ETV Bharat / international

ନେପାଳ ପ୍ରଧାନମନ୍ତ୍ରୀଙ୍କ ବଢିଲା ଚିନ୍ତା, ନିଜ ଦଳର ନେତା ମାଗିଲେ ଇସ୍ତଫା

ଭାରତ ବିରୋଧରେ ଅଭିଯୋଗ ଆଣିବା ପରେ ନିଜ ଦଳର ନେତା ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ମାଗିଲେ ଇସ୍ତଫା । ଅଧିକ ପଢନ୍ତୁ...

ନେପାଳ ପ୍ରଧାନମନ୍ତ୍ରୀଙ୍କ ବଢିଲା ଚିନ୍ତା, ନିଜ ଦଳର ନେତା ମାଗିଲେ ଇସ୍ତଫା
ନେପାଳ ପ୍ରଧାନମନ୍ତ୍ରୀଙ୍କ ବଢିଲା ଚିନ୍ତା, ନିଜ ଦଳର ନେତା ମାଗିଲେ ଇସ୍ତଫା
author img

By

Published : Jun 30, 2020, 8:38 PM IST

କାଠମାଣ୍ଡୁ: ଚୀନର ପ୍ରରୋଚନାରେ ଭାରତ ବିରୋଧରେ ଷଡଯନ୍ତ୍ର ରଚୁଥିବା ନେପାଳ ପ୍ରଧାନମନ୍ତ୍ରୀଙ୍କ ଚିନ୍ତା ବଢିବାରେ ଲାଗିଛି । ଆଉ ଏହି ଚିନ୍ତା ବଢାଇଛନ୍ତି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ନିଜ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟିର ନେତାମାନେ । ବୁଧବାର ନେପାଳ କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତାମାନେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ନିକଟରେ ନେପାଳର ରାଜନୈତିକ ମାନଚିତ୍ରକୁ ପ୍ରତ୍ୟାହାର କରିବା ପରେ ତାଙ୍କୁ ପଦରୁ ହଟାଇବା ନେଇ ପ୍ରୟାସ କରାଯାଉଥିବା ଓଲି ଅଭିଯୋଗ କରିଥିଲେ ।

ମଙ୍ଗଳବାର ନେପାଳ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବଲୁବତାରରେ ଜରୁରୀ ବୈଠକ ବସିଥିଲା । ବୈଠକ ଆରମ୍ଭରେ ହିଁ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କମଲ ଦହଲ ପ୍ରଚଣ୍ଡ ଓଲିଙ୍କ ଟିପ୍ପଣୀର କଡା ସମାଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ଭାରତ ଷଡଯନ୍ତ୍ର କରୁଥିବା ଓଲି ଅଭିଯୋଗ ଆଣିଥିଲେ । ତେବେ ଏହା ଉଭୟ ରାଜନୈତିକ ଓ କୂଟନୈତିକ ରୂପରେ ଉଚିତ ନଥିଲା ବୋଲି ପ୍ରଚଣ୍ଡ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହା ପଡୋଶୀ ଦେଶ ସହ ସମ୍ପର୍କ ଖରାପ କରିପାରେ ବୋଲି ସେ ମତ ଦେଇଛନ୍ତି ।

ନେପାଳର ପ୍ରଧାନମନ୍ତ୍ରୀ ଓଲି ରବିବାର କହିଥିଲେ ଯେ ତାଙ୍କୁ କ୍ଷମତାରୁ ହଟାଇବା ପାଇଁ ଭାରତ ଷଡଯନ୍ତ୍ର କରୁଛି । ଆଉ ଏଥିରେ କିଛି ନେପାଳି ନେତା ମଧ୍ୟ ସାମିଲ ଥିବା ସେ ଅଭିଯୋଗ କରିଥିଲେ । ତେବେ ମଙ୍ଗଳବାର ପ୍ରମୁଖ ନେତା ପ୍ରଚଣ୍ଡଙ୍କ ସମେତ ବରିଷ୍ଠ ନେତା ମାଧବ କୁମାର, ଝଲନାଥ ଖନାଲ, ଉପାଧ୍ୟକ୍ଷ ବାମଦେବ ଗୌତମ ଓ ମୁଖପାତ୍ର ନାରାୟଣଜୀ ଶ୍ରେଷ୍ଠ ମଧ୍ୟ ପ୍ରଧାନମନ୍ତ୍ରୀ ଓଲିଙ୍କୁ ନିଜ ଅଭିଯୋଗର ପ୍ରମାଣ ମାଗିବା ସହ ଗାଦି ଛାଡିବାକୁ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.