ETV Bharat / international

୫ ବର୍ଷ ପରେ କୁଖ୍ୟାତ ତାଲିବାନ ଆତଙ୍କୀକୁ ବନ୍ଦୀ ମୁକ୍ତ କଲା ପାକିସ୍ତାନ

author img

By

Published : Aug 18, 2021, 5:58 PM IST

ତାଲିବାନକୁ ଖୁସି କରିବାକୁ ବଡ ଉପହାର ଦେଇଛନ୍ତି ଇମ୍ରାନ ସରକାର । ଜେଲରେ ବନ୍ଦୀ କୁଖ୍ୟାତ ତାଲିବାନ ଆତଙ୍କୀକୁ ମୁକ୍ତ କରିଛି ପାକିସ୍ତାନ । ଅଧିକ ପଢନ୍ତୁ...

୫ ବର୍ଷ ପରେ କୁଖ୍ୟାତ ତାଲିବାନ ଆତଙ୍କୀକୁ ବନ୍ଦୀ ମୁକ୍ତ କଲା ପାକିସ୍ତାନ
୫ ବର୍ଷ ପରେ କୁଖ୍ୟାତ ତାଲିବାନ ଆତଙ୍କୀକୁ ବନ୍ଦୀ ମୁକ୍ତ କଲା ପାକିସ୍ତାନ

ଇସଲାମାବାଦ: ଆଫଗାନିସ୍ତାନରେ ୨୦ ବର୍ଷ ପୂର୍ବ ଅସ୍ତିତ୍ବକୁ ଫେରିଥିବା ତାଲିବାନକୁ ଖୋଲାଖୋଲି ସମର୍ଥନ କରୁଛି ପାକିସ୍ତାନ । ଆଉ ତାଲିବାନକୁ ଖୁସି କରିବାକୁ ବଡ ଉପହାର ଦେଇଛନ୍ତି ଇମ୍ରାନ ସରକାର । ଜେଲରେ ବନ୍ଦୀ କୁଖ୍ୟାତ ତାଲିବାନ ଆତଙ୍କୀକୁ ମୁକ୍ତ କରିଛି ପାକିସ୍ତାନ ।

ତାଲିବାନ ଆତଙ୍କୀ ମୁଲ୍ଲା ମହମ୍ମଦ ରସୁଲକୁ ପାକିସ୍ତାନ କରିଛି ବନ୍ଦୀମୁକ୍ତ । ଗତ ୫ ବର୍ଷରୁ ପାକିସ୍ତାନ ଜେଲରେ ବନ୍ଦୀ ଥିଲା ମୁଲ୍ଲା ମହମ୍ମଦ । ହେଲେ ଏବେ ତାକୁ ବନ୍ଦୀ ମୁକ୍ତ କରିଦିଆଯାଇଛି ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତାଲିବାନଠାରୁ ଅଲଗା ହେବା ପରେ ମୁଲ୍ଲା ମହମ୍ମଦ ରସୁଲ ନିଜର ଏକ ସଂଗଠନ ଗଠନ କରିଥିଲା । ପରେ ତାକୁ ଗିରଫ କରିଥିଲେ ପାକିସ୍ତାନ ସରକାର । ଅନ୍ୟପକ୍ଷରେ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଖୁସିରେ ନାଚୁଛନ୍ତି ଆତଙ୍କବାଦୀ ।

ଗତ ସପ୍ତାହରେ ତାଲିବାନ 2,300 ଆତଙ୍କବାଦୀଙ୍କୁ ବନ୍ଦୀମୁକ୍ତ କରିଛି । ଆତଙ୍କବାଦୀଙ୍କୁ କାବୁଲ, କାନ୍ଦାହାର ଏବଂ ବଗ୍ରାମ ଜେଲରୁ ମୁକ୍ତ କରାଯାଇଛି ଏବଂ ବର୍ତ୍ତମାନ ପାକିସ୍ତାନ ମଧ୍ୟ ତାଲିବାନ ସମର୍ଥକଙ୍କୁ ମୁକ୍ତ କରୁଛି ।

ସେପଟେ ବନ୍ଧୁକ ମୁନରେ କ୍ଷମତା ଦଖଲ କରିବାକୁ ଚେଷ୍ଟା କରୁଥିବା ଆତଙ୍କୀ ସଂଗଠନ ତାଲିବାନ ସପକ୍ଷରେ ଛିଡା ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଆଫଗାନିସ୍ତାନରେ ତାଲିବାନ ଶାସନ କ୍ଷମତା ଦଖଲକୁ ସମର୍ଥନ କରିଛନ୍ତି ଇମ୍ରାନ । ଆଫଗାନୀମାନେ ପରାଧିନତାର ଶିକୁଳିରୁ ନିଜକୁ ମୁକ୍ତ କରିଥିବା ଏକ କାର୍ଯ୍ୟକ୍ରମରେ କହିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.