ETV Bharat / international

ଦୀର୍ଘ ୫ମାସ ପରେ ଲୋକଲୋଚନକୁ ଆସିଲେ କିମ୍‌ ଜଙ୍ଗ ଉନ୍‌ଙ୍କ ପତ୍ନୀ - ୫ମାସ ପରେ ଲୋକଲୋଚନକୁ ଆସିଲେ କିମ୍‌ ଜଙ୍ଗ ଉନ୍‌ଙ୍କ ପତ୍ନୀ

ଦୀର୍ଘ ୫ ମାସର ବ୍ୟବଧାନ ପରେ ସାଧାରଣ ଜନତାଙ୍କ ସମ୍ମୁଖକୁ ଆସିଲେ ଉତ୍ତର କୋରିଆ ଶାସକ କିମ ଜଙ୍ଗ ଉନଉନ୍‌ଙ୍କ ପତ୍ନୀ ସୋଲ ଜୁ । ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବଂ ମୃତ୍ୟୁ ଖବରକୁ ନେଇ ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା ସେଥିରେ ଆଜି ବିରାମ ପଡିଛି। ଅଧିକ ପଢନ୍ତୁ

ଦୀର୍ଘ ୫ମାସ ପରେ ଲୋକଲୋଚନକୁ ଆସିଲେ କିମ୍‌ ଜଙ୍ଗ ଉନ୍‌ଙ୍କ ପତ୍ନୀ !

author img

By

Published : Feb 3, 2022, 10:17 AM IST

ପାଙ୍ଗଙ୍ଗ୍: ଦୀର୍ଘ ୫ମାସ ପରେ ଲୋକଲୋଚନକୁ ଆସିଲେ କିମ୍‌ ଜଙ୍ଗ ଉନ୍‌ଙ୍କ ପତ୍ନୀ ସୋଲ ଜୁ । ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବଂ ମୃତ୍ୟୁ ଖବରକୁ ନେଇ ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା ସେଥିରେ ବିରାମ ପଡିଛି । ସମଗ୍ର ବିଶ୍ବ ଏହି ଏକଛତ୍ରବାଦୀ ଶାସକ ଓ ତାଙ୍କ ପତ୍ନୀଙ୍କ ଖବର ଉପରେ ପତ୍ତା ଲଗାଉଥିବା ବେଳେ ଗତକାଲି(ବୁଧବାର) ଲୋକଲୋଚନକୁ ଆସି ଜୀବିତ ଥିବା ଏବଂ ସୁସ୍ଥ ଥିବା ଦର୍ଶାଇ ସମସ୍ତଙ୍କ ଡାଉଟ କ୍ଲିୟର କରିଛନ୍ତି କିମ୍ ।

ନ୍ୟୁଜ ଏଜେନ୍ସି କେସିଏନଏ(KCNA) ରିର୍ପୋଟ ଅନୁଯାୟୀ, ଗତକାଲି ଉଭୟ ଉତ୍ତର କୋରିଆର ଲୁନର ନ୍ୟୁ ଇୟରର ଏକ ଆର୍ଟ ଗ୍ୟାଲେରୀର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଞ୍ଚିଥିଲେ । ଶେଷ ଥର ପାଇଁ ସେପ୍ଟେମ୍ବର ୯ ତାରିଖରେ ତାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳିଥିଲା । ଉତ୍ତର କୋରିଆ ପ୍ରତିଷ୍ଠା ଦିବସରେ କିମ୍‌ ଜଙ୍ଗ ଉନ୍‌ଙ୍କ ସହ ସେ ସର୍ବସମ୍ମୁଖରେ ନଜର ଆସିଥିଲେ ।

ଗତବର୍ଷ ଫେବୃଆରି ସେ ଏକ କନସର୍ଟ‌ରେ ଦେଖାଦେବା ପରେ ପ୍ରାୟ ବର୍ଷକ ପର୍ଯ୍ୟନ୍ତ ଅଦୃଶ୍ୟ ହୋଇଯାଇଥିଲେ । ହଠାତ ନିଖୋଜ ହେବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ସେ ଅସୁସ୍ଥ କିମ୍ବା ଗର୍ଭବତୀ ଥାଇ ପାରନ୍ତି ବୋଲି କୁହାଯାଉଥିଲା । କୁହାଯାଉଛି କି କୋରୋନା ଭାଇରସ କାରଣରୁ ଉଭୟ ଘରେ ରହିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.