ମସ୍କୋ: ବିଶ୍ବରେ କୋରୋନା ସଙ୍କଟ ସାଙ୍ଘାତିକ ହେବାରେ ଲାଗିଛି । ଅନିୟନ୍ତ୍ରିତ ବୃଦ୍ଧି ପାଉଥିବା ସଂକ୍ରମଣ ରୋକିବାକୁ ଏବେ ବି ଅନେକ ଦେଶ ଅସମର୍ଥନ । ପରିସ୍ଥିତି ଏପରି ହୋଇଛି ବିଶ୍ବର ବଡ ନେତା,ମନ୍ତ୍ରୀ କୋରୋନା ସଂସ୍ପର୍ଶରେ ଆସିଛନ୍ତି । ରବିବାର ନାଇଜେରିଆର ଅର୍ଥ ମନ୍ତ୍ରୀ ଜିୟୋଫ୍ରି ଓନେମା କୋରୋନା ଆକ୍ରାନ୍ତ ହୋଇଛନ୍ତି ।
ଓନେମା ଖୋଦ୍ ସଂକ୍ରମିତ ହୋଇଥିବା ନେଇ ଟ୍ବିଟର ଜଣାଇଥିଲେ । ଏହା ତାଙ୍କର ଚତୁର୍ଥ କୋରୋନା ଟେଷ୍ଟ ପରେ ପଜିଟିଭ ଆସିଛି । ଅର୍ଥମନ୍ତ୍ରୀ ଟ୍ବିଟରରେ ଲେଖିଛନ୍ତି, ’’ଗତ ଶନିବାର ଚତୁର୍ଥ ପାଇଁ ମୁଁ କୋଭିଡ ଟେଷ୍ଟ ପରୀକ୍ଷା କରିଥିଲି । ପ୍ରାରମ୍ଭିକ ପର୍ଯ୍ୟାୟରେ ଗଳାରେ ସମସ୍ୟା ଦେଖା ଦେବା ପରେ ରିପୋର୍ଟ ପଜିଟିଭ ଆସିଛି । ଏହା ହିଁ ଜୀବନ ! କେତେବେଳେ ଜୟ ତ କେତେବେଳେ ପରାଜୟ ।’’ ବର୍ତ୍ତମାନ ସେ ଚିକିତ୍ସା ପାଇଁ ଆଇସୋଲେସନରେ ଭର୍ତ୍ତି ହୋଇଛନ୍ତି । ତୁରନ୍ତ ସୁସ୍ଥ ହେବା ପାଇଁ ସେ ସମସ୍ତଙ୍କ ଶୁଭେଚ୍ଛା ଓ ଶୁଭକାମନା ଲୋଡିଛନ୍ତି ।
ପଶ୍ଚିମ ଆଫ୍ରିକାରେ ଭୟଙ୍କର ଭାବେ ସଂକ୍ରମଣ ବୃଦ୍ଧି ପାଉଛି । ଦିନକୁ ଦିନ ସ୍ଥିତି ହାତରୁ ଖସିବାରେ ଲାଗିବା ଭଳି ମନେ ହେଉଛି । ବର୍ତ୍ତମାନ ସୁଦ୍ଧା ଦେଶରେ 36 ହଜାର 107 ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ 778ଜଣଙ୍କ ଜୀବନ ଯାଇଛି ।
@ANI