ETV Bharat / international

ପାକିସ୍ତାନରେ ଜନବସତି ଉପରେ ଖସିପଡିଲା ବିମାନ, ପ୍ରାୟ 100 ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା !

ଶୁକ୍ରବାର ଅପରାହ୍ନରେ ଲାହୋରରୁ କରାଚି ଯାଉଥିବା ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ)ର ଯାତ୍ରୀବାହୀ ବିମାନ ଦୁର୍ଘଟଣାର ଶିକାର ହୋଇଛି । କରାଚିରେ ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟ ଥିବା ଏକ ଆବାସିକ ଅଞ୍ଚଳରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।

Plane crashes in Karachi
Plane crashes in Karachi
author img

By

Published : May 22, 2020, 4:56 PM IST

କରାଚି: ପାକିସ୍ତାନରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଶୁକ୍ରବାର ଅପରାହ୍ନରେ ଲାହୋରରୁ କରାଚି ଯାଉଥିବା ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ)ର ଯାତ୍ରୀବାହୀ ବିମାନ ଦୁର୍ଘଟଣାର ଶିକାର ହୋଇଛି । କରାଚିରେ ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟ ଥିବା ଏକ ଆବାସିକ ଅଞ୍ଚଳରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନ ବନ୍ଦରରେ ଅବତରଣ ପୂର୍ବରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ବିମାନ ଦୁର୍ଘଟଣା ପରେ ବିମାନ ଚଳାଚଳ ପ୍ରାଧିକରଣର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଡନ୍ ନ୍ୟୁଜ୍ ଅନୁଯାୟୀ, ସହରର ମଡେଲ୍ କଲୋନୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । ପିଆଇଏ ମୁଖପାତ୍ର ଅବଦୁଲ ସତ୍ତାର କହିଛନ୍ତି ଯେ, ଫ୍ଲାଇଟ୍ A -320 ରେ 90 ଜଣ ଯାତ୍ରୀ ଏବଂ ଆଠ ଜଣ କ୍ରୁ ମେମ୍ବର ରହିଥିଲେ । ଏହା ଲାହୋରରୁ କରାଚି ଅଭିମୁଖେ ଯାତ୍ରା କରୁଥିଲା । ବର୍ତ୍ତମାନ ସୁଦ୍ଧା ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।

ଇଣ୍ଟର ସର୍ଭିସ ପବ୍ଲିକ ରିଲେସନ୍ସ (ଆଇଏସଆରପି)ର ଏକ ବିବୃତ୍ତିରେ କୁହାଯାଇଛି ଯେ ସେନାର କୁଇକ୍ ରେସପନ୍ସ ଫୋର୍ସ ଏବଂ ସିନ୍ଧ ପାକିସ୍ଥାନ ରେଞ୍ଜର୍ସ ସିଭିଲ୍ ସ୍ଥାନୀୟ ଲୋକଙ୍କ ସହ ମିଶି ଉଦ୍ଧାର କାର୍ଯ୍ୟ ପାଇଁ ଉକ୍ତ ସ୍ଥାନରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସିନ୍ଧ୍ ର ସ୍ବାସ୍ଥ୍ୟ ଓ ଜନସଂଖ୍ୟା କଲ୍ୟାଣ ମନ୍ତ୍ରଣାଳୟ ବିମାନ ଦୁର୍ଘଟଣା ହେତୁ କରାଚିର ସମସ୍ତ ପ୍ରମୁଖ ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.