ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମସ୍ୟା ସମାପ୍ତ ହେବାର ନା ନେଉ ନାହିଁ । ଦେଶରେ ବର୍ତ୍ତମାନର ଅଣାୟତ୍ତ ସ୍ଥିତି ଇମ୍ରାନ ସରକାରର ବିଫଳତାକୁ ଦର୍ଶାଉଥିବ ବେଳେ ଅନ୍ୟ ପଟେ ପରିବାର ସମସ୍ୟା ମଧ୍ୟ ଇମ୍ରାନଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜୁଛି । ଇମ୍ରାନଙ୍କ ପ୍ରଥମ ପତ୍ନୀ ଜେମିମା ଗୋଲ୍ଡସ୍ମିଥ ଇମ୍ରାନଙ୍କୁ ଅକଳିଆରେ ପକାଇଛନ୍ତି । ଜେମିମା ଚ୍ବିଟରେ ଏକ ଫଟୋ ପୋଷ୍ଟ କରିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହି ପୋଷ୍ଟରରେ ଇମ୍ରାନ ଖାନଙ୍କ ବ୍ୟତୀତ ନିଜେ ଜାମିମା ନଜର ଆସୁଥିବା ବେଳେ ପୋଷ୍ଟରରେ ବୁର୍ଖାରେ ଅନ୍ୟ ଜଣେ ମହିଳା ଯାଦୁବିଦ୍ୟା କରିବା ଭଙ୍ଗୀରେ ଇମ୍ରାନଙ୍କ ମୁଣ୍ଡ ଉପରେ ରହିଛି ।
ଏହି ପୋଷ୍ଟର ପରେ ଇମ୍ରାନ ଓ ତାଙ୍କ ପତ୍ନୀ ବୁଶରା ବିବି ମଧ୍ୟ ଚର୍ଚ୍ଚା ଘେରକୁ ଆସିଛନ୍ତି । ଏହାକୁ ନେଇ ବିବାଦ ବଢିବା ପରେ ସେ ଏହାକୁ ନିଜ ଟ୍ବିଟର ପେଜରୁ ହଟାଇଦେଇଛନ୍ତି । ଜେମିମା ଲାହୋରରେ ନିର୍ମିତ ଏକ ବ୍ୟବସାୟିକ ଫିଲ୍ମର ପୋଷ୍ଟରେ ମେଳ ଖାଉଥିବା ଏକ ପୋଷ୍ଟର ସେୟାର କରିଥିଲେ । ଏଥିରେ ନିଜେ ଜେମିମା, ଇମ୍ରାନ ଓ ତାଙ୍କର ବର୍ତ୍ତମାନର ପତ୍ନୀ ବୁଶରା ବିବି ଦେଖା ଯାଉଛନ୍ତି । ପୋଷ୍ଟରେ ଇମ୍ରାନଙ୍କ ପୂର୍ବ ପତ୍ନୀ ଜେମିମା ଇମ୍ରାନଙ୍କ ଉପରେ ବ୍ଲାକ ମ୍ୟାଜିକ କରୁଥିବା ଦେଖିବାକୁ ମିଳୁଛି । ପୋଷ୍ଟରେ ଉର୍ଦ୍ଦୁରେ ଲେଖା ଅଛି ‘ତୁ ନେ କ୍ୟା ଯାଦୁ କିୟା’ ।
ପିଏମ ଇମ୍ରାନଙ୍କ ପୂର୍ବ ପତ୍ନୀ ଏହି ପୋଷ୍ଟରକୁ ସେୟାର କରି ସୂଚିତ କରିଛନ୍ତି ଯେ, ଏହାକୁ ତାଙ୍କ ସାଙ୍ଗ ଲାହୋରରେ ଦେଖିଥିଲେ । ଏହାସହ ସେ ଏଥିରେ ଲେଖିଥିଲେ ଯେ କିଏ ଏମିତି ଅଛି ଯେ କି ଲଲିଓଡକୁ ପସନ୍ଦ କରୁନାହିଁ । ଏଥିରେ ସେ ଆପନେ କେସା କାଲା ଯାଦୁ କିଆ କ୍ୟାପସନ ମଧ୍ୟ ଦେଇଥିବା ସେ କହିଛନ୍ତି ।
ସୂଚନା ଯୋ ଇମ୍ରାନଙ୍କ ପ୍ରଥମ ପତ୍ନୀ ବୁଶରା ବିବି ବିବାହ ପୂର୍ବରୁ ଜଣେ ପୀର ଭୂମିକାରେ ରହିଥିଲେ । ସେ ଲୋକଙ୍କୁ ଆଶୀର୍ବାଦ ଓ ତାବିଜ ଦେଉଥିଲେ । ଇମ୍ରାନଙ୍କ ସହ ଏହି ଦେଖା ପରେ ସେ ତାଙ୍କୁ ବିବାହ କରିଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ ପାକିସ୍ତାନ ପିଏମ ତୃତୀୟ ବିବାହ କରିଛନ୍ତି । ପ୍ରଥମେ ସେ ବର୍ଷ 1995ରେ ଜେମିମା ଗୋଲ୍ଡସ୍ମିଥଙ୍କୁ ବିବାହ କରିଥିଲେ । ଏହି ବିବାହ 2004 ପର୍ଯ୍ୟନ୍ତ ରହିଥିଲା । ପରେ ସେ ବିବିସି ସମ୍ବାଦଦାତା ରେହମ ଖାନଙ୍କୁ 2004ରେ ବିବାହ କରିଥିଲେ । ମାତ୍ର 10 ମାସ ଭିତରେ ତାଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା । ବର୍ଷ 2018ରେ ସେ ବୁଶରା ବିବିଙ୍କୁ ବିବାହ କରିଥିଲେ । ପାକିସ୍ତାନରେ ଏଭଳି ଖବର ଚର୍ଚ୍ଚାରେ ରହିଛି ଯେ, ବୁଶରା ବିବି ଯାଦୁବିଦ୍ୟାରେ ମାହିର ଅଟନ୍ତି । ତାଙ୍କୁ ଆଜି ପର୍ଯ୍ୟନ୍ତ କେହି ବି ବିନା ମୁଖା ରେ ଦେଖି ନାହାଁନ୍ତି ବୋଲି କୁହାଯାଉଛି ।
@IANSଇନପୁଟ