ETV Bharat / international

ଦକ୍ଷିଣ କୋରିଆରେ ଆଗୁଆ ଆରମ୍ଭ ହେଲା ସଂସଦୀୟ ନିର୍ବାଚନ - କୋରୋନା ଅପଡେଟ

ନିର୍ଦ୍ଧାରିତ ସମୟ ପୂର୍ବରୁ ଦେଶରେ ଶୁକ୍ରବାର ଆରମ୍ଭ ହୋଇଛି ସଂସଦୀୟ ନିର୍ବାଚନ । ଦେଶର କୋରୋନା ଆକ୍ରାନ୍ତମାନେ ବିଶୋଧିତ ପୋଲିଂ ଷ୍ଟେସନରେ ପହଞ୍ଚି ନିଜ ମତ ସାବ୍ୟସ୍ତ କରିଛନ୍ତି ।

Parliamentary election in south korea, corona in south korea, election amid of corona pandemic, corona update, coronavirus news, ଦକ୍ଷିଣ କୋରିଆରେ ସଂସଦୀୟ ନିର୍ବାଚନ, ଦକ୍ଷିଣ କୋରିଆରେ କୋକୋନା, କୋରୋନା ସତ୍ତ୍ବେ ନିର୍ବାଚନ, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌
ଦକ୍ଷିଣ କୋରିଆରେ ଆଗୁଆ ଆରମ୍ଭ ହେଲା ସଂସଦୀୟ ନିର୍ବାଚନ
author img

By

Published : Apr 10, 2020, 11:27 PM IST

ସିଓଲ: ନିର୍ଦ୍ଧାରିତ ସମୟ ପୂର୍ବରୁ ଦେଶରେ ଶୁକ୍ରବାର ଆରମ୍ଭ ହୋଇଛି ସଂସଦୀୟ ନିର୍ବାଚନ । ଦେଶର କୋରୋନା ଆକ୍ରାନ୍ତମାନେ ବିଶୋଧିତ ପୋଲିଂ ଷ୍ଟେସନରେ ପହଞ୍ଚି ନିଜ ମତ ସାବ୍ୟସ୍ତ କରିଛନ୍ତି । ଏଥିପାଇଁ ଦେଶରେ ସଂକ୍ରମିତଙ୍କ ପାଇଁ 8ଟି ପୋଲିଂ ବୁଥର ବ୍ୟବସ୍ଥା କରାଯାଇଛି ।

ସୂଚନା ମୁତାବକ ଉଭୟ ସିଓଲ ଡାଏଗୁରେ ଏହି 8ଟି ପୋଲିଂ ବୁଥ ସ୍ଥାପନ କରାଯାଇଛି। ଯେଉଁଠି ଚିକିତ୍ସାଧିନ 3 ହଜାର ସଂକ୍ରମିତ ଓ କାର୍ଯ୍ୟରତ 900 ଡାକ୍ତରୀ କର୍ମଚାରୀମାନେ ନିଜ ମତ ସାବ୍ୟସ୍ତ କରିଛନ୍ତି । ପ୍ରକୃତରେ ଏପ୍ରିଲ 15ରେ ସଂସଦୀୟ ନିର୍ବାଚନ ତାରିଖ ନିର୍ଦ୍ଧାରିତ ହୋଇଥିବା ବେଳେ ଆଗୁଆ ନିର୍ବାଚନ କରିବା ଦ୍ବାରା ନିର୍ଦ୍ଧିରିତ ତାରିଖରେ ଲୋକଙ୍କ ଭିଡ କମ ହେବ ବୋଲି ଅଧିକାରୀମାନେ ଆଶା ରଖିଛନ୍ତି । ଏଥିପାଇଁ କୋରୋନା ପରିସ୍ଥିତି ସତ୍ତ୍ବେ ଦେଶରେ ଆଗୁଆ ନିର୍ବାଚନ କରାଯାଇଥିବା ଜଣାପଡିଛି ।

ତେବେ ଏହି ଆଗୁଆ ନିର୍ବାଚନ ପାଇଁ ଗୁରୁବାର ସମସ୍ତ ପୋଲିଂ ବୁଥକୁ ସାନିଟାଇଜ କରାଯାଇଥିଲା । ଏଥିସହ ମତ ସାବ୍ୟସ୍ତ କରିବାକୁ ଆସୁଥିବା ଲୋକଙ୍କୁ ମାସ୍କ ବ୍ୟବହାର ସହ ସାନିଟାଇଜରର ବ୍ୟବହାର ଓ ହାତରେ ଗ୍ଲୋବ୍ସ ପିନ୍ଧିବା ବାଧ୍ୟତାମୂଳକ ରହିଥିଲା । ଶୁକ୍ରବାର ପୋଲିଂ ବୁଥରେ ପ୍ରବେଶ କରୁଥିବା ଲୋକଙ୍କର ପ୍ରଥମେ ଶରୀରର ତାପମାତ୍ରା ପରୀକ୍ଷା ହୋଇଥିଲା, ଏହାପରେ ସେମାନଙ୍କୁ ବୁଥ ମଧ୍ୟକୁ ଛଡାଯାଇଥିଲା ।

ସେପଟେ କୋରୋନା ସଂକ୍ରମଣ ସତ୍ତ୍ବେ ଦେଶବାସୀ ଖୁବ ଉତ୍ସାହର ସହ ମତ ସାବ୍ୟସ୍ତ କରିଥିବା ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.