ETV Bharat / international

ପାକିସ୍ତାନର ପ୍ରଥମ ଶିଖ୍ ମହିଳା ସାମ୍ବାଦିକା 'ବ୍ରିଟିଶ ଆୱାର୍ଡ' ପାଇଁ ମନୋନୀତ

author img

By

Published : May 17, 2020, 7:44 PM IST

ପାକିସ୍ତାନର ପ୍ରଥମ ଶିଖ୍ ମହିଳା ସାମ୍ବାଦିକା ମନମିତ କୌରଙ୍କୁ ବ୍ରିଟେନ ଭିତ୍ତିକ 'ଦି ଶିଖ୍ ଗ୍ରୁପ୍' ଦ୍ବାରା ବିଶ୍ବର 30 ବର୍ଷରୁ କମ୍ ବୟସର 100 ପ୍ରଭାବଶାଳୀ ଶିଖ୍ ସେଲିବ୍ରିଟିଙ୍କ ମଧ୍ୟରୁ ଅନ୍ୟତମ ବୋଲି ମନୋନୀତ କରାଯାଇଛି ।

ଦି ଶିଖ୍ ଗ୍ରୁପ୍
ଦି ଶିଖ୍ ଗ୍ରୁପ୍

ଇସଲାମାବାଦ: ବ୍ରିଟେନର ଏକ ସମ୍ମାନଜନକ ପୁରସ୍କାର ପାଇଁ ପାକିସ୍ତାନର ପ୍ରଥମ ଶିଖ୍ ମହିଳା ସାମ୍ବାଦିକା ମନମିତ କୌରଙ୍କୁ ମନୋନୀତ କରାଯାଇଛି । ପାକ୍ ଗଣମାଧ୍ୟମ ଏ ବିଷୟରେ ସୂଚନା ଦେଇଥିଲା । ଶନିବାର ଏକ ରିପୋର୍ଟ ଅନୁଯାୟୀ, 25 ବର୍ଷ ବୟସ୍କ ମନମିତ କୌରଙ୍କୁ ବ୍ରିଟେନ ଭିତ୍ତିକ 'ଦି ଶିଖ୍ ଗ୍ରୁପ୍' ଦ୍ବାରା ବିଶ୍ବର 30 ବର୍ଷରୁ କମ୍ ବୟସର 100 ପ୍ରଭାବଶାଳୀ ଶିଖ୍ ସେଲିବ୍ରିଟିଙ୍କ ମଧ୍ୟରୁ ଅନ୍ୟତମ ବୋଲି ମନୋନୀତ କରାଯାଇଛି ।

ଶିଖ ସମୂହ ହେଉଛି ଏକ ବିଶ୍ବସ୍ତରୀୟ ସଂଗଠନ ଯାହା ପୃଥିବୀର ବିଭିନ୍ନ ପ୍ରାନ୍ତରୁ ସମ୍ପ୍ରଦାୟର ଲୋକଙ୍କୁ ସମ୍ମାନିତ କରେ ଯେଉଁମାନେ ବିଭିନ୍ନ ଉପାୟରେ ଲୋକଙ୍କୁ ସେବା କରନ୍ତି | ମନମିତ ପେଶୱାରର ବାସିନ୍ଦା ଏବଂ ଜଣେ ସାମ୍ବାଦିକ ତଥା ସାମାଜିକ କର୍ମୀ | ତାଙ୍କୁ ପାକିସ୍ତାନ ସ୍ଥାନୀୟ ସ୍ତରରେ ସଂଖ୍ୟାଲଘୁ ଓ ମହିଳାଙ୍କ ସମସ୍ୟା ମୁଦ୍ଦା ସାମ୍ନାକୁ ଆଣିବାରେ ପୁରସ୍କାର ପ୍ରଦାନ କରାଯାଇଛି । ଆସନ୍ତା ବର୍ଷ ବ୍ରିଟେନରେ ଏକ ସମାରୋହରେ ସେ ତାଙ୍କ ପୁରସ୍କାର ଗ୍ରହଣ କରିବେ।

ଏକ ନ୍ୟୁଜ ଏଜେନ୍ସି ସହ କଥାବାର୍ତ୍ତା କରି ସେ ଖୁସି ବ୍ୟକ୍ତ କରିଛନ୍ତି । ଏହାସହ ତାଙ୍କ ନାମ ସମଗ୍ର ବିଶ୍ବରେ ପ୍ରଭାବଶାଳୀ ଶିଖ ବ୍ୟକ୍ତିତ୍ବଙ୍କ ମଧ୍ୟରେ ତାଙ୍କ ନାମ ଆସିବା ଗର୍ବର ବିଷୟ ବୋଲି କହିଛନ୍ତି ।

ସେ କହିଛନ୍ତି, ଯେଉଁମାନେ କଠିନ ପରିଶ୍ରମ କରନ୍ତି, ସେମାନେ ପୁରସ୍କାରର ହକଦାର ହୁଅନ୍ତି । ବ୍ରିଟେନ ପରିଦର୍ଶନ କରିବା ଏବଂ ପାକିସ୍ତାନକୁ ପ୍ରତିନିଧିତ୍ବ କରିବା ମୋ ଏବଂ ମୋ ପରିବାର ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି ।

'ଦି ଶିଖ୍ ଗ୍ରୁପ୍' ରେ କ୍ରୀଡ଼ା, ଡୋନେଟ, ମିଡିଆ, ମନୋରଞ୍ଜନ, ଶିକ୍ଷା, ନିସ୍ବାର୍ଥପର ସ୍ବଚ୍ଛାସେବୀ ସେବା ଇତ୍ୟାଦି ଅନ୍ତର୍ଭୁକ୍ତ, ଯାହା ଶିଖମାନଙ୍କ ଦ୍ବାରା ସମ୍ମାନିତ କରାଯାଏ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.