ପ୍ୟାରିସ: ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ)ରୁ ପୁଣିଥରେ ପାକିସ୍ତାନକୁ ଜୋରଦାର ଝଟକା ଲାଗିଛି । ଆତଙ୍କୀଙ୍କୁ ଅର୍ଥ ଯୋଗାଣ କାରବାରେ ଲଗାମ ଲଗାଇବାରେ ବିଫଳ ପାକିସ୍ତାନକୁ ସନ୍ଦିଗ୍ଧ ସୂଚୀ ଗ୍ରେ ଲିଷ୍ଟରେ ରଖିଛି । ସୂତ୍ର ଅନୁସାରେ ଏହି ସମ୍ବନ୍ଧରେ ଅନ୍ତିମ ନିର୍ଣ୍ଣୟ 21 ଫେବୃଆରୀରେ ନିଆଯିବ ।
ଏହି ନିଷ୍ପତ୍ତି ଏସଏଟିଏଫର ଅନ୍ତରାଷ୍ଟ୍ରୀୟ ସହଯୋଗ ସମୀକ୍ଷା ସମୂହ ବୈଠକରେ ନିଆଯିବ । ଏହି ବୈଠକ ପ୍ୟାରିସର ପୂର୍ଣ୍ଣ କାଳୀନ ଅଧିବେଶନ ସମୟରେ ନିଷ୍ପତି ନିଆଯାଇଛି । ସୂତ୍ର ଅନୁସାରେ ଏସଏଟିଏଫ୍ର ଉପ-ସମୂହ ଆଇସିଆରଜି ବୈଠକରେ ପାକିସ୍ତାନକୁ ଗ୍ରେ-ଲିଷ୍ଟରେ ରଖିବା ପାଇଁ ସୁପାରିଶ କରିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ ପାକିସ୍ତାନ ଜୁନ 2018ରେ ଗ୍ରେ ଲିଷ୍ଟରେ ଆସିଥିଲା । ବ୍ଲାକ ଲିଷ୍ଟରୁ ବଞ୍ଚିବା ପାଇଁ ପାକିସ୍ତାନକୁ 27 ଗୋଟି ଆକ୍ସନ ପ୍ଲାନକୁ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଥିଲା । ଯଦି ପାକିସ୍ତାନ ଏହି ଆକ୍ସନ ପ୍ଲାନକୁ କାର୍ଯ୍ୟକାରୀ କରିବା ପାଇଁ ବିଫଳ ଓ ପର୍ଯ୍ୟାପ୍ତ ପଦକ୍ଷେପ ନିଏନାହିଁ ତେବେ ପାକିସ୍ତାନକୁ ବ୍ଲାକ ଲିଷ୍ଟରେ ରଖାଯିବ ବୋଲି କହିଛି ଏଫଏଟିଏଫ ।
ପାକିସ୍ତାନ 39ରୁ 12ଟି ଭୋଟ ଆବଶ୍ୟକ କରୁଛି ଗ୍ରେ-ଲିଷ୍ଟରୁ ୱାଇଟ ଲିଷ୍ଟରେ ସ୍ଥାନ ସୁରକ୍ଷିତ ରଖିବା ପାଇଁ । ସେହିପରି ତିନି ଦେଶର ସମର୍ଥନ ନମିଳିଲେ ପାକିସ୍ତାନ କଳା ତାଲିକା ଭୁକ୍ତ ହୋଇଯିବ ।