ETV Bharat / international

ଏପ୍ରିଲ 21 ଯାଏଁ ପାକିସ୍ତାନରେ ବିମାନ ସେବା ବାତିଲ

author img

By

Published : Apr 10, 2020, 9:42 PM IST

ଶୁକ୍ରବାର ଇମ୍ରାନ ସରକାର ବିଧିବଦ୍ଧ ଘୋଷଣା କରି କହିଛନ୍ତି କି ଆସନ୍ତା ଏପ୍ରିଲ 30 ଯାଏଁ ଲକଡାଉନକୁ ସମୟ ସୀମାକୁ ବୃଦ୍ଧି କରାଯାଇଛି । ଏହି ସମୟ ମଧ୍ୟରେ ସମସ୍ତ ବିମାନ ସେବା ପୂର୍ବପରି ବାତିଲ ରହିବ ।

lockdown in pakistan, corona in pakistan, pakistan latest news, coronavirus news, corona update, ପାକିସ୍ତାନରେ କୋରୋନା, କୋରୋନା ଭାଇରସ ନ୍ୟୁଜ୍‌, ପାକିସ୍ତାନରେ ବିମାନ ସେବା ବାତିଲ, କୋରୋନା ଅପଡେଟ, ପାକିସ୍ତାନରେ ଲକଡାଉନ
ଏପ୍ରିଲ 21 ଯାଏଁ ପାକିସ୍ତାନରେ ବିମାନ ସେବା ବାତିଲ

ଇସଲାମାବାଦ: ପରିସ୍ଥିତି ଅସମ୍ଭାଳ ହେବା ପୂର୍ବରୁ ହିଁ ଲକଡାଉନ ସମୟ ସୀମା ବଢାଇଛି ପାକିସ୍ତାନ । ଏଥିସହ ସମସ୍ତ ଡୋମେଷ୍ଟିକ ଓ ଅନ୍ତର୍ଜାତୀୟ ବିମାନ ସେବାକୁ ବି ବାତିଲ କରିଛି ପାକ୍‌ । ଶୁକ୍ରବାର ଇମ୍ରାନ ସରକାର ଏନେଇ ବିଧିବଦ୍ଧ ଘୋଷଣା କରି କହିଛନ୍ତି କି ଆସନ୍ତା ଏପ୍ରିଲ 30 ଯାଏଁ ଲକଡାଉନକୁ ସମୟ ସୀମାକୁ ବୃଦ୍ଧି କରାଯାଇଛି । ଏହି ସମୟ ମଧ୍ୟରେ ସମସ୍ତ ବିମାନ ସେବା ପୂର୍ବପରି ବାତିଲ ରହିବ ।

ବର୍ତ୍ତମାନ ପାକିସ୍ତାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4601ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ଛୁଇଁଛି 66 । ପରିସ୍ଥିତି ଦିନକୁ ଦିନ ଅସମ୍ଭାଳ ହୋଇ ପଡୁଥିବାରୁ ଏହି ଲକଡାଉନ ସମୟ ସୀମା ବଢାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ଇମରାନ ଖାନ । ସେ ଦେଶରେ କୋରୋନା ସ୍ଥିତିକୁ ନେଇ ସୂଚନା ଦେଇ କହିଛନ୍ତି କି ଦେଶରେ ବର୍ତ୍ତମାନ 727 ଜଣ ସୁସ୍ଥ ହୋଇ ଘରକୁ ଫେରିବା ସହ 45 ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି ।

ତେବେ ପାକିସ୍ତାନରେ ଥିବା କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ 2270 ଜଣ ପଞ୍ଜାବ ପ୍ରାନ୍ତ, ସିନ୍ଧରେ 1128, ଖାୟବର-ପଖତୁଙ୍ଖୱା (କେପି)ରେ 620, ବାଲୋଚିସ୍ତାନରେ 219, ଗିଲଗିଟ-ବାଲୁଚିସ୍ତାନ (ଜିବି)ରେ 215, ଇସଲାମାବାଦରେ 107 ଓ ପାକିସ୍ତାନ ଅଧିକୃତ କଶ୍ମୀରରେ 33 ଜଣ ଚିହ୍ନଟ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.