ETV Bharat / international

'ପୁଲୱାମା ଆକ୍ରମଣ ପାଇଁ କାଶ୍ମୀର ଯୁବକ ଦାୟୀ'

ପୁଲୱାମା ଆକ୍ରମଣକୁ ନେଇ ପୁଣି ଥରେ ଭାରତକୁ ଦାୟୀ କରିଛନ୍ତି ଇମ୍ରାନ ଖାନ । ଆମେରିକା ରାଷ୍ଟ୍ରପତି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଦ୍ବିପାକ୍ଷିକ ଆଲୋଚନାରେ ସେ ଏଭଳି ବୟାନ ଦେଇଛନ୍ତି ।

ଫାଇଲ ଫଟୋ
author img

By

Published : Jul 24, 2019, 2:03 PM IST

ଇସଲାମାବାଦ: ପୁଲୱାମା ଆକ୍ରମଣକୁ ନେଇ ପୁଣିଥରେ ଭାରତକୁ ଦାୟୀ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଆକ୍ରମଣ ପଛରେ ପାକିସ୍ତାନୀ ନୁହେଁ ସାମିଲ ଥିଲେ କାଶ୍ମୀର ଯୁବକ । ପାକିସ୍ତାନରେ ଜୈଶ-ମହମ୍ମଦ(ଜେଇଏମ)ର କ୍ୟାମ୍ପ ଥିବା ନେଇ ଦୋଷୀ ସାବ୍ୟସ୍ତ କରାଯାଉଥିବାବେଳେ ଏଥିରେ ପାକିସ୍ତାନର କୌଣସି ହାତ ନାହିଁ ବୋଲି ଇମ୍ରାନ କହିଛନ୍ତି ।

ଗତ ମଙ୍ଗଳବାର ହ୍ବାଇଟ ହାଉସରେ ଟ୍ରମ୍ପ ଓ ଇମ୍ରାନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲେ । ଯେଉଁଥିରେ ସେ କହିଥିଲେ, ଜୈଶର କ୍ୟାମ୍ପ ପାକିସ୍ତାନ ସହ କାଶ୍ମୀରରେ ମଧ୍ୟ ରହିଛି । ତେଣୁ ଏଥିପାଇଁ ଭାରତରେ ଏହି ହମଲା ହୋଇଥିଲା । ଏଥିସହ ଭାରତୀୟ ସେନାଙ୍କ ବର୍ବରତା ଯୋଗୁ କାଶ୍ମୀର ଯୁବକ କଟ୍ଟରପନ୍ଥୀ ଆପଣାଇବା ସହ ଏହାର ପ୍ରତିଶୋଧ ନେବାକୁ ଯାଇ ଆକ୍ରମଣ କରିଥିଲେ । କିନ୍ତୁ ଘଟଣା ପଛରେ ପାକିସ୍ତାନକୁ ଦାୟୀ କରିଯାଉଛି ବୋଲି କହିଛନ୍ତି ଇମ୍ରାନ ।

ଗତ ଫେବୃଆରୀ 14ରେ ଜୈଶର ଆତଙ୍କୀ ଆଇଡି-ବ୍ଲାଷ୍ଟ କରି ଏହି ଆକ୍ରମଣକୁ କରିଥିବାବେଳେ 40 ଭାରତୀୟ ସିଆରପିଏଫ ସେନା ଶହୀଦ ହୋଇଥିଲେ । ଏହା ପରେ ଏକ ଭିଡି଼ଓ ଜରିଆରେ ଜୈଶ ମହମ୍ମଦ ଆକ୍ରମଣ ପଛରେ ହାତ ଥିବା ନେଇ ସ୍ପଷ୍ଟ କରିଥିଲା।

Intro:Body:

TESTING 123

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.