ETV Bharat / international

ପାକିସ୍ତାନ ସଂସଦରେ ଓସାମା ବିନ ଲାଦେନକୁ ଇମରାନଙ୍କ ଶହୀଦ ସମ୍ବୋଧନ - ଓସାମା ବିନ ଲାଦେନକୁ ଇମରାନଙ୍କ ସମର୍ଥନ

ବିଶ୍ବରେ ଆତଙ୍କବାଦର ନୂଆ ଚେହେରା ଦେଖାଇଥିବା ଓସାମା ବିନ ଲାଦେନକୁ କିଏ ବା ନଜାଣେ । ଏହି ନା’ ମନରେ ଭୟ ଓ ଆତଙ୍କବାଦର ଏକ ଛବି ସୃଷ୍ଟି କରିବା ପାଇଁ ଯଥେଷ୍ଟ । ହେଲେ ଅଲ-କାଏଦା ମୁଖ୍ୟ ତଥା ଆତଙ୍କରାଜର ନୂଆ ପରିଚୟ ସୃଷ୍ଟି କରିଥିବା ଓସାମା ବିନ ଲାଦେନକୁ ଗୁରୁବାର ପାକିସ୍ତାନ ସଂସଦରେ ଶହୀଦ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ଇମରାନ ଖାନ ।

osama bin laden, imran called osama bin laden as martyr, pak pm imran khan, imran khan's support to osama bin laden, imrans speech in pak parliament, ଓସାମା ବିନ ଲାଦେନ, ଓସାମା ବିନ ଲାଦେନକୁ ଶହୀଦ କହିଲେ ଇମରାନ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ, ଓସାମା ବିନ ଲାଦେନକୁ ଇମରାନଙ୍କ ସମର୍ଥନ, ପାକିସ୍ତାନ ସଂସଦରେ ଇମରାନଙ୍କ ସମ୍ବୋଧନ
ପାକିସ୍ତାନ ସଂସଦରେ ଓସାମା ବିନ ଲାଦେନକୁ ଇମରାନଙ୍କ ଶହୀଦ ସମ୍ବୋଧନ
author img

By

Published : Jun 25, 2020, 10:03 PM IST

ଇସଲାମାବାଦ: ବିଶ୍ବରେ ଆତଙ୍କବାଦର ନୂଆ ଚେହେରା ଦେଖାଇଥିବା ଓସାମା ବିନ ଲାଦେନକୁ କିଏ ବା ନଜାଣେ । ଏହି ନା’ ମନରେ ଭୟ ଓ ଆତଙ୍କବାଦର ଏକ ଛବି ସୃଷ୍ଟି କରିବା ପାଇଁ ଯଥେଷ୍ଟ । ହେଲେ ଅଲ-କାଏଦା ମୁଖ୍ୟ ତଥା ଆତଙ୍କରାଜର ନୂଆ ପରିଚୟ ସୃଷ୍ଟି କରିଥିବା ଓସାମା ବିନ ଲାଦେନକୁ ଗୁରୁବାର ପାକିସ୍ତାନ ସଂସଦରେ ଶହୀଦ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ଇମରାନ ଖାନ । ତାଲିବାନ ଆନ୍ଦୋଳନର ଯଥାର୍ଥତା ଦେଇ ‘ତାଲିବାନ ଖାନ’ ନାମ ଅର୍ଜନ କରିଥିବା ଇମରାନ ଖାନ ପ୍ରଧାନମନ୍ତ୍ରୀ ହେବା ପରେ ନିଜର ମତ ପରିବର୍ତ୍ତନ କରିଥିଲେ ।

ହେଲେ ଗୁରୁବାର ପାକିସ୍ତାନରେ ଓସାମା ବିନ ଲାଦେନକୁ ଶହୀଦ ସମ୍ବାଧନ କରି ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଦେଇଥିଲେ ଇମରାନ । ତାଙ୍କ ମନ୍ତବ୍ୟ କିଛି ଏପରି ଥିଲା, ‘ପାକିସ୍ତାନରେ ବାୟୁ ସୀମା ମଧ୍ୟରେ ଆମେରିକା ପ୍ରବେଶ କରି ଆବ୍ବୁତାବାଦରେ ଓସାମା ବିନେ ଲାଦେନଙ୍କୁ ହତ୍ୟା କରିଥିଲା ।’ ପରେ ସେ ନିଜ କଥାକୁ ପରିବର୍ତ୍ତନ କରି କହିଥିଲେ ‘ଆମେରିକା ଆକ୍ରମଣରେ ଓସାମା ବିନ ଲାଦେନ ଶହୀଦ ହୋଇଥିଲେ ।’ ଜାତୀୟ ସଭାରେ ପ୍ରଧାନମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଇମରାନ ଏହା ମଧ୍ୟ କହିଥିଲେ କି, ‘ଆମେରିକାକୁ ଆମେ ଆତଙ୍କବାଦ ବିରୋଧରେ ଯୁଦ୍ଧରେ ସମର୍ଥନ ଦେଇଥିଲୁ । ହେଲେ ଏହା ବଦଳରେ ଆମକୁ ମିଳିଲା ତ ମିଳିଲା କ’ଣ? କେବଳ ଅପମାନ ଛଡା ଆଉ କିଛି ନୁହେଁ । ମୁଁ ଏ କଥାକୁ ସମର୍ଥନ କରୁନି କି କୌଣସି ରାଷ୍ଟ୍ର ଆତଙ୍କବାଦ ବିରୋଧରେ ଯୁଦ୍ଧରେ ତାଙ୍କୁ(ଆମେରିକାକୁ) ସମର୍ଥନ ଦେଇ ପ୍ରତିବଦଳରେ କେବଳ ଅପମାନ ପାଉ । ଯଦି ଏହା ଆଫଗାନିସ୍ତାନରେ ସଫଳ ନହେଲା ସେଥିପାଇଁ ବି ପାକିସ୍ତାନ ଦାୟୀ । ଖୋଲାଖୋଲି କହିବାକୁ ଗଲେ ପାକିସ୍ତାନ ସହ ଏପରି ଦୁଇଟି ଘଟଣା ହୋଇଛି ଯାହାକୁ ପାକିସ୍ତାନ କେବେ ଭୁଲି ପାରିବ ନାହିଁ । ପ୍ରଥମ ହେଉଛି ଆବ୍ବୁତାବାଦରେ ଆମେରିକା ଓସାମା ବିନ ଲାଦେନକୁ ମାରିଦେଲା । ଶହୀଦ କରିଦେଲା । ଏହାପରେ ସାରା ବିଶ୍ବ ଆମ ଉପରେ ଆଙ୍ଗୁଠି ଉଠାଇଲା । ଏହାର ଅର୍ଥ ଆମେରିକା ଆମରି ମାଟିରେ ଜଣଙ୍କୁ ହତ୍ୟା କଲା ଅଥଚ ଆମକୁ ଜଣାଇଲା ବି ନାହିଁ । ଆମେରିକାର ଏହି ଆକ୍ରମଣରେ ଏଯାବତ୍‌ 70,000 ପାକିସ୍ତାନୀଙ୍କ ମୃତ୍ୟୁ ହୋଇସାରିଛି । ମାନେ ଏହା ଆମ ପାଇଁ ବହତ ବଡ ଅପମାନ ।’

ଏହା ପ୍ରଥମ ଥର ନୁହେଁ କି ଓସାମା ପ୍ରତି ଇମରାନ ନିଜ ଦରଦ ପ୍ରକାଶ କରିଛନ୍ତି । ଏହାପୂର୍ବରୁ ଏକ ଟେଲିଭିଜନ ସାକ୍ଷାତକାରରେ ସେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଓସାମା ବିନ ଲାଦେନକୁ ଜଣେ ଆତଙ୍କବାଦ କହିବାକୁ ମନା କରିଥିଲେ । କେବଳ ସେତିକି ନୁହେଁ ସେ ଏହା ମଧ୍ୟ କହିଥିଲେ କି ଆମେରିକାର ପ୍ରଥମ ରାଷ୍ଟ୍ରପତି ଜର୍ଜ ୱାଶିଂଟନ ବ୍ରିଟିଶର ଓ ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଜଣେ ଆତଙ୍କବାଦ ଥିଲେ ।

ଗତବର୍ଷ ସେପ୍ଟେମ୍ବର ମାସରେ ଇମରାନ ଆମେରିକା ଗସ୍ତ କରିଥିବା ସମୟରେ ଆବ୍ବୁତାବାଦରେ ଓସାମାର ସ୍ଥିତି ନେଇ ସୂଚନା ଦେଇଥିଲେ ଓ ତାକୁ ନମାରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ହେଲେ ଆମେରିକାର କାର୍ଯ୍ୟକଳାପ ପାକିସ୍ତାନକୁ ବିଶ୍ବସ୍ତରରେ ନିନ୍ଦିତ କରିଥିବା ଆମେରିକୀୟ ଗଣମାଧ୍ୟମରେ ଇମରାନ ମତ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.