ETV Bharat / international

ଟେଲିଭିଜନରେ ବ୍ୟାନ ହେଲା ଅନ୍ତରଙ୍ଗ ଦୃଶ୍ୟ - ପାକ୍ ଇଲେକ୍ଟ୍ରୋନିକ୍ ମିଡିଆ

ଏଣିକି ପାକିସ୍ତାନୀ ଟେଲିଭିଜନରେ ଅନ୍ତରଙ୍ଗ ସିନ ଗୁଡିକ ଆଉ ପ୍ରସାରିତ କରାଯିବ ନାହିଁ । ଏହାକୁ ବନ୍ଦ କରିବାକୁ ପାକିସ୍ତାନ ଟିଭି ଚ୍ୟାନେଲ ଗୁଡିକୁ ପାକ୍ ଇଲେକ୍ଟ୍ରୋନିକ୍ ମିଡିଆ ରେଗୁଲେଟୋରୀ ଅଥରିଟି (PEMRA) ନିର୍ଦ୍ଦେଶ ଦେଇଛି ।

ଟିଭି ପରଦାରୁ ବ୍ୟାନ ହେଲା  ଅଶ୍ଲୀଳତା ଏବଂ ଅନ୍ତରଙ୍ଗ ଦୃଶ୍ୟ

author img

By

Published : Oct 24, 2021, 7:44 AM IST

ଇସଲାମବାଦ: ପାକିସ୍ତାନ ଟିଭି ପରଦାରୁ ବ୍ୟାନ ହେଲା ଅଶ୍ଲୀଳତା ଏବଂ ଅନ୍ତରଙ୍ଗତା । ଏଣିକି ଟେଲିଭିଜନରେ ଅନ୍ତରଙ୍ଗ ସିନ ଗୁଡିକ ଆଉ ପ୍ରସାରିତ କରାଯିବ ନାହିଁ । ଏହାକୁ ବନ୍ଦ କରିବାକୁ ପାକିସ୍ତାନ ଟିଭି ଚ୍ୟାନେଲ ଗୁଡିକୁ ପାକ୍ ଇଲେକ୍ଟ୍ରୋନିକ୍ ମିଡିଆ ରେଗୁଲେଟୋରୀ ଅଥରିଟି (PEMRA) ନିର୍ଦ୍ଦେଶ ଦେଇଛି । ଟେଲିଭିଜନରେ ପ୍ରସାରିତ ହେଉଥିବା ନାଟକ ଓ ସିରିଏଲରେ ବୋଲ୍ଡ ସିନ୍, ବେଡ ସିନ୍ , ଆଲିଙ୍ଗନ ପରି ଅନ୍ତରଙ୍ଗ ଦୃଶ୍ୟ ଗୁଡିକୁ ବନ୍ଦ କରିବାକୁ ସ୍ଥାନୀୟ ଚ୍ୟାନେଲ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।

ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଟିଭି ପରଦାରେ ପ୍ରସାରିତ ହେଉଥିବା ଅନ୍ତରଙ୍ଗ ମୁହୁର୍ତ୍ତର ଦୃଶ୍ୟକୁ ନେଇ ଅନେକ ଦର୍ଶକ ଅଭିଯୋଗ କରିଛନ୍ତି । ଏଥିସହ ପ୍ରଦର୍ଶିତ ହେଉଥିବା ଚରିତ୍ର “ପାକିସ୍ତାନୀ ସମାଜର ପ୍ରକୃତ ଚିତ୍ର” କୁ ପ୍ରତିପାଦିତ କରେ ନାହିଁ । ଟିଭି ପରଦାରେ ପ୍ରସାରଣ କରାଯାଉଥିବା ଚିତ୍ର ପ୍ରକୃତରେ ବିବାହିତ ଦମ୍ପତିଙ୍କ ଅନ୍ତରଙ୍ଗତାକୁ ଅଧିକ ଗ୍ଲାମରସ କରୁଛି । ଏମିତି କରାଯିବା ସହ ଏହା ଇସଲାମିକ ସମାଜର ଶିକ୍ଷା ଓ ସଂସ୍କୃତିକୁ ଅବମାନନା କରୁଛି ।

ଏଥି ସହ ନିର୍ଦ୍ଦେଶନାମାରେ ଆହୁରି ମଧ୍ୟ କୁହାଯାଇଛି ଯେ ଏହା ଆମ ସଂସ୍କୃତିକୁ ଅବମାନନା କରୁଥିବାରୁ ଏଥିରେ ରୋକ ଲଗାଇବା ଆବଶ୍ୟକତା ରହିଛି । ସିରିଏଲ ଗୁଡିକରେ ପ୍ରଦର୍ଶିତ ହେଉଥିବା ଦୃଶ୍ୟ ବିବାହିତ ଦମ୍ପତିଙ୍କ ଅନ୍ତରଙ୍ଗତାକୁ ଏଧିକ ଗ୍ଲାମରାଇଜ୍ କରାଯାଉଛି ।

"ଅଶ୍ଳୀଳ ଡ୍ରେସିଂ, ବିବାଦୀୟ ତଥା ଆପତ୍ତିଜନକ ପ୍ଲଟ୍, ବେଡ୍ ଦୃଶ୍ୟ ଏବଂ ଘଟଣାଗୁଡ଼ିକର ଅନାବଶ୍ୟକ ବିବରଣୀ" ସହିତ ବିଷୟବସ୍ତୁ ସମୀକ୍ଷା କରିବାକୁ ବାରମ୍ବାର ଚ୍ୟାନେଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସେମାନେ ଏହାକୁ ଅବମାନନା କରୁଛନ୍ତି । ଗତ ସେପ୍ଟେମ୍ବର ମାସରେ PEMRA କଲସେଣ୍ଟର ଦ୍ବାରା ଅଧିକ ଅଭିଯୋଗ ଗ୍ରହଣ କରାଯାଇଛି । ତେଣୁ ଏହାକୁ ଏବେ ବ୍ୟାନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.