ETV Bharat / international

ଚୀନରେ ଉଚ୍ଚ ଶିକ୍ଷା ପାଇଁ ଶ୍ରେଣୀକୁ ଫେରିଲେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାର୍ଥୀ - ଚୀନରେ କୋରୋନା ପରିସ୍ଥିତି

ଆଉ ଦିନ କେଇଟା ପରେ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ । ଏନେଇ ଚୀନରେ କୋରୋନା ପରିସ୍ଥିତିରେ ସାମାନ୍ୟ ସୁଧାର ପରେ ପୁଣି ସ୍କୁଲକୁ ଫେରିଛନ୍ତି ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଅନ୍ତିମ ବର୍ଷ ଶିକ୍ଷାର୍ଥୀ ।

higher education in china, students return to school for higher education, corona situation in china, school reopens in china, ଚୀନରେ ଉଚ୍ଚ ଶିକ୍ଷା, ଉଚ୍ଚ ଶିକ୍ଷା ପାଇଁ ଶ୍ରେଣୀକୁ ଫେରିଲେ ବିଦ୍ୟାର୍ଥୀ, ଚୀନରେ କୋରୋନା ପରିସ୍ଥିତି, ଚୀନରେ ଖୋଲିଲା ସ୍କୁଲ
ଚୀନରେ ଉଚ୍ଚ ଶିକ୍ଷା ପାଇଁ ଶ୍ରେଣୀକୁ ଫେରିଲେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାର୍ଥୀ
author img

By

Published : Apr 28, 2020, 12:10 AM IST

ବେଜିଂ: ଆଉ ଦିନ କେଇଟା ପରେ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ । ଏନେଇ ଚୀନରେ କୋରୋନା ପରିସ୍ଥିତିରେ ସାମାନ୍ୟ ସୁଧାର ପରେ ପୁଣି ସ୍କୁଲକୁ ଫେରିଛନ୍ତି ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଅନ୍ତିମ ବର୍ଷ ଶିକ୍ଷାର୍ଥୀ । ଆଗାମୀ ଦିନରେ ପରୀକ୍ଷା ଥିବା ସହ ଉଚ୍ଚ ଶିକ୍ଷା ପାଇଁ ଆରମ୍ଭ ହେବ ପ୍ରବେଶିକା ପରୀକ୍ଷା । ଯାହାକୁ ନଜରରେ ରଖି ଶିକ୍ଷାନୁଷ୍ଠାନ ଏବେ ପୁଣି ଚଳଚଞ୍ଚଳ ହୋଇଉଠିଛି ।

ପ୍ରଥମେ ଲୁନାର ନବବର୍ଷ ଛୁଟିଠାରୁ ଆରମ୍ଭ ହୋଇଥିବା ସ୍କୁଲ ଛୁଟି ପରବର୍ତ୍ତୀ ସମୟରେ କୋରୋନା ସଂକ୍ରମଣ ପାଇଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି ହୋଇଥିଲା । ହେଲେ ଏବେ ପରିସ୍ଥିତିରେ ଆସିଛି ସାମାନ୍ୟ ସୁଧାର । ଏମିତିରେ ଉଚ୍ଚ ଶିକ୍ଷାକୁ ଗୁରୁତ୍ବ ଦେଇଛି ଚୀନ ସରକାର । ତେବେ ବର୍ତ୍ତମାନ ଖୋଲିଥିବା ସ୍କୁଲମାନଙ୍କରେ କେବଳ ସିନିୟର ଛାତ୍ରଛାତ୍ରୀମାନଙ୍କୁ ଆସିବା ପାଇଁ ଅନୁମତି ଦିଆଯାଇଛି । ହେଲେ କେତୋଟି ସ୍କୁଲ ଖୋଲିବାକୁ ଅନୁମତି ମିଳିଛି ତାହା ସ୍ପଷ୍ଟ କରିନାହାନ୍ତି ଶିକ୍ଷା ବିଭାଗ ନିର୍ଦ୍ଦେଶକ ୱାଙ୍ଗ ଡେଙ୍ଗଫେଙ୍ଗ ।

ସେପଟେ ଚୀନର ଏକ ଆଞ୍ଚଳିକ ଟେଲିଭିଜନର ଖବର ମୁତାବକ ଦେଶର 49ହଜାର ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ସ୍କୁଲକୁ ଫେରିଛନ୍ତି । ଜୁଲାଇ 7 ଓ 8 ରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଖୁବ ଉତ୍ସାହିତ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି । ଏନେଇ ଏକ ଖବରକାଗଜର ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ଦେଶର ବେଜିଂ ଓ ସାଙ୍ଘାଇ ସମେତ 30ଟି ପ୍ରାନ୍ତରେ ସ୍କୁଲ ଖୋଲାଯାଇଛି । ଆଗାମୀ ଦିନରେ ଅନ୍ୟ ପ୍ରାନ୍ତମାନଙ୍କରେ ମଧ୍ୟ ଧିରେ ଧିରେ ପରିସ୍ଥିତି ସ୍ବାଭାବିକ ହେବା ସହ ସ୍କୁଲ ଖୋଲା ଯିବାର ନିଷ୍ପତ୍ତି ନିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.