ETV Bharat / international

ମେ 15 ପୂର୍ବରୁ ସମସ୍ତ ଆନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କଲା ପାକ୍‌

author img

By

Published : Apr 26, 2020, 12:41 PM IST

ଆନ୍ତର୍ଜାତିକ ବିମାନ ଚଳାଚଳ ସ୍ଥଗତିଦେଶକୁ ବୃଦ୍ଧି କଲା ପାକିସ୍ତାନ । ମେ 15 ପୂର୍ବରୁ ସମସ୍ତ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ । ଅଧିକ ପଢନ୍ତୁ

ମେ 15 ପୂର୍ବରୁ ସମସ୍ତ ଆନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କଲା ପାକ୍‌
ମେ 15 ପୂର୍ବରୁ ସମସ୍ତ ଆନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କଲା ପାକ୍‌

ଇସଲାମାବାଦ: ପାକିସ୍ତାନରେ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । ଏଭଳି ସ୍ଥିତି ପାକ୍‌ ସରକାର ପ୍ରଥମେ ଲକଡାଉନକୁ ବୃଦ୍ଧି କରିଥିବାବେଳେ ଏବେ ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି । ମେ 15 ପୂର୍ବରୁ କୌଣସି ଆନ୍ତର୍ଜାତିକ ବିମାନ ଉଡାଣ ଭରିବ ନାହିଁ । ଏନେଇ ଶନିବାର ବିମାନ ଚଳାଚଳ ବିଭାଗ ପକ୍ଷରୁ ସ୍ପଷ୍ଟ କରିଛି । ପୂର୍ବରୁ ଏପ୍ରିଲ 21 ପରେ ଉଡାଣ ଭରିବା ନେଇ ଘୋଷଣା କରାଯାଇଥିଲା ।

ଶୁକ୍ରବାର ପାକ୍‌ ସରକାର ଦେଶରେ ଜାରି ହୋଇଥିବା ଲକଡାଉନକୁ ମେ 9 ଯାଏଁ ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ସମନ୍ୱୟ କମିଟି (ଏନସିସି )ର ଏହି ବୈଠକରେ ଲକଡାଉନ ଅବଧି ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ, ରବିବାର ସୁଦ୍ଧା ପାକିସ୍ତାନରେ 12 ହଜାର 657 କୋରୋନା ସଂକ୍ରମିତ ହୋଇଥିବାବେଳେ 265 ଜଣ ମୃତ୍ୟୁବରଣ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.