ETV Bharat / international

ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ଆତଙ୍କୀ ଆକ୍ରମଣରେ ନାହିଁ ଲିଙ୍କ: ବିଏଲଏ - ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ଉପରେ ଆତଙ୍କୀ ଆକ୍ରମଣରେ ନାହିଁ ବିଏଲଏ ଲିଙ୍କ

ସୋମବାର ସକାଳେ କରାଚିସ୍ଥିତ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ ବିଲ୍ଡିଂ ଉପରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଯେଉଁଥିରେ ଏବେ ସୁଦ୍ଧା ମୋଟ 11 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ପୂର୍ବରୁ ଏହି ଆକ୍ରମଣରେ ବିଏଲଏ(ବାଲୁଚ୍ ଲିବରେସନ୍ ଆର୍ମି)ର ଲିଙ୍କ ଥିବା ନେଇ କୁହାଯାଉଥିବା ବେଳେ ବିଏଲଏ ସଫା ସଫା ମନା କରିଦେଇଛି । ଅଧିକ ପଢନ୍ତୁ...

ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ଉପରେ ଆତଙ୍କୀ ଆକ୍ରମଣରେ ନାହିଁ ବିଏଲଏ ଲିଙ୍କ: ବିଏଲଏ ମୁଖପାତ୍ର

author img

By

Published : Jul 1, 2020, 3:19 PM IST

ଇସଲାମବାଦ: ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜରେ ହୋଇଥିବା ଆକ୍ରମଣରେ ପ୍ରାଣ ହରାଇଛନ୍ତି 11 ଜଣ । ତେବେ ପୂର୍ବରୁ ଏହି ଆକ୍ରମଣ ପାଇଁ ବାଲୁଚ୍ ଲିବରେସନ୍ ଆର୍ମି ନିଜକୁ ଦାୟୀ କରିଥିବା ବେଳେ ଏହାକୁ ପ୍ରତ୍ୟାଖାନ କରିଛି ବିଏଲଏ । ଆକ୍ରମଣ ସହିତ କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି ।

ଏହି ଆକ୍ରମଣରେ ଅସନ୍ତୋଷ ବ୍ୟକ୍ତ କରି ସେ କହିଛନ୍ତି ଯେ ଯେଉଁମାନେ ବାଲୁଚ ଲିବରେସନ ଆର୍ମି ନାମ ବ୍ୟବହାର କରିଥିଲେ ସେମାନଙ୍କୁ ସଂଗଠନରୁ ବହିଷ୍କାର କରାଯାଇଛି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଆକ୍ରମଣରେ ସମ୍ପୃକ୍ତ ଯୁବକମାନେ ବିଏଲ୍ଏର ଅଂଶ ନୁହଁନ୍ତି।

ସୂଚନାଯୋଗ୍ୟ, ସୋମବାର ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ 11 ଜଣଙ୍କ ମୃତ୍ୟୁ ହୋଇଥିଲା । ବିଏଲଏ ଏନେଇ ନିଜକୁ ଦାୟୀ କରିଥିଲା । କରାଚି ନିକଟ ଦକ୍ଷିଣ ସିନ୍ଧ ପ୍ରଦେଶ ସୀମାବର୍ତ୍ତୀ ପାକିସ୍ତାନର ଗ୍ୟାସ ସମୃଦ୍ଧ ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶ ପାଇଁ ସ୍ବାଧୀନତା ଦାବି କରି ଏହି ଗୋଷ୍ଠୀ ବର୍ଷ ବର୍ଷ ଧରି ବିଦ୍ରୋହ କରିଆସୁଥିବା ବେଳେ ଆକ୍ରମଣ ନେଇ ନିଜ ଦାୟୀ କରିଥିବା କୁହାଯାଉଥିଲା । ଏପରିକି ଏକ ଗୋଷ୍ଠୀ ଆର୍ମି ଆଉଟ ଫିଟରେ ମିଡିଆ ସାମନାରେ ଆକ୍ରମଣ କରିଥିବା ନେଇ ନିଜକୁ ଦାୟୀ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇିଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.