ETV Bharat / international

ତାଲିବାନକୁ ପାକିସ୍ତାନ ସମର୍ଥନ ଓ ପ୍ରୋତ୍ସାହିତ କରୁଛି: ବୈଦେଶିକ ସଚିବ - ହର୍ଷ ଭି ଶ୍ରୀଙ୍ଗଲା

ତାଲିବାନକୁ ପାକିସ୍ତାନ ସମର୍ଥନ କରିବା ସହିତ ବିଭିନ୍ନ କାର୍ଯ୍ୟ ଲାଗି ପୋଷଣ ଓ ପ୍ରୋତ୍ସାହିତ କରୁଛି ବୋଲି କହିଛନ୍ତି ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା । ଅଧିକ ପଢନ୍ତୁ...

ତାଲିବାନଙ୍କୁ ପାକିସ୍ତାନ ସମର୍ଥନ ଓ ପ୍ରୋତ୍ସାହିତ କରୁଛି: ବୈଦେଶିକ ସଚିବ ଶ୍ରୀଙ୍ଗଲା

author img

By

Published : Sep 4, 2021, 1:07 PM IST

ୱାଶିଂଟନ: ଆଫଗାନିସ୍ତାନରେ ଚାଲିଥିବା ପରିସ୍ଥିତି ଯୋଗୁଁ ଭାରତର ସୁରକ୍ଷା ଅଧିକାରୀ ଚିନ୍ତା ପ୍ରକଟ କରିଛନ୍ତି । ତାଲିବାନ ଆଫଗାନିସ୍ତାନର ନିର୍ବାଚିତ ସରକାରଙ୍କୁ ବିତାଡ଼ିତ କରୁଛି । ଏହି କାର୍ଯ୍ୟ ଲାଗି ତାଲିବାନଙ୍କୁ ପାକିସ୍ତାନ ସମର୍ଥନ କରିବା ସହିତ ପୋଷଣ ଓ ପ୍ରୋତ୍ସାହିତ କରୁଛି ବୋଲି ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଶୁକ୍ରବାର କହିଛନ୍ତି । ୱାଶିଂଟନରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ଶ୍ରୀଙ୍ଗଲା ଏପରି କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ପାକିସ୍ତାନ ଆଫଗାନିସ୍ତାନର ପଡୋଶୀ ଦେଶ । ଏଣୁ ପାକିସ୍ତାନୀ ତାଲିବାନଙ୍କୁ ସମର୍ଥନ କରୁଛନ୍ତି ଏବଂ ପୋଷଣ କରୁଛନ୍ତି । ତାଲିବାନଙ୍କୁ ଅନେକ କ୍ଷେତ୍ରରେ ପାକିସ୍ତାନ ସମର୍ଥନ କରିଆସୁଛି । ଆଫଗାନିସ୍ତାନରୁ ନିର୍ବାଚିତ ସରକାରଙ୍କୁ ବିତାଡ଼ିତ କରିବା ପଛରେ ପାକିସ୍ତାନର ବଡ଼ ହାତ ଅଛି ବୋଲି ଅନେକ ବିଶେଷଜ୍ଞ ମତ ରଖିଛନ୍ତି । ତାଲିବାନଙ୍କ ସହ ମିଶି ବଡ଼ ଆତଙ୍କୀ ଗୋଷ୍ଠୀ ବନାଇବାକୁ ପାକିସ୍ତାନ ଲକ୍ଷ୍ୟ ରଖିଛି । ସେପଟେ ଆଫଗାନିସ୍ତାନ ଓ ପାକିସ୍ତାନ ସୀମାରେ Al-Qaida ଆତଙ୍କୀ ସଙ୍ଗଠନ ରହୁଛି । ISIL-K ଓ al-Qaidaର ଅନେକ ଆତଙ୍କୀ ପାକିସ୍ତାନରୁ ବର୍ତ୍ତମାନ ଆଫଗାନିସ୍ତାନରେ ପ୍ରବେଶ କରିଛନ୍ତି । ଏହି ଆତଙ୍କୀ ସଙ୍ଗଠନର ମୁଖ୍ୟ ତାଲିବାନଙ୍କ ସହିତ ପାକିସ୍ତାନରେ ମଧ୍ୟ ରହୁଛନ୍ତି ବୋଲି UN ରିପୋର୍ଟରୁ ଜଣାପଡ଼ିଛି ।

ଆଫଗାନିସ୍ତାନର ବର୍ତ୍ତମାନର ପରିସ୍ଥିତିକୁ ଲକ୍ଷ୍ୟ କରି ଶ୍ରୀଙ୍ଗଲା କହିଛନ୍ତି ଯେ ଆମେ ଆଫଗାନିସ୍ତାନରେ ନଥିଲେ ମଧ୍ୟ ଏହାର ପରିସ୍ଥିତିକୁ ନେଇ ଅନ୍ୟ ଦେଶ ସହିତ ଆଲୋଚନା ଜାରି ରଖିଛୁ । ଆଫଗାନିସ୍ତାନ ସ୍ଥିତିକୁ ନେଇ ଉଭୟ ଆମେରିକା ଏବଂ ଭାରତ ଗୋଟିଏ ପରିସ୍ଥିତିରେ ରହିଛି । ଉଭୟ ଦେଶ ସେଠାକାର ପରିସ୍ଥିତିକୁ ଅତି ନିକଟରୁ ତଦାରଖ କରୁଛି । ଆଫଗାନିସ୍ତାନର ଏଭଳି ସ୍ଥିତିକୁ ପାକିସ୍ତାନ ସକ୍ଷମ କରିଛି । ସେମାନେ ତାଲିବାନକୁ ସମର୍ଥନ କରିଛନ୍ତି ଏବଂ ପୋଷଣ କରୁଛନ୍ତି । କିନ୍ତୁ ଜାତିସଂଘର ପ୍ରତିବନ୍ଧକ ତାଲିକାରେ ଜୈଶ-ଇ-ମହମ୍ମଦ ଏବଂ ଲସ୍କର-ଇ-ତାଇବା (LeT) ରହିଛନ୍ତି ବୋଲି ବୈଦେଶିକ ସଚିବ କହିଛନ୍ତି ।

ଏହି ୨ଟି ଆତଙ୍କୀ ସଙ୍ଗଠନ ଆଫଗାନିସ୍ତାନରେ ରହିଛନ୍ତି । ସେମାନେ ଆଫଗାନିସ୍ତାନ ଦେଇ ଭାରତକୁ ପ୍ରବେଶ କରିପାରନ୍ତି । ଏହି ଆତଙ୍କୀଙ୍କ ପ୍ରତିଟି କାର୍ଯ୍ୟ ଓ ମୁଖ୍ୟଙ୍କ ଉପରେ ଭାରତର ନଜର ରହିଛି ବୋଲି ବୈଦେଶିକ ସଚିବ କହିଛନ୍ତି । ତେବେ ସୂଚନା ଥାଉ କି ଅଗଷ୍ଟ ୧୫ ତାରିଖରେ ଆଫଗାନିସ୍ତାନକୁ କବଜା କରିଛି ତାଲିବାନ । ଏହାପରେ ସେଠାରେ ଲଗାତାର ଭାବେ ଗୋଟିଏ ପରେ ଗୋଟିଏ ନାରକୀୟ କାଣ୍ଡ ଘଟିବାରେ ହେବାରେ ଲାଗିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.