ETV Bharat / international

ଲକଡାଉନ କୋହଳ ପରେ ନେପାଳରେ ଭିସା ସେବା ଆରମ୍ଭ

ଦେଶବ୍ୟାପୀ ଜୁନ୍ 14 ଯାଏଁ ଲାଗୁ ଲକଡାଉନରେ ସୋମବାରଠାରୁ କୋହଳ କରିଛନ୍ତି ସରକାର । ଏହି ଅବସରରେ ନେପାଳରେ ଭିସା ସେବା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

author img

By

Published : Jun 15, 2020, 8:10 PM IST

ଲକଡାଉନ କୋହଳ ପରେ ନେପାଳରେ ଭିସା ସେବା ଆରମ୍ଭ
ଲକଡାଉନ କୋହଳ ପରେ ନେପାଳରେ ଭିସା ସେବା ଆରମ୍ଭ

କାଠମାଣ୍ଡୁ: କୋରୋନା ସ୍ଥିତିରେ ସୁଧାର ଆସିବା ପରେ ନେପାଳରେ କୋହଳ ହୋଇଛି ଲକଡାଉନ କଟକଣା । ଦେଶବ୍ୟାପୀ ଜୁନ୍ 14 ଯାଏଁ ଲାଗୁ ଲକଡାଉନରେ ସୋମବାରଠାରୁ କୋହଳ କରିଛନ୍ତି ସରକାର । ଏହି ଅବସରରେ ନେପାଳରେ ଭିସା ସେବା ଆରମ୍ଭ ହୋଇଛି ।

କାଠମାଣ୍ଡୁ ସ୍ଥିତ ଇମିଗ୍ରେସନ ଡିପାର୍ଟମେଣ୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସମସ୍ତ ପ୍ରକାର ଗାଇଡଲାଇନ ମାନି ଭିସା ପ୍ରଦାନ କରାଯିବ ବୋଲି ବିଭାଗ ସୂଚନା ଦେଇଛି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସେହିପରି କାର୍ଯ୍ୟାଳୟକୁ ଆସିବାକୁ ଥିବା ସମସ୍ତ କର୍ମଚାରୀଙ୍କ ଦୈନିକ ସ୍କ୍ରିନିଂ ହେବ । ପ୍ରଥମେ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କ ଦ୍ବାରା ଏହା ଚାଲିବ ବୋଲି ବିଭାଗ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି ।

ଏବେ ନେପାଳରେ ଅନେକ ଦେଶର ଲୋକ ଅଟକି ରହିଛନ୍ତି । ଚୀନ ଓ ଭାରତର ଅନେକ ଲୋକ ଫେରିବା ପାଇଁ ଭିସା ଆବେଦନ କରିଥିବା ଜଣାପଡିଛି । ପ୍ରକାଶ ଥାଉ କି ନେପାଳରେ କୋରୋନା ପରିସ୍ଥିତିରେ ମୁକାବିଲା ନେଇ ସରକାର ବିଫଳ ହୋଇଥିବା ଅଭିଯୋଗ କରି ଲୋକେ ଆନ୍ଦୋଳନ କରିଛନ୍ତି । ଏଥିରେ କିଛି ବିଦେଶୀ ମଧ୍ୟ ସାମିଲ ହୋଇଛନ୍ତି । ଏବେ ଯାଏଁ ଦେଶରେ 5500 ଉପରେ ଆକ୍ରାନ୍ତ ବାହାରିଛନ୍ତି । ସେହିପରି 20 ଜଣଙ୍କର ଏଥିରେ ମୃତ୍ୟୁ ହୋଇସାରିଛି । ମୋଟ୍ 913 ଜଣ ସୁସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.