ETV Bharat / international

ନୂଆବର୍ଷର ନୂଆବାର୍ତ୍ତା: ପୁଣି ହେବ ଟ୍ରମ୍ପ-କିମ୍ ଭେଟାଭେଟି - united states

ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦୀଙ୍କ ସହ ପୁଣି ଥରେ ସାକ୍ଷାତ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉଙ୍ଗ। ଗତବର୍ଷ ଉଭୟ ଦେଶ ରାଷ୍ଟ୍ରମୁଖ୍ୟ ପରସ୍ପରକୁ ସିଙ୍ଗାପୁରର କ୍ୟାମ୍ପେଲା ଦ୍ୱୀପରେ ଭେଟିଥିଲେ। ଯାହାକୁ ବିଶ୍ୱ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଡିଜାଇନ ଫଟୋ
author img

By

Published : Feb 9, 2019, 6:16 AM IST

ପ୍ୟୋଙ୍ଗୟାଙ୍ଗ: ନୂଆବର୍ଷରେ ଆସିଛି ନୂଆବାର୍ତ୍ତ। ପୁଣି ଥରେ ପରସ୍ପରକୁ ସାକ୍ଷାତ କରିବା ପାଇଁ ସମ୍ମତି ଜଣାଇଛନ୍ତି ବିଶ୍ୱର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ। ଗତବର୍ଷ ସେମାନଙ୍କ ମଧ୍ୟରେ ପ୍ରଥମ ଥର ମୁହାଁମୁହିଁ ଆଲୋଚନା ହୋଇଥିଲା। ସେହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ସମଗ୍ର ବିଶ୍ୱରେ ହେଉଛନ୍ତି ବେଶ ଜଣାଶୁଣା। ସେମାନେ ହେଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଏବଂ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋନ ଉଙ୍ଗ।

ପୁଣିଥରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ସାକ୍ଷାତ ଆଲୋଚନା କରିବା ପାଇଁ ନିଜେ ଆଗ୍ରହୀ ଅଛନ୍ତି ବୋଲି ଏକଛତ୍ରବାଦୀ ଶାସକ କିମ୍ ଚଳିତ ବର୍ଷ ପ୍ରାରମ୍ଭରେ ଜଣାଇଛନ୍ତି। ଗତବର୍ଷ ଜୁନରେ ସିଙ୍ଗାପୁରର କ୍ୟାମ୍ପେଲା ଦ୍ୱୀପରେ ପରସ୍ପରକୁ ସାକ୍ଷାତ କରିଥିଲେ ଉଭୟ ଟ୍ରମ୍ପ ଏବଂ କିମ । ଏହି ଅବସରରେ ଉତ୍ତର କୋରିଆ ପକ୍ଷରୁ କରାଯାଉଥିବା ଆଣବିକ ଅସ୍ତ୍ରଶସ୍ତ୍ରର ନିର୍ମାଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ପୂର୍ବରୁ ଆନ୍ତର୍ଜାତିକ କଟକଣାକୁ ଅମାନ୍ୟ କରି ବେଆଇନ ଭାବେ ଉତ୍ତର କୋରିଆ ପକ୍ଷରୁ ଆଣବିକ ଅସ୍ତ୍ରଶସ୍ତ୍ରର ନିର୍ମାଣ ସହ ଏହାକୁ ବିକଶିତ କରାଯାଉଥିଲା। ଏହା ଦ୍ୱାରା ଆନ୍ତର୍ଜାତିକ ଚୁକ୍ତିର ଉଂଲଘନ ହେଉଥିବା ଅଭିଯୋଗ କରି ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ରାଷ୍ଟ୍ର ଉତ୍ତର କୋରିଆ ଉପରରେ କଟକଣା ଲାଗୁ କରିବା ପାଇଁ ଜାତିସଂଘରେ ଦାବି କରିଥିଲେ।

ବହୁ ବାଦବିବାଦ ପରେ ଉତ୍ତର କୋରିଆ ବିରୋଧରେ କଟକଣା ଜାରି କରିଥିଲା ଜାତିସଂଘ। ଯାହାକୁ ନେଇ ବିଶ୍ୱ ରାଜନୀତି ହୋଇ ଉଠିଥିଲା ସରଗରମ। ଏହାର ପ୍ରଭାବ ପଡିଥିଲା ପ୍ରଶାନ୍ତ ମହାସାଗରରେ ଅବସ୍ଥିତ କୋରୀୟ ଉପଦ୍ୱୀପରେ। ଉତ୍ତର କୋରିଆର ଏଭଳି କାର୍ଯ୍ୟ ଦ୍ୱାରା ବିଶ୍ୱଶାନ୍ତି ନଷ୍ଟ ହେଉଥିବା ଦର୍ଶାଇ ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନ ଉତ୍ତର କୋରିଆକୁ ଜବାବ ଦେବାକୁ ଯାଇ ସମରାଭ୍ୟାସ ଆରମ୍ଭ କରିଥିଲେ। ଅନୁରୂପ ଭାବେ ଉତ୍ତର କୋରିଆ ଲୁଚାଛପାରେ ଆଣବିକ ଅସ୍ତ୍ରଶସ୍ତ୍ରର ନିର୍ମାଣ କାର୍ଯ୍ୟ ଜାରି ରଖିଥିଲା।

undefined

Intro:Body:

ଚଳିତ ବର୍ଷର ପରୀକ୍ଷା ପରିଚାଳନା ନେଇ ବୋର୍ଡର କସରତ

କଟକ: ପ୍ରଶ୍ନପତ୍ର ଭାଇରାଲ ଏବେ ବୋର୍ଡ଼ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଗତବର୍ଷ ଭଳି ଯେଭଳି ପ୍ରଶ୍ନପତ୍ର ଭାଇରାଲ ନହୁଏ, ସେଥିପାଇଁ ବୋର୍ଡ଼ ପକ୍ଷରୁ ନିଆଯାଉଛି ବିଭିନ୍ନ ପଦକ୍ଷେପ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ଶାନ୍ତି ଶୃଙ୍ଖଳା ଓ ସତର୍କତାର ସହ ପରିଚାଳନା କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବୋର୍ଡ଼ । ଏନେଇ ଶୁକ୍ରବାର ବୋର୍ଡ଼ ହାଇସ୍କୁଲର କନଫରେନ୍ସ ହଲଠାରେ ପରୀକ୍ଷାର ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରିଛି ବୋର୍ଡ଼ ।

ପ୍ରତି ଜୋନ୍ ଅନୁଯାୟୀ ଏହି ତାଲିମ ପ୍ରଦାନ କରାଯାଉଛି । ପରୀକ୍ଷା ସେଣ୍ଟରର ସୁପରିଟେଣ୍ଡେଣ୍ଟ, ନୋଡାଲ ସେଣ୍ଟରର ଇନଚାର୍ଜ, ମୂଲ୍ୟାୟନ ପାଇଁ ନିୟୋଜିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ବୋର୍ଡ଼ ପରିସରରେ ତାଲିମ ପ୍ରଦାନ କରାଯାଇଛି । କଟକ,ଜଗତସିଂହପୁର, ଅନୁଗୋଳ, ଢେଙ୍କାନାଳ ସମେତ ୬ଟି ଜୋନର ପାଖାପାଖି ୫୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରିଛନ୍ତି ବୋର୍ଡ଼ କର୍ତ୍ତୃପକ୍ଷ ।

ତେବେ ଶୁକ୍ରବାର ବୋର୍ଡ଼ରୁ ତାଲିମ ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜ ନିଜ ସେଣ୍ଟରର ପରୀକ୍ଷା ଦାୟିତ୍ୱରେ ଥିବା ଅନ୍ୟ ଶିକ୍ଷକଙ୍କୁ ମଧ୍ୟ ତାଲିମ ଦେବେ । ବିଶେଷକରି ପ୍ରଶ୍ନପତ୍ର ଖୋଲିବା, ବାଣ୍ଟିବା, ପରୀକ୍ଷା ସରିଲେ ପରୀକ୍ଷା ଖାତା କିପରି ବଣ୍ଟାଯିବ, କେଉଁଠି ଆଉ କିପରି ପଠାଯିବ, କେମିତି ରଖାଯିବ, ସୁରକ୍ଷା କିଭଳି କରାଯିବ ଆଦି ଦିଗ ଗୁଡ଼ିକ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛି ବୋର୍ଡ଼ । ତେବେ ଚଳିତ ବର୍ଷ ସଠିକ ଭାବରେ ପରୀକ୍ଷା ପରିଚାଳନା ହେବ ବୋଲି କହିଛନ୍ତି ବୋର୍ଡ଼ ସଭାପତି ଡ଼. ଜାହାନାଆରା ବେଗମ୍ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.