ETV Bharat / international

ରୋସ୍ତୋରାଁ ଖୋଲିବା ନେଇ ପାକିସ୍ତାନ ସରକାରଙ୍କୁ ମାଲିକଙ୍କ ଖୋଲା ଚେତାବନୀ

author img

By

Published : May 24, 2020, 12:42 AM IST

ଅଲ ପାକିସ୍ତାନ ରେସ୍ତୋରାଁ ଆସୋସିଏସନ ମେ’ 30 ସୁଦ୍ଧା ରେସ୍ତୋରାଁରେ ସ୍ଥିତି ସ୍ବାଭାବିକ ନହେଲେ ବିନା ଅନୁମତିରେ ରେସ୍ତୋରାଁ ଖୋଲିବା ନେଇ ଚେତାବନୀ ଦେଇଛନ୍ତି ।

restaurants to reopen in pakistan, restaurant owners warn government in pakistan, restaurant service in pakistan, lockdown in pakistan, ପାକିସ୍ତାନରେ ଖୋଲିବ ରେସ୍ତୋରାଁ, ପାକିସ୍ତାନରେ ରେସ୍ତୋରାଁ ମାଲିକଙ୍କ ସରକାରଙ୍କୁ ଚେତାବନୀ, ପାକିସ୍ତାନରେ ରେସ୍ତୋରାଁ ସର୍ଭିସ, ପାକିସ୍ତାନରେ ଲକଡାଉନ
ରୋସ୍ତୋରାଁ ଖୋଲିବା ନେଇ ପାକିସ୍ତାନ ସରକାରଙ୍କୁ ମାଲିକଙ୍କ ଖୋଲା ଚେତାବନୀ

ଇସଲାମାବାଦ: ବଢୁଛି କୋରୋନା ସଂକ୍ରମଣର ସ୍ଥିତି । ଏମିତିରେ ଧିରେ ଧିରେ କଡାକଡି ହେବା ବଦଳରେ କୋହଳ ହେଉଛି ପାକିସ୍ତାନରେ କଟକଣା । ଆଗକୁ ଇଦ୍‌କୁ ନଜରରେ ରଖି ଦୋକାନ ବଜାର ଖୋଲୁଥିବା ବେଳେ, ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶ କ୍ରମେ ଏବେ ଦୈନିକ ଖୋଲା ହେଉଛି ଦେଶରେ ସମସ୍ତ ସପିଂ ମଲ ଓ ଅନ୍ୟ ଦୋକାନ । ପାକିସ୍ତାନରେ ଜୀବନ ଅତି ସାଧାରଣ ଦେଖାଯାଉଥିବା ବେଳେ ଏବେ ରେସ୍ତୋରାଁ ଖୋଲିବା ପାଇଁ ଚେତାବନୀ ଦେଇଛନ୍ତି ମାଲିକ ସଂଘ ।

ଏନେଇ ଅଲ ପାକିସ୍ତାନ ରେସ୍ତୋରାଁ ଆସୋସିଏସନ ମେ’ 30 ସୁଦ୍ଧା ରେସ୍ତୋରାଁରେ ସ୍ଥିତି ସ୍ବାଭାବିକ ନହେଲେ ବିନା ଅନୁମତିରେ ରେସ୍ତୋରାଁ ଖୋଲିବା ନେଇ ଚେତାବନୀ ଦେଇଛନ୍ତି । ଶୁକ୍ରବାର ଆସୋସିଏସନର ମିଳିତ କାର୍ଯ୍ୟକାରୀ ପରିଷଦ (ଜେଏସି) ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ଜୁନ 1ରୁ ଦେଶରେ ବନ୍ଦ ପଡିଥିବା ସମସ୍ତ 1ଲକ୍ଷ ରେସ୍ତୋରାଁରେ ସ୍ଥିତି ସ୍ବାଭାବିକ ହେବ । ଜେଏସି କହିଛି କି ଲକଡାଉନ ପାଇଁ 5 ମିଲିୟନ କର୍ମଚାରୀ, ଦୋକାନୀ ଓ ସମ୍ବନ୍ଧୀୟ ହିତାଧିକାରୀ ବେରୋଜଗାର ହୋଇ ପଡିଛନ୍ତି । ତେଣୁ ଯଥାଶୀଘ୍ର କାର୍ଯ୍ୟକୁ ସ୍ବାଭାବିକ କରିବାକୁ ହେବ ।

ଅଧିକ ସୂଚନା ଦେଇ ଆସୋସିଏସନ ତଥା ଜେଏସି ଅଧ୍ୟକ୍ଷ ଶେଖ ଅବଦୁଲ ୱାହିଦ କହିଛନ୍ତି କି ସରକାର ବର୍ତ୍ତମାନ ଟେକ ଆୱେ ବା ପାର୍ସଲ ପାଇଁ ଅନୁମତି ଦେଇଥିବା ବେଳେ ଏହା କେତେକ ହାତ ଗଣତି ଲୋକଙ୍କୁ ଲାଭ ଦେଉଛି । ଅନ୍ୟପଟେ ଏପରି ସୁଯୋଗ ଅଭାବରେ ରୋଜଗାର ହରାଉଛନ୍ତି ଅନେକ ଆଞ୍ଚଳିକ ରେସ୍ତୋରାଁ । ତେଣେ ବାହାରକୁ ଯିବା ଅପେକ୍ଷା ରେସ୍ତୋରାଁରେ ସାମାଜିକ ଦୂରତା ବଜାୟ ରଖି ସୁରକ୍ଷାର ସହ ଲୋକେ ସମୟ ଅତିବାହିତ କରିପାରିବେ ବୋଲି ସେ କହିଛନ୍ତି । ତେଣୁ ଏହି ନିଷ୍ପତ୍ତି ଅନେକ ଲୋକଙ୍କ ରୋଜଗାର ଫେରାଇବ ବୋଲି ଆଶା ପ୍ରକାଶ କରିଛନ୍ତି ୱାହିଦ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.