ETV Bharat / international

ପାକିସ୍ତାନରେ ହଜାରେ ଅଭିମୁଖେ କୋରୋନା ମୃତ୍ୟୁସଂଖ୍ୟା

author img

By

Published : May 19, 2020, 5:31 PM IST

ପାକିସ୍ତାନରେ ପଞ୍ଜାବ ଓ ସିନ୍ଧରେ ସବୁଠାରୁ ଅଧିକ କୋରୋନା ମାମଲା ସାମନାକୁ ଆସିଛି । ସରକାରୀ ତଥ୍ୟ ଅନୁସାରେ ସିନ୍ଧରେ ସର୍ବାଧିକ 17 ହଜାର 241 ମାମଲା ଚିହ୍ନଟ ହୋଇଛି । ଅଧିକ ପଢନ୍ତୁ...

ପାକିସ୍ତାନରେ ହଜାରେ ଅଭିମୁଖେ କୋରୋନା ମୃତ୍ୟୁସଂଖ୍ୟା
ପାକିସ୍ତାନରେ ହଜାରେ ଅଭିମୁଖେ କୋରୋନା ମୃତ୍ୟୁସଂଖ୍ୟା

ଇସଲାମାବାଦ: ପାକିସ୍ତାନରେ କୋରୋନା ପରିସ୍ଥିତି ଭୟଙ୍କର ପାଲଟୁଛି । ଦିନକୁ ଦିନ ଏହା ବୃଦ୍ଧି ପାଇବାରେ ଲାଗିଛି । ଗତ 24 ଘଣ୍ଟାରେ ଏଠାରେ 1841ଟି କେସ ବାହାରିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 44 ହଜାର ଅଭିମୁଖେ ଅଗ୍ରସର ହେଉଛି ।

ଏପର୍ଯ୍ୟନ୍ତ ମୋଟ 43 ହଜାର 966 ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସେହିପରି ଦେଶରେ ମୃତ୍ୟୁସଂଖ୍ୟା 1000 ପାଖାପାଖି ପହଞ୍ଚିଲାଣି । ମଙ୍ଗଳବାର 36 ଜଣଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ମୋଟ 939 ଜଣ ଲୋକ କୋରୋନାରେ ପ୍ରାଣ ହରାଇଛନ୍ତି । ସେହିପରି ମୋଟ 12 ହଜାର 489 ଜଣ ସୁସ୍ଥ ହୋଇଛନ୍ତି ।

ପାକିସ୍ତାନରେ ପଞ୍ଜାବ ଓ ସିନ୍ଧରେ ସବୁଠାରୁ ଅଧିକ କୋରୋନା କେସ ବାହାରିଛି । ସରକାରୀ ତଥ୍ୟ ଅନୁସାରେ ସିନ୍ଧରେ ସର୍ବାଧିକ 17 ହଜାର 241 ମାମଲା ଚିହ୍ନଟ ହୋଇଛି । ସେହିପରି ପଞ୍ଜାବରେ 15 ହଜାର 976 ପଜିଟିଭ ସ୍ପଷ୍ଟ ହୋଇଛି । ଖାଏବର ପଖତୁୱାରେ 6230, ବାଲୋଚିସ୍ତାନରେ 2820, ଇସଲାମାବାଦରେ 1034, ଗିଲଗିଟ୍ ବାଲଟିସ୍ତାନରେ 550 ଓ ପିଓକେର 114 କୋରୋନା ଆକ୍ରାନ୍ତ ବାହାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.