ETV Bharat / international

ଥାଇଲାଣ୍ଡରେ ହଟିବ ରାତ୍ରିକାଳୀନ କର୍ଫ୍ୟୁ - ଥାଇଲାଣ୍ଡରେ ରାତ୍ରିକାଳୀନ କର୍ଫ୍ୟୁ

ପୂର୍ବରୁ ରାତି 11ରୁ ଭୋର 3ଟା ପର୍ଯ୍ୟନ୍ତ ଦେଶରେ କର୍ଫ୍ୟୁ ଲାଗୁ ରହୁଥିଲା । ହେଲେ ଏବେ ଦିନତମାମ ଆପାତକାଳୀନ ସ୍ଥିତି ଲାଗୁ ରହିବା ସହ ରାତ୍ରିକାଳୀନ କର୍ଫ୍ୟୁ କୋହଳ କରାଯିବ ।

corona situation in thailand, emetgency in thailand, night curfew in thailand, thailand latest news, ଥାଇଲାଣ୍ଡରେ କୋରୋନା ସ୍ଥିତି, ଥାଇଲାଣ୍ଡରେ ଆପାତକାଳୀନ ସ୍ଥିତି, ଥାଇଲାଣ୍ଡରେ ରାତ୍ରିକାଳୀନ କର୍ଫ୍ୟୁ, ଥାଇଲାଣ୍ଡ ଲାଟେଷ୍ଟ ନ୍ୟୁଜ୍‌
ଥାଇଲାଣ୍ଡରେ ହଟିବ ରାତ୍ରିକାଳୀନ କର୍ଫ୍ୟୁ
author img

By

Published : Jun 12, 2020, 7:20 PM IST

ବ୍ୟାଙ୍ଗକକ୍‌: କୋରୋନା ମୁକାବିଲା ପାଇଁ ଥାଇଲାଣ୍ଡରେ ଏବେ ସୁଦ୍ଧା ଜାରି ରହିଛି ଆପାତକାଳୀନ ସ୍ଥିତି । ଏମିତିରେ ଆସନ୍ତା ସୋମବାର ଅର୍ଥାତ୍‌ ଜୁନ 15ରୁ ରାତ୍ରିକାଳୀନ କର୍ଫ୍ୟୁ କୋହଳ ପାଇଁ ସରକାର ଘୋଷଣା କରିଛନ୍ତି । ପୂର୍ବରୁ ରାତି 11ରୁ ଭୋର 3ଟା ପର୍ଯ୍ୟନ୍ତ ଦେଶରେ କର୍ଫ୍ୟୁ ଲାଗୁ ରହୁଥିଲା । ହେଲେ ଏବେ ଦିନତମାମ ଆପାତକାଳୀନ ସ୍ଥିତି ଲାଗୁ ରହିବା ସହ ରାତ୍ରିକାଳୀନ କର୍ଫ୍ୟୁ କୋହଳ କରାଯିବ । ଏନେଇ ସୂଚନା ଦେଇଛନ୍ତି ସେଣ୍ଟର ଫର୍‌ କୋଭିଡ-19 ସିଚୁଏସନ ଆଡମିନିଷ୍ଟ୍ରେସନ(ସିସିଏସଏ) ମୁଖପାତ୍ର ତାୱେସିନ ବିଶନୁୟୋଥିନ ।

ରାତ୍ରିକାଳୀନ କର୍ଫ୍ୟୁ ଛଡା ଦେଶରେ ଜାରି ରହିଥିବା ଅନ୍ୟ ସମସ୍ତ କଟକଣା ବଳବତ୍ତର ରହିବ ବୋଲି ତାୱେସିନ ସ୍ପଷ୍ଟ କରିଛନ୍ତି । ଦେଶରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ବିଦେଶରୁ ଫେରିଥିବାରୁ ମେ’ ମାସରୁ ଦେଶରେ ଯାତାୟତ ଉପରେ ସର୍ବାଧିକ କଟକଣା ଜାରି ରହିଛି । ସେପଟେ ସେ ଅଧିକ ସୂଚନା ଦେଇ କହିଛନ୍ତି କି ଦେଶରେ ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟରେ ଲକଡାଉନ କୋହଳ ପ୍ରକ୍ରିୟା ଜାରି ରହିଛି । ଏହି କ୍ରମରେ ଦେଶର ସମସ୍ତ ବାର୍‌, ପବ୍‌ ଓ ରେସ୍ତୋରାଁ ବନ୍ଦ ରହିଛି ।

ସେପଟେ ଦେଶରେ ଶିକ୍ଷା ବ୍ୟବସ୍ଥା ଖୁବଶୀଘ୍ର ସ୍ବାଭାବିକ ହେବାକୁ ଯାଉଛି । ମଦ ବିକ୍ରି ମଧ୍ୟ ଦେଶରେ ଆରମ୍ଭ ହେବା ନେଇ ଜଣା ପଡିଛି । ଏଥିସହ ଯଦି କାର୍ଯ୍ୟକ୍ରମ ଆୟୋଜକମାନେ ସାମାଜିକ ଦୂରତା ନେଇ ଆଶ୍ବସ୍ତି ଦେଇପାରିବେ ତେବେ ଆବଶ୍ୟକସ୍ଥଳରେ ସଭା ମଧ୍ୟ ଆୟୋଜନ କରାଯାଇପାରେ । ତେଣେ ଜାତୀୟ ସୁରକ୍ଷା ପରିଷଦ ସରକାରଙ୍କୁ ପରାମର୍ଶ ଦେଇ କହିଛନ୍ତି କି ରାତ୍ରିକାଳୀନ କର୍ଫ୍ୟୁ କୋହଳ ନିୟମକୁ ପରୀକ୍ଷାମୂଳକ ଭାବେ ପ୍ରଥମେ 15 ଦିନ ପାଇଁ ଲାଗୁ କରାଯିବାର ଆବଶ୍ୟକତା ରହିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.