ETV Bharat / international

ଉତ୍ତର କୋରିଆରେ 11 ଦିନ ହସିବା-କାନ୍ଦିବା ମନା, ଜାଣନ୍ତୁ କାହିଁକି ? - ଉତ୍ତର କୋରିଆ ନ୍ୟୁଜ

ଉତ୍ତର କୋରିଆରେ ଆଜି(ଶୁକ୍ରବାର)ଠୁ 11 ଦିନ ହସିବା-କାନ୍ଦିବା ମନା(North Korea Banned laughing And Crying) । ଅଧିକ ପଢନ୍ତୁ

ଉତ୍ତର କୋରିଆରେ 11 ଦିନ ହସିବା-କାନ୍ଦିବା ମନା, କାହିଁକି ଜାଣନ୍ତୁ

author img

By

Published : Dec 17, 2021, 1:46 PM IST

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆରେ ଆଜି(ଶୁକ୍ରବାର)ଠୁ 11 ଦିନ ହସିବା-କାନ୍ଦିବା ମନା(North Korea Banned laughing And Crying) । ଏଠାରେ ରହୁଥିବା ଲୋକଙ୍କୁ ଆଗାମୀ 11 ଦିନ ପର୍ଯ୍ୟନ୍ତ ହସିବା କିମ୍ବା ଖୁସି ମନାଇବା ଏବଂ ମଦ ପିଇବା ଉପରେ ରୋକ ଲଗାଯାଇଛି । ପୂର୍ବତନ ନେତା କିମ୍ ଜଙ୍ଗ ଇଲଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏପରି କରିବାକୁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଖବର ଅନୁଯାୟୀ, 1994 ରୁ 2011 ପର୍ଯ୍ୟନ୍ତ ଦେଶକୁ ଶାସନ କରିଥିଲେ କିମ୍ ଜଙ୍ଗ ଇଲ୍ । 2011 ମସିହା ଆଜିର ଦିନ ଅର୍ଥାତ୍ ଡିସେମ୍ବର 17 ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । କିମଙ୍କ ପରେ ତାଙ୍କ ତୃତୀୟ ପୁଅ ଜଙ୍ଗ ଉନ୍ ଏବେ ଶାସନ କ୍ଷମତାରେ ଅଛନ୍ତି । ତେବେ କିମଙ୍କ 10ମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଦେଶରେ 11 ଦିନିଆ ଶୋକ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଙ୍ଗ ଉନ୍ ।

ଏହି ସମୟ ମଧ୍ୟରେ କେହି ମଦ୍ୟପାନ କରିପାରିବେ ନାହିଁ କି କୌଣସି ଖୁସି ମନାଇପାରିବେ ନାହିଁ ସେଥିପ୍ରତି ଦୃଷ୍ଟି ଦେବାକୁ ପୋଲିସକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ବିବାହ ଏବଂ ଜନ୍ମଦିନ ପାଳନ ଉପରେ ମଧ୍ୟ ବାରଣ କରାଯାଇଛି । ଯଦି କୌଣସି ସମ୍ପର୍କୀୟଙ୍କ ମୃତ୍ୟୁ ଘଟେ ତେବେ ଚିତ୍କାର କରି ମଧ୍ୟ କାନ୍ଦି ପାରିବେ ନାହିଁ ସମ୍ପର୍କୀୟ । ଏତତ୍ ବ୍ୟତୀତ କିମ୍ ଜନଙ୍କ ଶୋକ ଅବଧି ସରିବା ପରେ ଯାଇ ମୃତକଙ୍କ ଅନ୍ତିମ ସତ୍କାର କରିପାରିବେ ।

ସେହିପରି ଦେଶର କୌଣସି ନାଗରିକ ଏହି ସମୟ ମଧ୍ୟରେ ବଡ ବଡ ଶପିଂ ମଲ ମଧ୍ୟ ଯାଇପାରିବେନି ବୋଲି ନିର୍ଦ୍ଦେଶନାମାରେ ଜାରି କରାଯାଇଛି । ଅନ୍ୟପଟେ ପୂର୍ବରୁ ମଧ୍ୟ ଉତ୍ତର କୋରିଆରେ ଏପରି ନିୟମ ଲଗାଯାଇଛି । ଏହି ସମୟରେ ନିୟମ ଉଲ୍ଲଙ୍ଘନ କରିଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ତେବେ ଡିସେମ୍ବର ମାସରେ ଦେଶର ସମସ୍ତ ପୋଲିସ କର୍ମଚାରୀ ବିନା ଛୁଟିରେ କାମ କରିବେ ବୋଲି ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.