ETV Bharat / international

ପାକିସ୍ତାନରେ ଫିକା ଇଦ, ବିନା ପାରମ୍ପରିକ ଉତ୍ସବରେ‌ ପାଳିଲେ ପାକିସ୍ତାନୀ - Eid without traditional festivity

ସାରା ପାକିସ୍ତାନ କୋରୋନା ସହ ଲଢେଇ କରୁଥିବାବେଳେ ଏପଟେ କରାଚିରେ ବିମାନ ଏକ ବିମାନ ଦୁର୍ଘଟଣା ଘଟି 97 ଜଣଙ୍କ ଜୀବନ ଯାଇଛି । ଏଭଳି ସ୍ଥିତିରେ ବିନା ପାରମ୍ପିରକ ଉତ୍ସବରେ ଇଦ୍‌ ପାଳିଛନ୍ତି ପାକିସ୍ତାନୀ । ଅଧିକ ପଢନ୍ତୁ...

ବିନା ପାରମ୍ପରିକ ଉତ୍ସବରେ ଇଦ୍‌ ପାଳିଲେ ପାକିସ୍ତାନୀ

author img

By

Published : May 24, 2020, 12:38 PM IST

ଇସଲାମାବାଦ: ପାକିସ୍ତାନରେ ଫିକା ପଡିଲା ଇଦ୍‌ ପର୍ବ। ବିନା ପାରମ୍ପରିକ ଉତ୍ସବରେ ଆଜି ଇଦ ପାଳୁଛି ସାରା ଦେଶ । କୋରୋନା ମହାମାରୀ ଯୋଗୁଁ ଦେଶରେ ଅନେକ ଲୋକଙ୍କ ଜୀବନ ନେଇଛି । ନିକଟରେ ବିମାନ ଦୁର୍ଘଟଣାରେ 97 ଜଣଙ୍କ ଜୀବନ ଯାଇଛି । ଫଳରେ ଇଦ ପୂର୍ବରୁ ବିନା ଉତ୍ସବରେ ପାଳନ କରାଯାଉଛି ।

ରାଷ୍ଟ୍ରପତି ଆରିଫ ଅଲଭି ଦେଶବାସୀଙ୍କୁ ଏକ ସନ୍ଦେଶ ଦେଇଛନ୍ତି, ଯେଉଁଥିରେ ସେ କହିଥିଲେ, ଚଳିତ ବର୍ଷ ଇଦକୁ ପିଆଇଏ ଶଦୀହ, ଡାକ୍ତର, ନର୍ସ ଓ କୋରୋନା ଆକ୍ରାନ୍ତ ସମେତ ସେହି ଶ୍ରମିକମାନେ ଯେଉଁମାନେ ବଞ୍ଚିବା ପାଇଁ ସଂର୍ଘଷ କରୁଛନ୍ତି ସେମାନଙ୍କ ପାଇଁ ଉତ୍ସର୍ଗ କରାଯାଉ ।

ଏହା ସହ ସମସ୍ତ ଦେଶବାସୀଙ୍କୁ ନିବେଦନ କରି କହିଛନ୍ତି ଘରେ ସୁସ୍ଥ ରହିବା ସହ ଇଦି ପାଳନ କରିବାକୁ କହିଛନ୍ତି । ସାମାଜିକ ଦୂରତା, ମାସ୍କ, ବାରମ୍ବାର ହାତ ଧୋଇବାକୁ ମଧ୍ୟ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି ।

ଘରେ ଇଦ୍ ପ୍ରାର୍ଥନାକୁ ସହଜ କରିବା ପାଇଁ ପାକିସ୍ତାନ ଟେଲିଭିଜନରେ ପ୍ରସାରଣ ହେବ ଇସଲାମାବାଦର ପୈସାଲ ମସଜିଦରେ ଅନୁଷ୍ଠିତ ପ୍ରାର୍ଥନା । ଏନେଇ କହିଛନ୍ତି ସୂଚନା ମନ୍ତ୍ରୀ ଶିବଲି ଫରାଜ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.