ETV Bharat / international

ପାକିସ୍ତାନକୁ ଆଉ ୪ ମାସ ପାଇଁ ଗ୍ରେ ତାଲିକାରେ ରଖିଲା ଏଫଏଟିଏଫ

ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ)ର ଅଧିବେଶନରେ ପାକିସ୍ତାନକୁ ଆଉ ୪ ମାସ ପାଇଁ ଗ୍ରେ ତାଲିକାରେ ରଖାଯାଇଛି ।

ଏଫଏଟିଏଫ
ଏଫଏଟିଏଫ
author img

By

Published : Jun 25, 2020, 12:55 PM IST

ଇସଲାମାବାଦ: ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନକୁ ବୁଧବାର ଜୋରଦାର ଝଟକା ଲାଗିଛି । ଫାଇନାନ୍ସିଆଲ ଆକ୍ସନ ଟାସ୍କ୍ ଫୋର୍ସ(ଏଫଏଟିଏଫ)ର ଅଧିବାଶନରେ ପାକିସ୍ତାନକୁ ଆଉ ୪ ମାସ ପାଇଁ ଗ୍ରେ ତାଲିକାରେ ରଖାଯାଇଛି । ଏଫଏଟିଏଫ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଏଫଏଟିଏଫ ଅନୁଯାୟୀ, ପାକିସ୍ତାନ ଲସ୍କର-ଏ-ତୋଇବା ଏବଂ ଜୈଶ-ଏ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନକୁ ଯୋଗାଉଥିବା ଆର୍ଥିକ ସହାୟତା ଉପରେ ରୋକ ଲଗାଇବାରେ ବିଫଳ ହୋଇଛି । ତେଣୁ ଏଫଏଟିଏଫର ତୃତୀୟ ଭର୍ଚୁଆଲ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଏଫଏଟିଏଫ ଅକ୍ଟୋବରରେ ହେବାକୁ ଥିବା ଆଗାମି ବୈଠକ ପର୍ଯ୍ୟନ୍ତ ପାକିସ୍ତାନକୁ ଗ୍ରେ ତାଲିକାରେ ରଖିବାକୁ ନିଷ୍ପତ୍ତି ନେଇଛି ।

ତେବେ ପାକିସ୍ତାନ 2021 ମସିହା ଫେବୃଆରୀ ପର୍ଯ୍ୟନ୍ତ ଗ୍ରେ ତାଲିକାରେ ରହିବାର ସମ୍ଭାବନା ରହିଛି । ଅକ୍ଟୋବରରେ ଏହାର ନିଷ୍ପତ୍ତି ହେବାର ଥିଲେ ମଧ୍ୟ ପାକିସ୍ତାନ ନିଜକୁ ସାବ୍ୟସ୍ତ କରିବାରେ ବିଫଳ ହେବ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.