ETV Bharat / international

ଏପରି ପାକିସ୍ତାନ ମୌଲବୀ: ଅଣମୁସଲିମ ବିରୋଧୀ, ବାଲ୍ୟ ବିବାହକୁ ସମର୍ଥନ - Pakistani Mullah controversial video about sex

ଅଣମୁସଲିମ ବିରୋଧୀ ମନୋଭାବକୁ ପ୍ରଚାର ପ୍ରସାର କରୁଛନ୍ତି ପାକିସ୍ତାନ ମୌଲବୀ । ନିକଟରେ ଏକ ଭାଇରାଲ ଭିଡିଓରୁ ଏହା ସ୍ପଷ୍ଟ ହୋଇଛି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ବିଟର
author img

By

Published : Aug 30, 2019, 6:07 AM IST

ଇସଲାମାବାଦ: ପାକିସ୍ତାନରେ ମୌଲବୀଙ୍କୁ ଅନେକ ସମ୍ମାନ ଦିଆଯାଏ । ଏମାନଙ୍କ କଥା ତଥା ଉପଦେଶକୁ ଗୁରୁତ୍ବପୂର୍ଣ୍ଣ ଭାବେ ଗ୍ରହଣ କରାଯାଏ । ସମାଜରେ ଏମାନଙ୍କ ସ୍ଥାନ ମହତ୍ତ୍ବପୂର୍ଣ୍ଣ । ଲୋକେ ମୌଲବୀଙ୍କ କଥାକୁ ମାନିଥାନ୍ତି । ତେବେ ଏହି ମୌଲବୀଙ୍କ ଚିନ୍ତାଧାରା କିପରି ତାହା ନିକଟରେ ଏକ ଭିଡିଓରୁ ସାମନାକୁ ଆସିଛି ।

କିଛିଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏକ ଭିଡିଓ । ଯେଉଁଥିରେ ଜଣେ ପାକ ମୌଲବୀ କିଛି ଲୋକଙ୍କୁ ଏକ ସମାବେଶରେ ଉଦବୋଧନ ଦେଉଛନ୍ତି । ଏହି ଅବସରରେ ସେ ଏକ ଲୋକର କଥା କହିଥିଲେ ଯିଏ ତାଙ୍କ ପାଖକୁ ସାହାଯ୍ୟ ଆଶାରେ ଆସିଥିଲା । ଉକ୍ତ ଲୋକଟିର ବୟସ 30ରୁ 40 ଭିତରେ ହେବ ଏବଂ ସେ ଜଣେ 13 ବର୍ଷିୟା ନାବାଳିକାକୁ ବିବାହ କରିଥିଲା । ହେଲେ ବିବାହ ପରେ ଉକ୍ତ ନାବାଳିକା ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁନଥିଲା । ଯାହାର ସମାଧାନ ଲାଗି ସେ ମୌଲବୀଙ୍କ ପାଖକୁ ଆସିଥିଲେ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ବିଟର

ଏହି ଅବସରରେ ମୌଲବୀ ପ୍ରଥମେ ନାବାଳିକାକୁ ବ୍ୟଙ୍ଗ କରିଥିଲେ । ସେ କହିଥିଲେ ଯେ ଉକ୍ତ ଝିଅଟି ନିଜ ସାମନାରେ ହାତୀକୁ ଦେଖି ଡରିଯାଇଛି । ଯେଉଁଥିପାଇଁ ସେ କିଛି କରିବାକୁ ଡରୁଛି । ଏହାପରେ ସେ ଝିଅକୁ ଡାକି ଅଣମୁସଲିମଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ ପ୍ରତି ଥର ଶାରୀରିକ ସମ୍ପର୍କ ରଖିବା ଦ୍ବାରା ଆଲ୍ଲା ଜଣେ କାଫିରଙ୍କୁ ମାରିଦିଅନ୍ତି । କାଫିର ଆମ ସମାଜ ପ୍ରତି ବିପଦ । କାଫିର ଅର୍ଥ ହିନ୍ଦୁ,ଜୈନ, ବୌଦ୍ଧ, ଖ୍ରୀଷ୍ଟିଆନ ପ୍ରମୁଖ, ଯେଉଁମାନେ ଅଣମୁସଲିମ ହୋଇଥାନ୍ତି ।

ମୌଲବୀ ନିଜ ବିବାଦୀୟ କଥାରେ ଝିଅଟିକୁ ଏପରି ବଶୀଭୂତ କରିଥିଲେ ଯେ ସେ ନିଜଠୁ ଅନେକ ବଡ ସ୍ବାମୀ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା । ଏପରି କଥା କହିବା ସହ ଉକ୍ତ ସମାବେଶରେ ନିଜ କାର୍ଯ୍ୟ ନେଇ ମୌଲବୀ ଖୁବ ଗର୍ବ ଅନୁଭବ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ପରେ ଭାରତରେ ଏହି ଭିଡିଓର ଅନେକ ସମାଲୋଚନା କରିବା ସହ ଏହାକୁ ରିଟ୍ବିଟ କରି ଅନେକ ଭାରତୀୟ ୟୁଜର୍ସ ମୌଲବୀଙ୍କୁ ତିରସ୍କାର କରିଥିଲେ । ବୟସର ଅପରାହ୍ନରେ ଏପରି ମନୋଭାବକୁ ୟୁଜର୍ସ ନିନ୍ଦା କରିଥିଲେ ।

ଏଥିରୁ ପାକିସ୍ତାନ ସମ୍ପର୍କରେ କେତୋଟି କଥା ସ୍ପଷ୍ଟ ହେଉଛି । ପ୍ରଥମତଃ ଏହା ଶିକ୍ଷା ଓ ସଚେତନ କ୍ଷେତ୍ରରେ କେତେ ପଛୁଆ । ସେଠାରେ ଏବେ ମଧ୍ୟ ବାଲ୍ୟ ବିବାହକୁ ପ୍ରାଧାନ୍ୟ ଦିଆଯାଉଛି । ଛୋଟ ଛୋଟ ଝିଅଙ୍କ ଜୀବନ ସହ କିପରି ଖେଳାଯାଉଛି ତାହା ଏଠାରୁ ସ୍ପଷ୍ଟ ଅନୁମେୟ । ଏହାସହ ବର୍ଦ୍ଦିଷ୍ଣୁ ଜନସଂଖ୍ୟା ପଛରେ ବାଲ୍ୟ ବିବାହ ଏକ ମୁଖ୍ୟ କାରଣ ଅଟେ । ଏହାବାଦ ଅଣମୁସଲିମ ବିରୋଧୀ ମନୋଭାବକୁ ସେଠାରେ ଜୋରସୋରରେ ପ୍ରଚାର ପ୍ରସାର କରାଯାଉଥିବା ଏଠାରୁ ଜଣାପଡୁଛି । କାରଣ ଏହି ମୌଲବୀ ହିଁ ଧର୍ମ ବିଷୟରେ ସେଠାରେ ଲୋକଙ୍କୁ ଶିକ୍ଷା ଦେଇଥାନ୍ତି ।

ସେମାନଙ୍କର ଯଦି ଏପରି ମନୋଭାବ ତେବେ ତାଙ୍କଠୁ ଶିଖୁଥିବା ଲୋକଙ୍କ କଥା କଣ ହେଉଥିବ ତାହା ସହଜରେ ଅନୁମେୟ । ଲୋକଙ୍କୁ ତଥା ଯୁବକଙ୍କୁ ଏପରି ଶିକ୍ଷା ଦେବା ସହ ଆତଙ୍କବାଦୀ ବନାଇବାରେ ଏହି ମୌଲବୀ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ମୌଲବୀଙ୍କ ଏପରି ବେକାର ଯୁକ୍ତି ଓ ଆଲ୍ଲାଙ୍କ ବିଷୟରେ ଭୁଲ ତଥ୍ୟ ପରିବେଷଣ ପାକିସ୍ତାନବାସୀଙ୍କୁ ଭାରତ ବିରୋଧୀ ବନାଉଥିବା ଏଠାରୁ ସ୍ପଷ୍ଟ ଭାବେ ଜଣାପଡୁଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.