ଇସଲାମାବାଦ: ପାକିସ୍ତାନ(Pakistan), ତୁର୍କୀ(turkey ) ଏବଂ ମାଲେସିଆ(Malaysia ) ମିଳିତ ଭାବରେ ଆରମ୍ଭ କରିବାକୁ ଯାଉଛନ୍ତି ଏକ ଟିଭି ଚ୍ୟାନେଲ (tv channel) । ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ୍(Pakistan Information and Broadcasting Minister, Chaudhry Fawad Hussain) ଏହି ସୂଚନା ଦେଇଛନ୍ତି ।
ପ୍ରାୟ ଦୁଇ ବର୍ଷ ପୂର୍ବେ ଏହି ତିନି ଦେଶ ଏହି ବିଷୟରେ ସୂଚନା ଦେଇଥିଲେ, କିନ୍ତୁ ଏହି ପ୍ରକଳ୍ପ ଅଗ୍ରଗତି ବିଷୟରେ କିଛି ଜଣାନଥିଲା । ରେଡିଓ ପାକିସ୍ତାନ ଫୱାଡ ଚୌଧୁରୀଙ୍କ (Radio Pakistan quoted Fawad Chaudhry) ଉଦ୍ଦେଶ୍ୟରେ କହିଛି ଯେ, ଏହି ଚ୍ୟାନେଲ ମିଡିଆ ସେୟାରିଂ ପାଇଁ ପ୍ରସ୍ତୁତ ହେବ। ସେ କହିଛନ୍ତି ଯେ ପାକିସ୍ତାନ, ମାଲେସିଆ ଏବଂ ତୁର୍କୀ ଉଗ୍ରବାଦ ପ୍ରସଙ୍ଗରୁ ଦୂରେଇ ରହିବା ଆବଶ୍ୟକ। ଏହା ବ୍ୟତୀତ ଅନ୍ୟ ମୁସଲମାନ ଦେଶମାନଙ୍କରେ ମଧ୍ୟ ଏହି ସମସ୍ୟା ରହିଛି । ଏହାର ମୁକାବିଲା କରିବାରେ ଏହି ଚ୍ୟାନେଲ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ତେବେ ଇସଲାମିକ ଦେଶର ରାଜନୀତିକୁ ବୁଝୁଥିବା ବିଶେଷଜ୍ଞ କହିଛନ୍ତି ଯେ, ସାଉଦି ଆରବ ସହିତ ସମାନ୍ତରାଳ ଭାବେ ଏକ ଇସଲାମିକ ନେତୃତ୍ବ ସୃଷ୍ଟି କରିବାକୁ ପାକିସ୍ତାନ, ମାଲେସିଆ ଏବଂ ତୁର୍କୀ ବହୁ ବର୍ଷ ଧରି ଚେଷ୍ଟା କରୁଛନ୍ତି। ଯେଉଁଥିପାଇଁ ତିନି ଦେଶ ଏକ ଟିଭି ଚ୍ୟାନେଲ ଲଞ୍ଚ କରିବାକୁ ଚାହୁଁଛନ୍ତି, ଯାହା ଦ୍ବାରା ସେମାନେ ସେମାନଙ୍କର ସମସ୍ୟାକୁ ବିଶ୍ବ ସାମ୍ନାରେ ରଖିପାରିବେ। କତାର ଦ୍ବାରା ଆର୍ଥିକ ଅନୁଦାନପ୍ରାପ୍ତ ଅଲ ଜଜିରା ଚ୍ୟାନେଲକୁ ଦେଖି ପ୍ରଥମ ଥର ପାଇଁ ତୁର୍କୀ ଏବଂ ମାଲେସିଆ ସହଯୋଗରେ ଏକ ଇଂରାଜୀ ଚ୍ୟାନେଲ ଆରମ୍ଭ ହେବ ବୋଲି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଘୋଷଣା କରିଛନ୍ତି।