ETV Bharat / international

ପାକିସ୍ତାନୀ ସେନା ମୁଖ୍ୟାଳୟରେ ବିସ୍ଫୋରଣ: ଜଣେ ମୃତ, 15 ଆହତ - ପାକିସ୍ତାନୀ ସେନା ମୁଖ୍ୟାଳୟରେ ବିସ୍ଫୋରଣ

ପାକିସ୍ତାନର ରାୱଲପିଣ୍ଡି ସହରର ସଦର ଅଞ୍ଚଳରେ ଏହି ବୋମା ବିସ୍ଫୋରଣ ହୋଇଥିଲା । ଏହି ବୋମା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 15 ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ପାକିସ୍ତାନୀ ସେନା ମୁଖ୍ୟାଳୟରେ ବିସ୍ଫୋରଣ, ଜଣେ ମୃତ 15 ଆହତ

author img

By

Published : Jun 13, 2020, 11:06 AM IST

ଇସଲାମାବାଦ: ପାକିସ୍ତାନୀ ସେନା ମୁଖ୍ୟାଳୟରେ ବିସ୍ଫୋରଣ । ଦୁର୍ଘଟଣାରେ ଜଣେ ମୃତ, 15 ଗୁରୁତର ଆହତ ହୋଇଛନ୍ତି । ଏକ ମୋଟରସାଇକେଲରେ ଏହି ବୋମା ବିସ୍ଫୋରଣ ଘଟିଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

ପାକିସ୍ତାନୀ ସେନା ମୁଖ୍ୟାଳୟ ନିକଟସ୍ଥ ରାୱଲପିଣ୍ଡି ସଦର ମହକୁମାରେ ଏହି ବିସ୍ଫୋରଣ ଘଟିଛି । ଘଟଣାକୁ ନେଇ ପୋଲିସର ମୁଖପାତ୍ର ସାଜିଦୁଲ ହାସନ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରାଥମିକ ରିପୋର୍ଟ ଅନୁସାରେ, ବିସ୍ଫୋରକ ସାମଗ୍ରୀକୁ ବୈଦ୍ୟୁତିକ ପୋଲ ସହ ସଂଯୋଗ କରାଯାଇଥିଲା ।

ମୁଖପାତ୍ର କହିଛନ୍ତି ଯେ, ଘଟଣାସ୍ଥଳର ସମ୍ପତ୍ତି ନଷ୍ଟ ହୋଇଯାଇଛି। ବର୍ତ୍ତମାନ ସେହି ସ୍ଥାନକୁ ସିଲ୍ କରାଯାଇଛି। ସେ ଆହୁରି କହିଛନ୍ତି, ଅନୁସନ୍ଧାନକାରୀ ଦଳ ଏବଂ ଫରେନସିକ୍ ସାଇନ୍ସ ଲ୍ୟାବ ଟିମ୍ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରୁଛନ୍ତି। ମୁଖପାତ୍ର କହିଛନ୍ତି ଯେ ଏହି ବିସ୍ଫୋରଣ ଏକ ସଙ୍ଗଠିତ ଆତଙ୍କବାଦର ପ୍ରୟାସ। ଯେଉଁମାନେ ଲୋକଙ୍କ ଜୀବନ ସହିତ ଖେଳୁଛନ୍ତି ସେମାନେ ଆଇନରୁ ରକ୍ଷା ପାଇପାରିବେ ନାହିଁ । ବର୍ତ୍ତମାନ ସୁଦ୍ଧା ଏହି ବିସ୍ଫୋରଣ ପାଇଁ କେହି ଦାୟୀ ବୋଲି ଦାବି କରିନାହାଁନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.