ETV Bharat / international

ପଞ୍ଜଶୀର ପଟକଥା, ଏଯାଏଁ ପଡିପାରନି ତାଲିବାନ ପାଦ - ପଞ୍ଜଶୀର

ଗୋଟିଏ ପରେ ଗୋଟିଏ ରାଜ୍ୟ ଦଖଲ କରିବା ପରେ ଶେଷରେ ରାଜଧାନୀ କାବୁଲ କବଜା କରିଛି ତାଲିବାନ । ଏହାରି ମଧ୍ୟରେ ଏଭଳି ଏକ ରାଜ୍ୟ ରହିଛି ଯେଉଁଠି ବର୍ତ୍ତମାନ ପର୍ଯ୍ୟନ୍ତ ପାଦ ଦେଇପାରିନାହାଁନ୍ତି ତାଲିବାନ ଆତଙ୍କବାଦୀ । ଅଧିକ ପଢନ୍ତୁ...

ପଞ୍ଜଶୀର ପଟକଥା, ଏଯାଏଁ ପଡିପାରନି ତାଲିବାନର ପାଦ

author img

By

Published : Aug 18, 2021, 10:51 PM IST

କାବୁଲ: ରକ୍ତମୁଖା ଆତଙ୍କୀ ଚିତ୍କାର । ଘନଘନ ଗୁଳିବର୍ଷା ସାଙ୍ଗକୁ ଚାରିଆଡେ ଗର୍ଜି ଉଠୁଛି ବନ୍ଧୁକ । ରକ୍ତରେ ଭଜୁଛି ଆଫାଗନସ୍ତାନ ମାଟି । ଗୋଟିଏ ପରେ ଗୋଟିଏ ରାଜ୍ୟ ଦଖଲ କରିବା ପରେ ଶେଷରେ ରାଜଧାନୀ କାବୁଲ କବଜା କରିଛି ତାଲିବାନ । ଏହାରି ମଧ୍ୟରେ ଏଭଳି ଏକ ରାଜ୍ୟ ରହିଛି ଯେଉଁଠି ବର୍ତ୍ତମାନ ପର୍ଯ୍ୟନ୍ତ ପାଦ ଦେଇପାରିନାହାଁନ୍ତି ତାଲିବାନ ଆତଙ୍କବାଦୀ ।

ଯେତେବେଳେ ସମଗ୍ର ଆଫଗାନିସ୍ତାନ ଆତଙ୍କ ରାଜରେ ଆତଙ୍କିତ ହୋଇସାରିଛି, ସେବେ ଦେଶରେ ଏଭଳି ଗୋଟିଏ ସ୍ଥାନ ଅଛି ଯାହାକୁ ଜିତିବାରେ ସକ୍ଷମ ହୋଇ ନାହିଁ ତାଲିବାନ । ଯେଉଁଠି ପଡିପାରନି ତାଲିବାନର ପାଦ, ଯାହା ଏଯାଏଁ ଆତଙ୍କର କାୟାଠୁ ଦୂରରେ ରହିଛି, ଯେଉଁ ମାଟିର ରଙ୍କ ଏପର୍ଯ୍ୟନ୍ତ ପଡିପାରିନି ରକ୍ତଛିଟା। ଶେଷ ଆଶା ଭାବରେ, ଏପରି ଏକ ରାଜ୍ୟ ଅଛି ଯାହା ଶେଷ ନିଶ୍ବାସ ପର୍ଯ୍ୟନ୍ତ ତାଲିବାନକୁ ସାହସର ସହ ଛିଡା ହୋଇ ତାଲିବାନକୁ ଟକ୍କର ଦେବାକୁ ରହିଛି ପ୍ରସ୍ତୁତ । ଆଉ ଏହି ସ୍ଥାନ ହେଉଥଛି ଆଫଗାନିସ୍ତାନର ପଞ୍ଜଶୀର ।

ଆଫଗାନିସ୍ତାନର ରାଜଧାନୀ କାବୁଲଠାରୁ ମାତ୍ର ୧୦୦ କିଲୋମିଟର ଦୂରରେ ରହିଛି ପଞ୍ଜଶୀର ପ୍ରାନ୍ତ । ଯାହାର ନାମ କରଣ ପଛରେ ରହିଛି ବିଶେଷ ଅର୍ଥ । ଆଉ ଏହି ଅର୍ଥ ହେଉଛି ପାଞ୍ଚଟି ସିଂହ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି କ୍ଷେତ୍ରରେ ହୋଇନାହିଁ କାହାରି କବଜା । ଏହା ଦୀର୍ଘ ଦିନ ଧରି ଏବେ ବି ସ୍ବାଧୀନ ହୋଇରହିଛି ।

ଆଫଗାନିସ୍ତାନର ୩୪ ରାଜ୍ୟ ମଧ୍ୟରୁ ଗୋଟିଏ ପଞ୍ଜଶୀର, ଯାହାର ୭ ଜିଲ୍ଲାରେ ରହିଛି ୫୧୨ ଗାଁ । ୨୦୨୧ ରିପୋର୍ଟ ଅନୁଯାୟୀ, ଏହି ରାଜ୍ୟର ଜନସଂଖ୍ୟା ୧୭୩୦୦୦ । ଏହାର ପ୍ରାନ୍ତୀୟ ରାଜଧାନୀ ହେଉଛି ବାଜାରକ ।

ପଞ୍ଜଶୀର ରାଜ୍ୟ ହିଁ ବର୍ତ୍ତମାନ ଆଫଗାନିସ୍ତାନର ଶେଷ ଆଶା ଅମରୁଲ୍ଲା ସାଲେହଙ୍କ ଜନ୍ମସ୍ଥାନ । ଏହିଠାରୁ ହିଁ ସେ ଅସରଫ ଘନିଙ୍କ ପଳାୟନ ପରେ ନିଜକୁ ଆଫଗାନିସ୍ତାନର କେୟାରଟେକର ରାଷ୍ଟ୍ରପତି ଭାବରେ ନିଜକୁ କରିଛନ୍ତି ଘୋଷଣା ।

କାବୁଲ କବଜା ପରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ଦଖଲ କରିଛି ତାଲିବାନ । ଅସ୍ତ୍ର ଛାଡି ଆତ୍ମସମର୍ପଣ କରିଛି ଆଫଗାନ ସେନା । ଦେଶ ଛାଡି ପଳାୟନ କରିଛନ୍ତି ରାଷ୍ଟ୍ରପତି । ସଙ୍କଟର ଏହି ଘଡିରେ ଯଦି କିଏ ଏଯାଏଁ ମୁଣ୍ଡ ନୁଆଁଇ ନାହିଁ, ତେବେ ସେ ହେଉଛନ୍ତି ଆଫଗାନିସ୍ତାନର ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ । ନିଜକୁ ଆଫଗାନିସ୍ତାନର ରାଷ୍ଟ୍ରପତି ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ଅମରୁଲ୍ଲା । ଏଭଳି ପରିସ୍ଥିତିରେ ଅମରୁଲ୍ଲା ପଞ୍ଜଶୀରରୁ ଯୁଦ୍ଧର ଘୋଷଣା କରିପାରନ୍ତି କି ବୋଲି ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.