ETV Bharat / international

ଅଗଷ୍ଟ 18ରେ ଗିଲଗିଟ-ବାଲ୍ଟିସ୍ତାନରେ ସାଧାରଣ ନିର୍ବାଚନ

ଅଗଷ୍ଟ 18ରେ ପାକିସ୍ତାନ ଗିଲଗିଟ-ବାଲ୍ଟିସ୍ତାନରେ ସାଧାରଣ ନିର୍ବାଚନ କରିବା ନେଇ ଘୋଷଣା କରିଛି । ପାକିସ୍ତାନ ସର୍ବୋଚ୍ଚ ଅଦାଲତ ଏହି ଅଞ୍ଚଳରେ ମତଦାନ ଆୟୋଜନ କରିବାକୁ ଅନୁମତି ଦେବା ପରେ ପାକିସ୍ତାନ ସରକାର ଏହି ଘୋଷଣା କରିଛନ୍ତି ।

author img

By

Published : Jun 28, 2020, 3:29 PM IST

general elections in Gilgit-Baltistan
general elections in Gilgit-Baltistan

ଇସଲାମାବାଦ: ଗତ ମାସ ପ୍ରାରମ୍ଭରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପ୍ରଥମ ଥର ପାଇଁ ଏହାର ଜାମ୍ମୁ କାଶ୍ମୀରର ପାଣିପାଗ ବିଭାଗକୁ 'ଜାମ୍ମୁ କାଶ୍ମୀର, ଲଦାଖ, ଗିଲଗିଟ-ବାଲ୍ତିସ୍ତାନ ଏବଂ ମୁଜାଫରବାଦ' ବୋଲି କହିବା ଆରମ୍ଭ କରିଥିଲା । ଏଥିରୁ ସ୍ପଷ୍ଟ ଯେ, ଗିଲଗିଟ-ବାଲ୍ଟିସ୍ତାନ ଭାରତର ଅଭିନ୍ନ ଅଙ୍ଗ । ମାତ୍ର ଏବେ ଏହି ଅଞ୍ଚଳକୁ ନେଇ ପାକିସ୍ତାନ ନିଜ ହୀନ କାମ ଆରମ୍ଭ କରିଛି । ଅଗଷ୍ଟ 18ରେ ପାକିସ୍ତାନ ଗିଲଗିଟ-ବାଲ୍ଟିସ୍ତାନରେ ସାଧାରଣ ନିର୍ବାଚନ କରିବା ନେଇ ଘୋଷଣା କରିଛି ।

ପାକିସ୍ତାନ ସର୍ବୋଚ୍ଚ ଅଦାଲତ ଏହି ଅଞ୍ଚଳରେ ମତଦାନ ଆୟୋଜନ କରିବାକୁ ଅନୁମତି ଦେବା ପରେ ପାକିସ୍ତାନ ସରକାର ଏହି ଘୋଷଣା କରିଛନ୍ତି । ପାକିସ୍ତାନ ସୁପ୍ରିମକୋର୍ଟ 30 ଏପ୍ରିଲରେ ସରକାରଙ୍କୁ ଏହି ଅଞ୍ଚଳରେ ସାଧାରଣ ନିର୍ବାଚନ କରିବା ପାଇଁ 2018 ପ୍ରଶାସନିକ ଆଦେଶରେ ସଂଶୋଧନ କରିବାକୁ ଅନୁମତି ଦେଇଥିଲେ ।

ରାଷ୍ଟ୍ରପତି ଆରିଫ ଅଲଭି ଶନିବାର ଅଗଷ୍ଟ 18, 2020 କୁ ଗିଲଗିଟ-ବାଲ୍ଟିସ୍ତାନ (ଜିବି) ବିଧାନସଭାକୁ ସାଧାରଣ ନିର୍ବାଚନ ପାଇଁ ମତଦାନ ଦିନ ଭାବରେ ଅନୁମୋଦନ କରିଛନ୍ତି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.