ETV Bharat / international

2 ଲକ୍ଷ ମୁହାଁ ପାକ୍ କୋରୋନା ଆକ୍ରାନ୍ତ - ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ

ପାକିସ୍ତାନରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ ଅଭିମୁଖେ ଆଗେଇଛି । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଏବେ ସୁଦ୍ଧା ଦେଶରେ 1 ଲକ୍ଷ 92 ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

2 ଲକ୍ଷ ମୁହାଁ ପାକ୍ କୋରୋନା ଆକ୍ରାନ୍ତ
2 ଲକ୍ଷ ମୁହାଁ ପାକ୍ କୋରୋନା ଆକ୍ରାନ୍ତ
author img

By

Published : Jun 25, 2020, 10:40 PM IST

ଇସଲାମାବାଦ: ପାକିସ୍ତାନରେ କୋରୋନା ସ୍ଥିତି ଭୟଙ୍କର ରୂପ ନେଇଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ ଅଭିମୁଖେ ଆଗେଇଛି । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଏବେ ସୁଦ୍ଧା ଦେଶରେ 1 ଲକ୍ଷ 92 ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ 24 ଘଣ୍ଟାରେ ଦେଶରେ 4044 କୋରୋନା ପଜିଟିଭ ସ୍ପଷ୍ଟ ହୋଇଛନ୍ତି । ଏହି ସମୟରେ 148 ଲୋକଙ୍କର ମୃତ୍ୟୁ ହୋଇଛି । ଫଳରେ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା 3903 ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ପାକିସ୍ତାନରେ 1 ଲକ୍ଷ 92 ହଜାର 970 ଜଣ ଆକ୍ରାନ୍ତ ବାହାରିଛନ୍ତି । ସିନ୍ଧରେ ସର୍ବାଧିକ 74 ହଜାର 70 ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ଏହାପରେ ପଞ୍ଜାବରେ 71 ହଜାର 191 ଆକ୍ରାନ୍ତ ବାହାରିଛନ୍ତି ।

ଏବେ ସୁଦ୍ଧା 81 ହଜାର 307 ଲୋକ ସୁସ୍ଥ ହୋଇସାରିଛନ୍ତି । ଗତ 24 ଘଣ୍ଟାରେ ଦେଶରେ 21 ହଜାର 835 କୋରୋନା ଟେଷ୍ଟ ହୋଇଛି । ଏପର୍ଯ୍ୟନ୍ତ ମୋଟ୍ 11 ଲକ୍ଷ 71 ହଜାର 976 କୋଭିଡ 19 ଟେଷ୍ଟ ହୋଇସାରିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.