ETV Bharat / international

ଗିଲଗିଟ-ବାଲ୍ଟିସ୍ତାନର ମୁଖ୍ୟମନ୍ତ୍ରୀ ହେଲେ PTI ନେତା ଖାଲିଦ ଖୁର୍ସିଦ

22 ଖଣ୍ଡ ଭୋଟ ଜିତି ଗିଲଗିଟ-ବାଲ୍ଟିସ୍ତାନର ନୂଆ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି ପାକିସ୍ତାନ ତେହରିକ-ଇ-ଇନସାଫ ନେତା ଖାଲିଦ ଖୁର୍ସିଦ । ଅଧିକ ପଢନ୍ତୁ...

author img

By

Published : Dec 1, 2020, 5:25 PM IST

ଗିଲଗିଟ-ବାଲ୍ଟିସ୍ତାନର ମୁଖ୍ୟମନ୍ତ୍ରୀ ହେଲେ PTI ନେତା ଖାଲିଦ ଖୁର୍ସିଦ
ଗିଲଗିଟ-ବାଲ୍ଟିସ୍ତାନର ମୁଖ୍ୟମନ୍ତ୍ରୀ ହେଲେ PTI ନେତା ଖାଲିଦ ଖୁର୍ସିଦ

ଗିଲଗିଟ: ଗିଲଗିଟ-ବାଲ୍ଟିସ୍ତାନର ନୂଆ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି ପାକିସ୍ତାନ ତେହରିକ-ଇ-ଇନସାଫ ନେତା ଖାଲିଦ ଖୁର୍ସିଦ । ଖାଲିଦ ମୋଟ 22 ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ବିରୋଧି ଦଳର ପ୍ରାର୍ଥୀ ଅମଜାଦ ହୁସୈନଙ୍କୁ ମିଳିଛି 9 ଖଣ୍ଡ ଭୋଟ । ଅମଜାଦ ପାକିସ୍ତାନ ପିପୁଲ୍ସ ପାର୍ଟି ଓ ପାକିସ୍ତାନ ମୁସଲିମ ଲିଗ ନୱାଜ(PML-N) ପକ୍ଷରୁ ହୋଇଥିଲେ ପ୍ରାର୍ଥୀ ।

ବେଆଇନ ଭାବରେ ଲୋକଙ୍କ ଅନିଚ୍ଛା ସତ୍ତ୍ବେ ଗିଲଗିଟ-ବାଲୁଚିସ୍ତାନରେ ବିଧାନସଭା ନିର୍ବାଚନ ଆୟୋଜିତ କରିଥିଲା ପାକିସ୍ତାନ । ନିକଟରେ ଗିଲଗିଟ-ବାଲୁଚିସ୍ତାନର ବିଧାନସଭା ନିର୍ବାଚନର ସମସ୍ତ ଆସନରେ ଭୋଟ ଗ୍ରହଣ ହୋଇଥିଲା । ଗିଲଗିଟ-ବାଲ୍ଟିସ୍ତାନରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିବାରୁ ଭାରତ ପାକିସ୍ତାନକୁ ନିନ୍ଦା କରିଥିଲା । ବେଆଇନ ଭାବେ ଭାରତର କିଛି ଅଂଶକୁ ପାକିସ୍ତାନର ଜବରଦଖଲକୁ ନେଇ ତୀବ୍ର ନିନ୍ଦା କରିଥିଲା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ।

ଏହାପୂର୍ବରୁ ପାକିସ୍ତାନର ସର୍ବୋଚ୍ଚ ନ୍ୟାୟାଳୟ ଇସଲାମାବାଦକୁ 2018 ପ୍ରଶାସନିକ ଆଦେଶରେ ସଂଶୋଧନ ଏବଂ ଏହି ଅଞ୍ଚଳରେ ସାଧାରଣ ନିର୍ବାଚନ କରିବାକୁ ଅନୁମତି ଦେଇଥିଲେ। 2018ର ଆଦେଶ ଅନୁଯାୟୀ, ଗିଲଗିଟ୍-ବାଲୁଚିସ୍ତାନରେ ପ୍ରଶାସନିକ ପରିବର୍ତ୍ତନ ପ୍ରଦାନ କରାଯାଇଥିଲା । ପାକିସ୍ତାନର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଦୃଢ ଆପତ୍ତି ଜଣାଇ ନୂଆଦିଲ୍ଲୀର ଜଣେ ବରିଷ୍ଠ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ଭାରତ ପ୍ରତିବାଦ ପତ୍ର ପଠାଇଥିଲା । ଭାରତ ସ୍ପଷ୍ଟ ଭାବରେ ପାକିସ୍ତାନକୁ ଜଣାଇ ଦେଇଛି ଯେ ଗିଲଗିଟ୍ ଓ ବାଲୁଚିସ୍ତାନ ସମେତ ଜମ୍ମୁ-କାଶ୍ମୀର ଓ ଲଦାଖ, ଭାରତର ଅଭିନ୍ନ ଅଙ୍ଗ ।

ସେପଟେ ଇମ୍ରାନ ସରକାରଙ୍କ ଏପରି ଅଜବ ନିଷ୍ପତ୍ତି ବିରୋଧରେ ମୋର୍ଚ୍ଚା ଖୋଲିଥିଲେ 11 ଦଳ । ସମ୍ପୂର୍ଣ୍ଣ ପାକିସ୍ତାନରେ ଚାଲିଥିଲା ବିରୋଧ ପ୍ରଦର୍ଶନ । ଏହି କ୍ରମରେ ପାକିସ୍ତାନ କବଜାରେ ଥିବା ଗିଲଗିଟ ଓ ବାଲ୍ଟିସ୍ତାନର ଲୋକେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.