ଖ୍ରୀଷ୍ଟଚର୍ଚ୍ଚ: ଗତ ମାର୍ଚ୍ଚ 15ରେ ଘଟିଥିବା ନ୍ୟୁଜଲାଣ୍ଡ ନରସଂହାରକୁ ଏବେ ସୁଦ୍ଧା ଭୁଲିପାରିନାହାନ୍ତି ନ୍ୟୁଜିଲାଣ୍ଡବାସୀ । ଆକ୍ରମଣକାରୀର ଆଖିବୁଜା ଗୁଳିବର୍ଷଣକୁ ଦେଖିଥିବା ପ୍ରତ୍ୟକ୍ଷଦର୍ଶୀ ଏବେ ମଧ୍ୟ ସେକଥା ଭାବିଲେ ଆତଙ୍କିତ ହୋଇଉଠୁଛନ୍ତି । ତେବେ ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ନ୍ୟୁଜିଲାଣ୍ଡ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ସୋମବାର ଏନେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଏର୍ଡେନ ଘୋଷଣା କରିଛନ୍ତି । ଏହି ଘଟଣାରେ 50 ଜଣଙ୍କ ଜୀବନ ଯାଇଥିବାବେଳେ ଅନେକ ଆହତ ହୋଇଥିଲେ । ଘଟଣା ପରେ ପୋଲିସ 2 ଦିନ ମଧ୍ୟରେ ଆକ୍ରମଣକାରୀ ବ୍ରେଣ୍ଟନ ହେରିସନ ଟାରାଣ୍ଟକୁ ଗିରଫ କରିଥିଲା । ସେ ଅଷ୍ଟ୍ରେଲିଆର ବାସିନ୍ଦା ବୋଲି ସୂଚନା ରହିଥିଲା ।
ଗିରଫ ପରେ ବ୍ରେଣ୍ଟନକୁ ପୋଲିସ କୋର୍ଟ ଚାଲାଣ କରିଥିଲା । ତାହାର ଜାମିନ ନାମଞ୍ଜୁର ହେବାରୁ ପୋଲିସ ତାକୁ ଜେଲ ପଠାଇଥିଲା । ତେବେ କେସ ଲଢିବା ପାଇଁ ସେ କୌଣସି ଓକିଲ ନେବାକୁ ମନା କରିଦେଇଥିଲା । ଆକ୍ରମଣ ପାଇଁ ସେ 5 ବର୍ଷ ତଳୁ ଯୋଜନା କରିଥିଲା । ଏହି ଘଟଣାରେ ଆହୁରି ଅଧିକ ଲୋକଙ୍କ ସମ୍ପୃକ୍ତି ନେଇ ପୋଲିସ ସନ୍ଦେହ କରୁଛି । ତେଣୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।