ବେଜିଂ: ମଦ ନିଶାରେ ବିମାନ ଝରକା ଭାଙ୍ଗିଲେ ମହିଳା ଯାତ୍ରୀ । ଫଳରେ ବିମାନଟି ଜରୁରୀ ଅବତରଣ କରିଥିଲା । ଏଭଳି ଘଟଣା ଗତମାସ 25 ତାରିଖରେ ଘଟିଥିଲା । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେଉଛି ।
ବିମାନଟି ଚୀନର ଲୁଙ୍ଗ ଏୟାରଲାଇନ୍ସରେ ଘଟିଥିଲା ଏହି ଘଟଣା । 29 ବର୍ଷୀୟ ଲି ତାଙ୍କର ବ୍ୟକ୍ତିଗତ ସଂପର୍କ ନେଇ ଚିନ୍ତାଗ୍ରସ୍ତ ଥିଲେ । ଫଳରେ ନିଜର ଭାବନାକୁ ନିୟନ୍ତ୍ରଣ କରିନପାରି ବିମାନର କାଚ ଭାଙ୍ଗି ଦେଇଥିଲେ । ବିମାନଟି ଜିନିଂ ରୁ ପୂର୍ବ ଚୀନର ୟାନଚେଙ୍ଗ ଯାତ୍ରା କରିବାର ଥିଲା । କିନ୍ତୁ ଏହି ଘଟଣା ପରେ ପାଇଲଟ କିଛି ବାଟ ନପାଇ ଜେନଜୁ ଠାରେ ବିମାନର ଜରୁରୀ ଅବତରଣ କରିଥିଲେ ।
ବିମାନ ଅବତରଣ ପରେ ଲି ଙ୍କୁ ପୋଲିସ ଗିରଫ କରି ପଚରାଉଚରା କରିଥିଲା । ସେ ଯାତ୍ରା ପୂର୍ବରୁ ସେ ମଦ୍ୟ ପାନ କରିଥିଲେ । ଏଥଇରେ 30ରୁ 60 ପ୍ରତିଶତ ଆଲକୋହଲ ଥିବା ଜଣାପଡିଛି । ଝରକା ଭାଙ୍ଗିବା ପରେ ଏଥିରେ ଅନ୍ୟ ଯାତ୍ରୀଙ୍କର କୌଣସି କ୍ଷତି ହୋଇନାହିଁ। କ୍ରୃ ମେମ୍ବର ଜରୁରୀ ଅବତରଣ ବେଳେ ଲି ଙ୍କୁ ନିୟନ୍ତ୍ରଣ କରି ଦେଇଥିବା କହିଛନ୍ତି ।