୟୁଟି) ପାଇଲଟ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ଅଧିକ ପଢନ୍ତୁ...

ପାକିସ୍ତାନ ବାୟୁସେନାରେ ପ୍ରଥମ ହିନ୍ଦୁ ପାଇଲଟ ରାହୁଲ ଦେବ

author img

By

Published : May 3, 2020, 11:17 PM IST

ଇସଲାମାବାଦ: ପ୍ରଥମ ଥର ପାଇଁ ପାକିସ୍ତାନ ଇତିହାସରେ ଜଣେ ହିନ୍ଦୁ ଯୁବକଙ୍କୁ ବାୟୁସେନାରେ ପାଇଲଟ ଭାବେ ମନୋନୀତ କରାଯାଇଛି । ରାହୁଲ ଦେବ ନାମକ ଯୁବକଙ୍କୁ ପାକିସ୍ତାନୀ ବାୟୁସେନାରେ ଜିଡି (ଜେନେରାଲ ଡ୍ୟୁଟି) ପାଇଲଟ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ ଏହି ସୂଚନା ଦିଆଯାଇଛି ।

ରାହୁଲ ଦେବ ସିନ୍ଧ ପ୍ରଦେଶର ସବୁଠାରୁ ବଡ ଜିଲ୍ଲା ଥରକାରକର ବାସିନ୍ଦା । ପାକିସ୍ଥାନର ଥରକାରକର ହେଉଛି ସେହି ସ୍ଥାନ ଯେଉଁଠାରେ ବହୁ ସଂଖ୍ୟକ ହିନ୍ଦୁ ସମ୍ପ୍ରଦାୟ ବାସ କରନ୍ତି । ବିକାଶଠାରୁ ବହୁ ଦୁରରେ ଥିବା ଏହି ଅଞ୍ଚଳର ରାହୁଲ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ପାକିସ୍ତାନ ବାୟୁସେନାରେ ପହଞ୍ଚିଛନ୍ତି ।

ରାହୁଲଙ୍କ ନିଯୁକ୍ତିକୁ ନେଇ ସମସ୍ତ ପାକିସ୍ତାନ ହିନ୍ଦୁ ପଞ୍ଚାୟତ ସଚିବ ରବି ଦୱାନୀ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ସଂଖ୍ୟାଲଘୁ ସମାଜର ଅନେକ ସଦସ୍ୟ ନାଗରିକ ସେବା ତଥା ସେନାର ଅନ୍ୟାନ୍ୟ ଅଂଶରେ ସେବା କରୁଛନ୍ତି । ଦେଶର ଅନେକ ବଡ ଡାକ୍ତର ବିଶେଷ ଭାବରେ ହିନ୍ଦୁ ସମ୍ପ୍ରଦାୟର ଅଟନ୍ତି । ସେ କହିଛନ୍ତି ଯେ ଯଦି ସରକାର ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଧ୍ୟାନ ଜାରି ରଖନ୍ତି, ତେବେ ଆଗାମୀ ସମୟରେ ଅନେକ ରାହୁଲ ଦେବ ଦେଶ ସେବା କରିବାକୁ ପ୍ରସ୍ତୁତ ରହିବେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.