ETV Bharat / international

ଓଲିଙ୍କ ନିଷ୍ପତ୍ତିକୁ ଓଲଟାଇଲେ ନେପାଳ ସୁପ୍ରିମକୋର୍ଟ, 13 ଦିନରେ ସଂସଦ ଅଧିବେଶନ ଡକାଇବାକୁ ନିର୍ଦ୍ଦେଶ

ସଂସଦ ଭଙ୍ଗର ନିଷ୍ପତ୍ତି ପ୍ରତ୍ୟାହାର କରି ଗୃହ କାର୍ଯ୍ୟ ଆରମ୍ଭ କରିବାକୁ ପିଏମ ଓଲିଙ୍କୁ ଆଦେଶ ଦେଇଛନ୍ତି ନେପାଳ ମୁଖ୍ୟ ବିଚାରପତି ଚୋଳେନ୍ଦ୍ର ଶମଶେର । ଅଧିକ ପଢନ୍ତୁ...

ଓଲିଙ୍କ ନିଷ୍ପତ୍ତିକୁ ଓଲଟାଇଲେ ନେପାଳ ସୁପ୍ରିମକୋର୍ଟ, 13 ଦିନରେ ସଂସଦ ଅଧିବେଶନ ଡକାଇବାକୁ ନିର୍ଦ୍ଦେଶ
ଓଲିଙ୍କ ନିଷ୍ପତ୍ତିକୁ ଓଲଟାଇଲେ ନେପାଳ ସୁପ୍ରିମକୋର୍ଟ, 13 ଦିନରେ ସଂସଦ ଅଧିବେଶନ ଡକାଇବାକୁ ନିର୍ଦ୍ଦେଶ
author img

By

Published : Feb 23, 2021, 7:45 PM IST

କାଠମାଣ୍ଡୁ: ନେପାଳ ସୁପ୍ରିମକୋର୍ଟରୁ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ବଡ ଝଟକା । ସଂସଦ ଭଙ୍ଗର ନିଷ୍ପତ୍ତି ପ୍ରତ୍ୟାହାର ତୁରନ୍ତ ଅଧିବେଶନ ଡକାଇବାକୁ ଓଲିଙ୍କୁ ଆଦେଶ ଦେଇଛନ୍ତି ନେପାଳ ମୁଖ୍ୟ ବିଚାରପତି ଚୋଳେନ୍ଦ୍ର ଶମଶେର । ନେପାଳ ସିଜେଆଇଙ୍କ ଅଧ୍ୟକ୍ଷତାରେ 5 ଜଣିଆ ଖଣ୍ଡପୀଠ ପିଏମ ଓଲିଙ୍କ ନିଷ୍ପତ୍ତିକୁ ଅସମ୍ବିଧାନିକ ଆଖ୍ୟା ଦେଇ 13 ଦିନ ମଧ୍ୟରେ ସଂସଦର ଅଧିବେଶନ ଡକାଇବାକୁ କହିଛନ୍ତି ।

ନେପାଳ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା ମୋଟ 13ଟି ଯାଚିକା । ଏଥିରେ କମ୍ୟୁନିଷ୍ଟ ପାର୍ଟିର ମୁଖ୍ୟ ସଚେତକ ଦେବ ଗୁରଙ୍ଗଙ୍କ ଯାଚିକା ମଧ୍ୟ ସାମିଲ ରହିଛି । ଏହା ଉପରେ ନିଷ୍ପତ୍ତି ଶୁଣାଇ ସଂସଦ ଭଙ୍ଗ ନିଷ୍ପତ୍ତିକୁ ଅସମ୍ବିଧାନିକ କହିଛନ୍ତି କୋର୍ଟ ।

ନିଜ ଦଳରୁ ତଡା ଖାଇବା ପରେ ଓଲିଙ୍କୁ ନୋଟିସ ଜାରି କରିଥିଲେ ନେପାଳ ସୁପ୍ରିମକୋର୍ଟ । କୋର୍ଟର ଅବମାନନା ନେଇ ଓଲିଙ୍କ ବିରୋଧରେ ଦାଖଲ ହୋଇଥିଲା ଅଭିଯୋଗ ।

ନେପାଳ ରାଜନୀତିରେ ଦିନକୁ ଦିନ ବଡ ଭୂମିକମ୍ପ ଅନୁଭୂତ ହେଉଛି । ନେପାଳର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଜାନୁଆରୀ 24ରୁ ଦଳରୁ ବହିଷ୍କାର କରିଥିଲା କମ୍ୟୁନିଷ୍ଟ ପାର୍ଟି । ଏଥିସହ ଦଳରୁ ଓଲିଙ୍କ ସଦସ୍ୟତା ମଧ୍ୟ ରଦ୍ଦ ହୋଇଛି ।

ନେପାଳରେ 20 ଡିସେମ୍ବର 2020ରେ ନେପାଳ ରାଜନୀତିରେ ଗୋଟି ଆସିଥିଲା ସଙ୍କଟର କଳାବାଦଲ । ଚୀନ ସମର୍ଥକ ଭାବରେ ବିବେଚିତ ହୋଇଥିବା ଓଲି ଅଚାନକ ପ୍ରଚଣ୍ଡଙ୍କ ସହ ଶକ୍ତି ସଂଗ୍ରାମ ମଧ୍ୟରେ ସଂସଦ ଭଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ସେହି ଦିନ ଲୋକସଭାକୁ ଭଙ୍ଗ କରି 30 ଏପ୍ରିଲ ଏବଂ 10 ମଇରେ ନୂତନ ନିର୍ବାଚନ ତାରିଖ ଘୋଷଣା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.