ଇସଲାମାବାଦ: ପାକିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ କୋରୋନା । ପାକିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ଜାଫର ମିର୍ଜା କୋରୋନା ପଜେଟିଭ ଥିବା ସୋମବାର ସୂଚନା ଦେଇଛନ୍ତି । ଟ୍ବିଟ କରି ସେ କହିଛନ୍ତି ଯେ, ତାଙ୍କ କୋରୋନା ପରୀକ୍ଷା ରିପୋର୍ଟ ପଜେଟିଭ ରହିଛି ।
ସ୍ବାସ୍ଥ୍ୟ ମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି, ସେ କୋରୋନା ଭାଇରସରେ ସଂକ୍ରମିତ ରହିଛନ୍ତି । ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ନିଜକୁ ଘରେ ଆଇସୋଲେସନରେ ରଖିଛି ଏବଂ ସମସ୍ତ ସତର୍କତା ଅବଲମ୍ବନ କରୁଥିବା ସେ ଟ୍ବିଟରେ ଉଲ୍ଲେଖ କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ରହିଛି । ତାଙ୍କର ଆରୋଗ୍ୟ କାମନା ନେଇ ପ୍ରାର୍ଥନା କରିବା ପାଇଁ ସେ ଅପିଲ କରିଛନ୍ତି । ସମସ୍ତ ସହକର୍ମୀମାନେ, ଭଲ କାମ ଜାରି ରଖନ୍ତିୁ ବୋଲି ସେ ମଧ୍ୟ କହିଛନ୍ତି । ଏହାସହ ଟ୍ବିଟରେ ସମସ୍ତ ସ୍ବାସ୍ଥ୍ୟକର୍ମୀ କୋରୋନା ଲଢେଇ ଦିଗରେ ଏକ ବିରାଟ ପରିବର୍ତ୍ତନର ବାର୍ତ୍ତାବହକ ଓ କାର୍ଯ୍ୟକର୍ତ୍ତା । ସେମାନଙ୍କ ପାଇଁ ଗର୍ବିତ ବୋଲି ସେ କହିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ, ଏହାପୂର୍ବରୁ ଜୁଲାଇ 3 ରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେସୀ କୋରୋନା ସଂକ୍ରମିତ ହୋଇଥିଲେ ।