ETV Bharat / international

ପାକିସ୍ତାନରେ କୋରୋନା ସଙ୍କଟ: 58 ହଜାର ଟପିଲା ଆକ୍ରାନ୍ତ

author img

By

Published : May 26, 2020, 7:55 PM IST

ପାକିସ୍ତାନରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 58 ହଜାର ପାର କରିଛି । ଏବେ ଯାଏଁ ମୋଟ 58 ହଜାର 278 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ପାକିସ୍ତାନରେ କୋରୋନା ସଙ୍କଟ: 58 ହଜାର ଟପିଲା ଆକ୍ରାନ୍ତ
ପାକିସ୍ତାନରେ କୋରୋନା ସଙ୍କଟ: 58 ହଜାର ଟପିଲା ଆକ୍ରାନ୍ତ

ଇସଲାମାବାଦ: ପାକିସ୍ତାନରେ କୋରୋନା ସଙ୍କଟ ଗମ୍ଭୀର ରୂପ ନେଇଛି । ଗତ 24 ଘଣ୍ଟାରେ 1748ଟି ନୂଆ ମାମଲା ସାମନାକୁ ଆସିଛି । ଏହାସହ 34 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି ।

ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 58 ହଜାର ପାର କରିଛି । ଏବେ ଯାଏଁ ମୋଟ 58 ହଜାର 278 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି 1202 ଲୋକଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ସିନ୍ଧ ପ୍ରଦେଶରେ ସର୍ବାଧିକ ଆକ୍ରାନ୍ତ 23 ହଜାର 507 ବାହାରିଛନ୍ତି । ମଙ୍ଗଳବାର ଏଠାରେ 573 ଜଣ ପଜିଟିଭ ସ୍ପଷ୍ଟ ହୋଇଛନ୍ତି । ଏବେ ସେଠାରେ 14 ହଜାର 618 ଜଣ ଚିକିତ୍ସିତ ହେଉଥିବା ସିନ୍ଧ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ପଞ୍ଜାବରେ ଦ୍ବିତୀୟ ସର୍ବାଧିକ 20 ହଜାର 654 କେସ ବାହାରିଛି । ଖ୍ୟାବେର ପଖଟୁଙ୍କୱାରେ 8080, ବାଲୋଚିସ୍ତାନରେ 3468, ଇସଲାମାବାଦରେ 1728, ଗିଲଗିଟ୍ ବାଲୋଟିସ୍ତାନରେ 630 ଓ ପିଓକେର 211 କୋରୋନା ମାମଲା ସାମନାକୁ ଆସିଛି । ସେପଟେ ଦେଶରେ କୋରୋନା ସ୍ଥିତି ନେଇ ବିରୋଧୀ ଦଳ ପାକିସ୍ତାମ ମୁସଲିମ ଲିଗ୍ ସରକାରଙ୍କୁ ସମାଲୋଚନା କରିବା ସହ ଦୃଢ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.