ETV Bharat / international

ସଙ୍କଟରେ ଆଫଗାନିସ୍ତାନ, ଭୋକ ମେଣ୍ଟାଇବାକୁ ପଦାରେ ଖଟୁଛନ୍ତି ପିଲା

author img

By

Published : Jan 15, 2022, 1:00 PM IST

ଦାରିଦ୍ର୍ୟ, ବେକାରୀ ଓ ଖାଦ୍ୟାଭାବ ସହ ଯୁଝୁଛି ଆଫଗାନିସ୍ତାନ । ପେଟ ପାଇଁ କଠିନ ପରିଶ୍ରମ କରୁଛନ୍ତି କିଶୋର-କିଶୋରୀ । ଅଧିକ ପଢନ୍ତୁ

ଆଫଗାନିସ୍ଥାନରେ ପେଟ ପାଇଁ କଠିନ ପରିଶ୍ରମ କରୁଛନ୍ତି ପିଲା

କାବୁଲ: ତାଲିବାନର କବ୍‌ଜା ପରେ ବଦଳିଯାଇଛି ଆଫଗାନିସ୍ତାନର ଚିତ୍ର । ଭୁଶୁଡି ପଡିଛି ଅର୍ଥବ୍ୟବସ୍ଥା, ଭୋକର ଭୂଗୋଳ ଭାବେ ପରିଚିତ ହେଉଛି ଦେଶ । ଦାରିଦ୍ର୍ୟ, ବେକାରୀ ଓ ଖାଦ୍ୟାଭାବ ସହ ଯୁଝୁଛି ଆଫଗାନିସ୍ତାନ । ଏଠାରେ ଏବେ ଖାଦ୍ୟାଭାବ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ସ୍ଥିତି ଏପରି ଯେ, ଲୋକ ଦିନକୁ ଦିନ ଓଳି ଖାଇବାକୁ ପାଉନାହାନ୍ତି । ପେଟ ପାଇଁ ଲୋକେ ନିଜର ଅଙ୍ଗପ୍ରତ୍ୟଙ୍ଗ ଏବଂ ଶିଶୁ ବିକ୍ରି କରିବାକୁ ପଛାଉ ନାହାନ୍ତି । ଇତିମଧ୍ୟରେ ଆଫଗାନିସ୍ତାନରେ କିଶୋର କିଶୋରୀ ଶ୍ରମିକ ସଂଖ୍ୟା ବୃଦ୍ଧି ପାଇଛି । ଦେଶର ଘୋର ପ୍ରଦେଶ(Ghor Province)ରେ ବହୁସଂଖ୍ୟକ କିଶୋର କିଶୋରୀ କଠିନ ଶ୍ରମ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି । ପରିବାରର ଅଭାବ ମେଣ୍ଟାଇବା ପାଇଁ ସେମାନେ ମଜୁରୀ କରୁଥିବା ଜଣାପଡିଛି ।

ଗାଡି ସଫା କାର୍ଯ୍ୟ କରୁଥିବା ମହମ୍ମଦ ହାସନ ନାମକ ଜଣେ ନାବାଳକ କହିଛି, ସେ ଏବଂ ତା' ବଡ ଭାଇ ଗାଡି ଧୁଅନ୍ତି । ଏଥିଲାଗି ତାଙ୍କୁ ଦୈନିକ 100 ରୁ 200afs( ଆଫଗାନ ମୁଦ୍ରା) ମିଳିଥାଏ । ଏହି ଟଙ୍କାରୁ ସେ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣନ୍ତି । ସେମାନେ ପାଠ ପଢିବାକୁ ଚାହୁଁଛନ୍ତି । ହେଲେ ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁଁ ସେମାନେ ବାହାରେ କାମ କରିବାକୁ ବାଧ୍ୟ ହେଉଛନ୍ତି । ଯଦି ସେମାନେ ସ୍କୁଲ ଯାଆନ୍ତି, ତେବେ ତାଙ୍କ ପରିବାର ଉପାସରେ ରହିବେ । ଘୋର ପ୍ରଦେଶରେ ଏହିଭଳି ଅନେକ ପିଲା ଅଛନ୍ତି, ଯିଏକି ଶ୍ରମିକ ଭାବେ କାମ କରୁଛନ୍ତି । ବିଶେଷକରି ନାବାଳକ ଶ୍ରମିକ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି ।

ପୂର୍ବରୁ ଆଫାଗାନିସ୍ତାନରେ ପେଟ ପାଇଁ ବାପାମାଆ ନାବାଳିକାକୁ ପ୍ରାପ୍ତ ବୟସ୍କ ସହ ବିବାହ ଦେବାର ଘଟଣା ଜନମାନସକୁ ଆନ୍ଦୋଳିତ କରିଥିଲା । ଏପରିକି ଗରିବି ପାଇଁ ଲୋକେ କିଡ୍‌ନୀ ଏବଂ ନିଜ ପିଲାଙ୍କୁ ବିକ୍ରି କରୁଥିବାର ନଜର ଆସିଥିଲା । ଆଫଗାନିସ୍ତାରେ ସୃଷ୍ଟି ଏହି ମାନବ ସଙ୍କଟ ଉପରେ ୟୁକେର ଅନ୍ତର୍ଜାତୀୟ ଏନଜିଓ ସେଭ୍ ଚିଲ୍ଡ୍ରେନ(Save Children) ଗଭୀର ଚିନ୍ତାପ୍ରକଟ କରିଛି । ଶୀତ ଋତୁ ଯୋଗୁଁ ଦେଶର ଖାଦ୍ୟ ସମସ୍ୟା ବହୁଗୁଣିତ ହୋଇଛି । ଯାହାଦ୍ବାରା ଯୁବପିଢି ବ୍ୟାପକ ମାତ୍ରାରେ ପ୍ରଭାବିତ ହେଉଛନ୍ତି ବୋଲି ଏନଜିଓ କହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.