ETV Bharat / international

ପାକିସ୍ତାନରେ ହିମସ୍ଖଳନ: ଜଣେ ମୃତ, ଅନେକ ଗୁରୁତର - 1 died

ହିମସ୍ଖଳନ ଘଟି ଜଣେ ପାକିସ୍ତାନୀ ପର୍ବତାରୋହୀଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ପର୍ବାତାରୋହୀ ଆହତ ହୋଇଛନ୍ତି । ପାକିସ୍ତାନୀ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Jun 19, 2019, 9:08 AM IST

ଇସଲାମବାଦ: ଉତ୍ତର ପାକିସ୍ତାନରେ ଏକ ପାହାଡରେ ହିମସ୍ଖଳନ ଘଟିବା ଯୋଗୁଁ ଏକ ପାକିସ୍ତାନୀ ପର୍ବତାରୋହୀଙ୍କର ମୃତ୍ୟୁ ଘଟିଛି । ଅନ୍ୟ ପର୍ବତାରୋହୀମାନେ ଆହତ ହୋଇଥିବା ଜଣାପଡିଛି ।

ପାକିସ୍ତାନର ଏକ ଗଣମାଧ୍ୟମର ଖବରାନୁଯାୟୀ, ସୋମବାର ଇଟାଲୀର ଚାରିଜଣ ଓ ପାକିସ୍ତାନର ତିନି ଜଣ ପର୍ବତାରୋହୀ ପାକିସ୍ତାନସ୍ଥିତ ଇସୋମନ ଘାଟିର ଏକ ଶୀର୍ଷରୁ ଓହ୍ଲାଉଥିବା ସମୟରେ ହିମସ୍ଖଳନ ହୋଇଥିଲା । ଯେଉଁଥିରେ ଜଣେ ପାକିସ୍ତାନୀ ପର୍ବତାରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ତେବେ ଅନ୍ୟ ପର୍ବାତାରୋହୀଙ୍କୁ ଉଦ୍ଧାର କରିବା ପାଇଁ ପାକିସ୍ତାନୀ ସେନାମାନେ ହେଲିକପ୍ଟର ସାହାଯ୍ୟରେ ପର୍ବତ ଶିଖରକୁ ଯାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ପର୍ବାତାରୋହୀଙ୍କ ମଧ୍ୟରେ ଇଟାଲୀର ଚାରି ଜଣ ନାଗରିକ ହେଲେ, ଟେରେସିୟୋ ବେଲୋ, ଲୁକା ମୋରେଲୈଟୋ, ଡେବିଡ ବର୍ଗାମିନ ଓ ଟିନା ଟୋଲ୍ଡୋ ।

ଇଟାଲିର ରାଜଦୂତ ଷ୍ଟେଫୋନା ପୋଣ୍ଟେକୋରୋଙ୍କ କହିବାନୂଯାୟୀ, ସୋମବାର ଏହି ଘଟଣା ଗିଜର ଜିଲ୍ଲାରେ ଘଟିଛି । ଘଟଣାରେ ଅନ୍ୟ ପର୍ବତାରୋହୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Intro:ମତ୍ସଜୀବିଙ୍କୁ କାଳ ନଳ ଓ ରାଜଦଳ

ଧୀବରକୁ ଅଡୁଆରେ ପକାଉଛି ଚିଲିକାର ନଳ ଓ ରାଜଦଳ । ଚିଲକାରେ କୁଳେ କୁଳେ ନଳ ଓ ରାଜଦଳ କାୟା ବିସ୍ତାର କରିଥିବାରୁ ଡ଼ଙ୍ଗା ଚଳାଇବା ଏକ ପ୍ରକାର କଷ୍ଟସାଧ ହୋଇ ପଡିଛି ମସ୍ୟଜୀବୀଙ୍କ ପାଇଁ ।Body:ମସ୍ୟଜୀବୀଙ୍କ ବାଟରେ କଣ୍ଟା ହୋଇ ଛିଡା ହୋଇଛି ନଳ ଓ ରାଜଦଳ । ଚିଲିକା ନୀଳ ଗଭୀର ଜଳରାଶିରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗି ପଡିଛି ନଳ ଓ ରାଜଦଳ । ଫଳରେ ଚିଲିକାରେ ଡ଼ଙ୍ଗା ଚଳାଇବାରେ ଵ୍ୟାଘତ ସୃଷ୍ଟି ହେଉଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ମସ୍ୟଜୀବୀ ମାନେ ।
ଚିଲିକା କୁଳ କୂଳ ମାଡି ଚାଲିଛି ନଳ ଓ ରାଜଦଳ । ଫଳରେ ଏହାକୁ ପାରି କରି ଡ଼ଙ୍ଗା ଚଳାଇବାରେ ଏକ ପ୍ରକାର ମୁସ୍କିଲ ହୋଇପଡିଛି ଧୀବରଙ୍କ ପାଇଁ । Conclusion:ଏହି ସବୁ ନଳ ଓ ରାଜଦଳ ବେଳକୁ ବେଳ ମାଡି ଆସୁଥିବାରୁ ପାଖାପାଖି ଗ୍ରାମ ମାନଙ୍କରେ ରାତି ହେଲେ ମଶା ବଢ଼ି ବାରେ ଲାଗିଛି ଯାହା ଫଳରେ ଏଠି ସାଧାରଣ ଲୋକ ଏଠି ଚଳିବା କଷ୍ଟ କର ହେଉଛି । ଆଉ ଏହି ସମସ୍ୟାକୁ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ଲୋକ ଦାବୀ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା ,ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.