ETV Bharat / international

ପାକିସ୍ତାନରେ ବ୍ୟାନ ହେବ ଟିକ୍‌ଟକ୍‌ ! ହାଇକୋର୍ଟରେ ହେଲା ଆବେଦନ

author img

By

Published : Jul 15, 2020, 4:48 PM IST

ଚୀନର ଲୋକପ୍ରିୟ ଆପ୍‌ ଟିକ୍‌ଟକ୍‌ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇବାକୁ ଲାହୋର ହାଇକୋର୍ଟରେ ଆବେଦନ ହୋଇଛି । ଆଇନଜୀବୀ ନାଦିମ ସରୱାର ପାକିସ୍ତାନର ଜଣେ ନାଗରିକଙ୍କ ପକ୍ଷରୁ ହାଇକୋର୍ଟରେ ଏହି ଆବେଦନ କରିଛନ୍ତି ।

ଟିକ୍‌ଟକ୍
ଟିକ୍‌ଟକ୍

ଇସଲାମାବାଦ : ଭାରତରେ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲାଗିବା ପରେ ବିଶ୍ବର ଅନେକ ଦେଶ ଏବେ ଚୀନର ଲୋକପ୍ରିୟ ଆପ୍‌ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରୁଛନ୍ତି । ଆମେରିକା ଏବଂ ଅଷ୍ଟ୍ରେଲିଆ ଭଳି ଦେଶ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରିଥିଲେ । ତେବେ ଏହି ତାଲିକାରେ ଏବେ ସାମିଲ ହେବାକୁ ଯାଉଛି ଚୀନର ପରମ ବନ୍ଧୁ ପାକିସ୍ତାନ । ଚୀନର ଲୋକପ୍ରିୟ ଆପ୍‌ ଟିକ୍‌ଟକ୍‌ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇବାକୁ ଲାହୋର ହାଇକୋର୍ଟରେ ଆବେଦନ ହୋଇଛି ।

ଆଇନଜୀବୀ ନାଦିମ ସରୱାର ପାକିସ୍ତାନର ଜଣେ ନାଗରିକଙ୍କ ପକ୍ଷରୁ ହାଇକୋର୍ଟରେ ଏହି ଆବେଦନ କରିଛନ୍ତି । ସେ ନିଜ ଆବେଦନରେ କହିଛନ୍ତି, ଏହି ଆପ୍‌ ଯୋଗୁଁ ଦେଶରେ 10 ରୁ ଅଧିକ ମୃତ୍ୟୁ ଘଟିଛି। ସୋସିଆଲ ମିଡିଆରେ ଖ୍ୟାତି ଅର୍ଜନ ପାଇଁ ହେଉଥିବା ଭିଡିଓ ସେୟାରିଂ ଏବେ ଅଶ୍ଳୀଳତା ବିସ୍ତାର କରିବାର ଉତ୍ସ ପାଲଟିଛି । ତେବେ ସେ ନିଜ ଆବେଦନରେ ଏକ ଘଟଣା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସୁରକ୍ଷା କାରଣରୁ ଭାରତ ଟିକଟକ୍, ୟୁସି ବ୍ରାଉଜର ଭଳି ୫୯ଟି ଚୀନ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା। ବର୍ତ୍ତମାନ ଅଷ୍ଟ୍ରେଲିଆ ଏବଂ ଆମେରିକା ମଧ୍ୟ ଟିକଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରୁଛନ୍ତି । ଜାତୀୟ ସୁରକ୍ଷା ଏବଂ ବ୍ୟବହାରକାରୀଙ୍କ ତଥ୍ୟର ସୁରକ୍ଷାକୁ ଦେଖି ସେମାନେ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଇବାର ଯୋଜନା କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.