ETV Bharat / international

ଯୁଦ୍ଧକ୍ଷେତ୍ର ପାଲଟିଲା ପାକିସ୍ତାନ ସଂସଦ

author img

By

Published : Jun 16, 2021, 8:10 AM IST

ପାକିସ୍ତାନ ସଂସଦରେ ସମ୍ବିଧାନର ଅବମାନନା । ବଜେଟ ଅଧିବେଶନ ଚାଲିଥିବା ସମୟରେ ବିରୋଧୀ ଶାସକଙ୍କ ମଧ୍ୟରେ ପ୍ରବଳ ହୋହଲ୍ଲା ଦେଖିବାକୁ ମିଳିଛି । ଉଭୟ ଦଳର ନେତା ସଂସଦରେ ଧସ୍ତାଧସ୍ତି ହେବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବାକ ଭିଡିଓ ଭାଇରାଲ୍ ହେଉଛି । ଅଧିକ ପଢନ୍ତୁ...

ଯୁଦ୍ଧକ୍ଷେତ୍ର ପାଲଟିଲା ପାକିସ୍ତାନ ସଂସଦ
ଯୁଦ୍ଧକ୍ଷେତ୍ର ପାଲଟିଲା ପାକିସ୍ତାନ ସଂସଦ

ଇସଲାମାବାଦ: ପାକିସ୍ତାନ ସଂସଦରେ ଅଶୋଭନୀୟ କାର୍ଯ୍ୟ । 2021-22 ବର୍ଷର ଅଧିବେଶନ ଚାଲିଥିବା ସମୟରେ ସାଂସଦମାନଙ୍କ ମଧ୍ୟରେ ଧସ୍ତାଧସ୍ତି, ଗୋଇଠା-ବିଧା । କେବଳ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ନୁହେଁ ବରଂ ସାଂସଦମାନେ ମାରପିଟ ମଧ୍ୟ ହୋଇଛନ୍ତି ।

ଅର୍ଥମନ୍ତ୍ରୀ ଶୌକତ ତରିନଙ୍କ ଦ୍ବାରା ଶୁକ୍ରବାର ଉପସ୍ଥାପିତ ହୋଇଥିବା ବଜେଟ୍ 2021-22 ସଂସଦର ନିମ୍ନ ଗୃହ ଜାତୀୟ ସଭାରେ ଆଲୋଚନା ହେବାର ଥିଲା । ଯେତେବେଳେ ବିରୋଧୀ ଦଳର ନେତା ଶାହାବାଜ ସରିଫ ବଜେଟ ଉପରେ ଆଲୋଚନା ଆରମ୍ଭ କରିବାକୁ ପାରମ୍ପାରିକ ଭାଷଣ ଦେବାକୁ ଚେଷ୍ଟା କରିଥିଲେ, ସେତେବେଳେ ଶାସକ ଦଳର ସାଂସଦମାନେ ପାଟିତୁଣ୍ଡ ଆରମ୍ଭ କରିଥିଲେ ।

ଏହାପରେ ଗୃହ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇ ଯାଇଥିଲା । ବିରୋଧୀ ଏବଂ ଶାସକ ଦଳର ସାଂସଦ ମୁହାଁମୁହିଁ ହେବା ସହ ପ୍ରବଳ ଯୁକ୍ତିତର୍କ ଲାଗିଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ଶେଷରେ ବଜେଟ୍ ଡକ୍ୟୁମେଣ୍ଟ୍ ଉଭୟ ଉଭୟଙ୍କୁ ଫୋପାଡିଥିଲେ । ଏଥିରେ ପିଟିଆଇ ସାଂସଦ ମଲାଇକା ଆହତ ହୋଇଥିଲେ । ଶାସକ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ନେତା ଅଲି ଆୱାନଙ୍କ ବିରୋଧୀ ଦଳଙ୍କ ଉପରେ ପାଟିତୁଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ପାକିସ୍ତାନ ମୁସଲିମ ଲିଗ୍ ନୱାଜ (ପିଏମଏଲ-ଏନ) ନେତା ଶାହବାଜ ସରିଫ ପରେ ଟ୍ୱିଟ କରି କହିଛନ୍ତି ଯେ ଶାସକ ପିଟିଆଇ ଏକ ଫାସିବାଦୀ ଦଳ । ଶାସକ ଦଳ କିପରି ଖୋଲାଖୋଲି ଗାଳିଗୁଲଜ କରିବା ସହ ସାଂସଦରେ ଦୁର୍ବ୍ୟବହାର କଲା ତାହା ସାରା ଦେଶ ଟିଭି ସ୍କ୍ରିନରେ ଦେଖିଲା । ଏଥିରୁ ଇମ୍ରାନ ଖାନ ଏବଂ ତାଙ୍କ ସମଗ୍ର ଦଳ ନୈତିକତା ଶିଖି ନାହାନ୍ତି, ଯାହା ଦୁର୍ଭାଗ୍ୟର ବିଷୟ ବୋଲି ସରିଫ ଟ୍ବିଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.